Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିମାନବନ୍ଦରରେ ଜରୁରୀ ବୈଠକ, AIIMS ରେ ପୀଡିତାଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ବିମାନବନ୍ଦରରେ ଜରୁରୀ ବୈଠକ, AIIMS ରେ ପୀଡିତାଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ

Key Points

ପୀଡିତାଙ୍କ ସ୍ଵାସ୍ଥ୍ୟବସ୍ଥା ବୁଝିବା ନେଇ ଏମ୍ସ ଯିବେ ମୁଖ୍ୟମନ୍ତ୍ରୀ । ଏଥିସହ ଛାତ୍ରୀଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିବେ । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂଚନା ଦେଇଛନ୍ତି । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରୁଥିବା ସୂଚନା ମିଳିଛି । ବିମାନବନ୍ଦର ପରିସରରେ ଗୁରୁତ୍ଵପୂର୍ଣ୍ଣ ବୈଠକ ଚାଲିଛି ।

AIIMS ହସ୍ପିଟାଲରେ ମୃତ୍ୟୁ ସହ ସଂଘର୍ଷ କରୁଥିବା FM କଲେଜର ପୀଡିତାଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ । ପୀଡିତାଙ୍କ ସ୍ଵାସ୍ଥ୍ୟବସ୍ଥା ବୁଝିବା ନେଇ ଏମ୍ସ ଯିବେ ମୁଖ୍ୟମନ୍ତ୍ରୀ । ଏଥିସହ ଛାତ୍ରୀଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିବେ । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂଚନା ଦେଇଛନ୍ତି । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରୁଥିବା ସୂଚନା ମିଳିଛି । ବିମାନବନ୍ଦର ପରିସରରେ ଗୁରୁତ୍ଵପୂର୍ଣ୍ଣ ବୈଠକ ଚାଲିଛି ।


ବୈଠକରେ ସରକାରୀ ଦଳ ମୁଖ୍ୟ ସଚେତକଙ୍କ ସମେତ କିଛି ବିଧାୟକ ମଧ୍ୟ ଉପସ୍ଥିତ ଅଛନ୍ତି । ସେପଟେ ପୀଡିତାଙ୍କ ସ୍ଵାସ୍ଥ୍ୟବସ୍ଥା ଗୁରୁତ୍ଵପୂର୍ଣ୍ଣ ରହିଛି । ଆଗାମୀ ୨୪ରୁ ୪୮ ଘଣ୍ଟା ଗୁରୁତ୍ଵପୂର୍ଣ୍ଣ ଥିବା କୁହାଯାଉଛି । ପୀଡିତାଙ୍କୁ ଭେଟିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷାମନ୍ତ୍ରୀ । ICU ଭେଣ୍ଟିଲେଟରରେ ପୀଡ଼ିତାଙ୍କ ଚିକିତ୍ସା ଜାରି ରହିଛି । ଶରୀର ୯୫ ପ୍ରତିଶତ ପୋଡି ଯାଇଥିବା ସୂଚନା ରହିଛି । ଚିକିତ୍ସା ତଦାରଖ ପାଇଁ ୮ ଜଣିଆ ବିଶେଷଜ୍ଞ କମିଟି ଗଠନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Emergency meeting at the airport, CM to meet the victim at AIIMS | Argus News