Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାସ୍ତା ନାହିଁ ବୋଲି ପହଁଚି ପାରୁନି ଜରୁରୀକାଳିନ ସେବା

Banajyotshna Ray
Browse all articles by Banajyotshna Ray
·11 months ago·1 min read
ରାସ୍ତା ନାହିଁ ବୋଲି ପହଁଚି ପାରୁନି ଜରୁରୀକାଳିନ ସେବା

Key Points

ଆଦିବାସୀ ଗାଁ ବୋଲି ହୋଇପାରୁନି ରାସ୍ତା !
ରାସ୍ତା ବଖାଣୁଛି ଗାଁ ଦୁର୍ଦ୍ଦଶା
କଲବଲ କରୁଛି କାଦୁଅ ପଚପଚ ରାସ୍ତା
ରାସ୍ତା ନାହିଁ ବୋଲି ପହଁଚି ପାରୁନି ଜରୁରୀକାଳିନ ସେବା

ରାସ୍ତା କହିଲେ କାଦୁଅ ପଚପଚ ପାଦଚଲା ରାସ୍ତା । ଏମିତି କାଦୁଅ ପାଦ ଫସିଲେ ବାହାରିବନି। ଆଉ ଏଇ ରାସ୍ତାରେ ଗାଡି ଚାଳକ ଗାଡି ଗଡେଇବେ ତ କେମିତି। ଏମିତି ରାସ୍ତା ପାଇଁ ଗାଁରେ ପହଞ୍ଚି ପାରୁନି ଆମ୍ବୁଲାନ୍ସ ସେବା । ଫଳରେ ଏବେବି ଖଟିଆରେ ବୁହା ହେଉଛନ୍ତି ରୋଗୀ । ଏଭଳି ଅଭାବନୀୟ ଅବସ୍ଥା ଦେଖିବାକୁ ମିଳିଛି କେନ୍ଦୁଝର ହରିଚନ୍ଦନପୁର ବ୍ଲକର ଟାଙ୍ଗିରିଆପାଳ ପଞ୍ଚାୟତର ବାଲିଦାଣ୍ଡ ସାହିରେ। ଯେଉଁଠାରେ ଆଜିବି ଭଲ ରାସ୍ତା ଖଣ୍ଡିଏ ନଥିବାରୁ ଲୋକେ ହେଉଛନ୍ତି ହନ୍ତସନ୍ତ।

ବାଲିଦାଣ୍ଡ ସାହିରେ ରୁହନ୍ତି ଆଦିବାସୀ ସଂପ୍ରଦାୟର ପାଖାପାଖି ପଚାଷରୁ ଷାଠିଏ ପରିବାର। ଦିର୍ଘ ପଚାଶ ବର୍ଷ ପୂର୍ବରୁ ଏଠାରେ ଏମାନେ ସ୍ଥାୟୀ ଭାବେ ବସ ବାସ କରୁଥିଲେ ମଧ୍ୟ,ପୂର୍ବ ସରକାର ରାସ୍ତା ଖଣ୍ଡିଏ ଦେଇ ପାରି ନାହାଁନ୍ତି,ଯାହାଫଳରେ ଆଦିବାସୀ ମାନେ ଆଜି ଏ ଦୁର୍ଦ୍ଦଶା ଭୋଗୁଛନ୍ତି। ମୂଖ୍ୟ ରାସ୍ତା ଠାରୁ ପାଖାପାଖି ତିନି କିଲୋମିଟର ରାସ୍ତାର ଅବସ୍ଥା ଶୋଚନୀୟ। ଏହାର ମରାମତି ପାଇଁ କେହି କିଛି ପଦକ୍ଷଏପ ନେଉ ନଥିବା ଅଭିଯୋଗ ହୋଇଛି ।

ଗାଁକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଅବସ୍ଥା ଯଦି ଏମିତି ତେବେ ଭିତର ରାସ୍ତାର ଅବସ୍ଥା କଣ ତାହା ଅନୁମାନ କରି ପାରୁଥିବେ । ତେବେ ରାସ୍ତା ସମସ୍ୟାର ସମାଧାନ ହୋଇ ପାରିଲେ ଗଦାଁର ଅନେକ ସମସ୍ୟାର ସମାଧାନ ହୋଇପାରିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
emergency-services-cannot-be-reached-due-to-lack-of-roads | Argus News