ରାସେଶ୍ଵରୀଙ୍କ ପରେ ଧର୍ମେନ୍ଦ୍ରଙ୍କ ଉପରେ ବିଶ୍ଵାସ କଲେ ରୀନା

Key Points
- ରାସେଶ୍ଵରୀଙ୍କ ପରେ ଧର୍ମେନ୍ଦ୍ରଙ୍କ ଉପରେ ବିଶ୍ଵାସ କଲେ ରୀନା
- ନୀବନଙ୍କ ହାତ ଛାଡି ଧରିଲେ ପଦ୍ମ
- ସମ୍ବଲପୁରରେ ଧର୍ମେନ୍ଦ୍ରଙ୍କ ଖାତାରେ ଯୋଡ଼ି ହେଲା ଆଉ ୭୦ ହଜାର ଭୋଟ୍
ଅର୍ଗସ ବ୍ୟୁରୋ: ସମ୍ବଲପୁର ବିଜେଡିକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି । କାରଣ ପ୍ରାର୍ଥୀ ଘୋଷଣା ହେବା ପରେ ପ୍ରସନ୍ନ ଓ ରୋହିତଙ୍କ ଭିତରେ ତୁ ତୁ ମେ ମେ ହେଲା । ପରେ ରାସେଶ୍ଵରୀ ବିଜେଡି ଛାଡିଲେ, ଧର୍ମେନ୍ଦ୍ରଙ୍କୁ ବିଜୟ ଭବର ଆଶୀର୍ବାଦ ଦେଲେ । ଏବେ ପୁଣି ବିଜେଡିର ପୂର୍ବତନ ପ୍ରାର୍ଥୀ ଶଙ୍ଖ ଛାଡି ପଦ୍ମ ଧରିଥିବାରୁ ନବୀନଙ୍କ ଚିନ୍ତା ବଢିଛି । କାରଣ ଯେତେ ଚେଷ୍ଟା କଲେ ବି ବିଜେଡିକୁ ଭରସା କରିପାରୁନାହାନ୍ତି ନେତା ଓ ଜନତା । ସେଇଥି ଲାଗି ତ ପଦ୍ମ ଦଳରେ ମିଶୁଛନ୍ତି ଜଣଙ୍କ ପରେ ଜଣେ ନେତା ।
ପ୍ରଥମେ ରାସେଶ୍ଵରୀ, ଏବେ ମୋତିଲାଲ ଓ ରୀନା...ଜଣଙ୍କ ପରେ ଜଣେ ନେତା ଛାଡୁଛନ୍ତି ବିଜେଡି । ସିଏ ପୁଣି ନିର୍ବାଚନର ଠିକ୍ ୧୫ ଦିନ ପୂର୍ବରୁ । ସେଇଥି ଲାଗି ତ ଏବେ କେମିତି ନିର୍ବାଚନ ମଇଦାନକୁ ଓହ୍ଲାଇବ ବିଜେଡି ତାହାକୁ ନେଇ ଚିନ୍ତାରେ ଶୀର୍ଷ ନେତୃତ୍ଵ । ତଥ୍ୟ କହୁଛି, ୨୦୧୯ ବିଧାନସଭା ନିର୍ବାଚନରେ ରୀନା ତନ୍ତୀ ବିଜେଡିର ପ୍ରାର୍ଥୀ ହୋଇଥିଲେ ଏବଂ ପ୍ରାୟ ୬୮ ହଜାର ଭୋଟ ପାଇଥିଲେ । କିନ୍ତୁ ବିଜେପିର ନାଉରୀ ନାୟକ ରେଙ୍ଗାଳୀ ଆସନରୁ ୭୪ ହଜାର ଭୋଟ୍ ପାଇ ନିର୍ବାଚନ ଜିତିଥିଲେ । ବର୍ତ୍ତମାନ ସେ ଦାବିଦାର ଥିବା ପରେ ବି ବିଜେଡି ତାଙ୍କୁ ଚିକଟ ଦେଇନଥିଲା । ସେଇଥି ଲାଗି ତ ଶଙ୍ଖ ଛାଡି ପଦ୍ମ ଉପରେ ଭରସା କରିଛନ୍ତି ରୀନା ଓ ମୋତିଲାଲ । ଖାଲି ଭରସା କରିଛନ୍ତି ତାହା ନୁହେଁ ବରଂ ଧର୍ମେନ୍ଦ୍ରଙ୍କ ବିଜୟ କେମିତି ହେବ ସେନେଇ ରଣନୀତି ବି କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି ।
କଥା ହେଲା, ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସମ୍ବଲପୁରରେ ଲଢ଼ିବା କିମ୍ବା ଖୋଦ୍ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶା କଣ୍ଟାବାଞ୍ଜିରୁ ମଇଦାନକୁ ଓହ୍ଲାଉଥିଲେ ବି ପଶ୍ଚିମ ଓଡ଼ିଶାର ବିଜେଡି ନେତାଙ୍କ ଭରସା ପାଉନି ସେମାନଙ୍କ ସମ୍ମାନ ରକ୍ଷା କରିପାରିବେ ମୁଖ୍ୟମନ୍ତ୍ରୀ, ହେଲେ ଭରସା କରି ପାରୁଛନ୍ତି ଧର୍ମେନ୍ଦ୍ରଙ୍କ ନେତୃତ୍ୱକୁ ।
ଗୁରୁତ୍ଵପୂର୍ଣ୍ଣ କଥା ହେଲା, ୨୪ ସାଧାରଣ ନିର୍ବାଚନ ପାଇଁ ଉଭୟ ବିଜେଡି ଓ ବିଜେପି ଛେଣ୍ଡିପଦା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିସାରିଲେଣି । କିନ୍ତୁ ଏହା ପରେ ବି ରୀନା ଓ ମୋତିଲାଲଙ୍କ ପରି ଟାଣୁଆ ନେତା ବିଜେଡି ଛାଡି ବିଜେପିରେ ସାମିଲ ହେବାର ଅର୍ଥ ପଶ୍ଚିମ ଓଡ଼ିଶାର ଲୋକ ଆଉ ଶଙ୍ଖ ଉପରେ ଭରସା କରିପାରୁନାହାନ୍ତି । ତେବେ ସମୟ କହିବ ଆଗାମୀ ନିର୍ବାଚନରେ ସମ୍ବଲପୁରରେ ବିଜେଡିର ଅବସ୍ଥା ହେଉଛି କଣ ?