Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଶିଷ୍ଟ ମାନସିକରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଗୋପାଳ କରଙ୍କର ପରଲୋକ

Odisha

ବିଶିଷ୍ଟ ମାନସିକରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଗୋପାଳ କରଙ୍କର ପରଲୋକ

Smruti Parija
Browse all articles by Smruti Parija
·1 year ago·2 min read
ବିଶିଷ୍ଟ ମାନସିକରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଗୋପାଳ କରଙ୍କର ପରଲୋକ

Key Points

ପରଲୋକରେ ପ୍ରଫେସର ଡାକ୍ତର ଗୋପାଳ ଚନ୍ଦ୍ର କର । ଆଜି ସକାଳ ୧୦ ଟା ରେ ପୁରୀଘାଟ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି ।

କଟକ: ପରଲୋକରେ ପ୍ରଫେସର ଡାକ୍ତର ଗୋପାଳ ଚନ୍ଦ୍ର କର । ଆଜି ସକାଳ ୧୦ ଟା ରେ ପୁରୀଘାଟ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁସେ ୮୦ବର୍ଷ ବୟସରେ ପଦାର୍ପଣ କରିଥିଲେ । ଡାକ୍ତର କର ଓଡ଼ିଶା ସରକାରଙ୍କ ଅଧିନରେ ସ୍ୱାସ୍ଥ୍ୟ ଓ ତାଲିମ ନିର୍ଦ୍ଦେଶକ (ଡିଏମଇଟି) ଭାବେ କାର୍ଯ୍ୟ କରିଥିଲେ । ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ପ୍ରିନ୍‍ସପାଲ ଓ ମାନସିକରୋଗ ବିଭାଗର ଏଚଓଡି ଭାବେ ରହି ବହୁ ଉନ୍ନୟନ ମୂଳକ କାର୍ଯ୍ୟ କରିଥିଲେ ।


ସେ ଜଣେ ଭାରତର ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଓ ଏକାଧାରରେ ସୁଲେଖକ, ଆଇନଜୀବୀ,ସୁବକ୍ତା, ରାଜନୀତିଜ୍ଞ, ବିଶିଷ୍ଟ ରୋଟାରିଆନ, କଟକ କ୍ଲବର ଆଜୀବନ ସଦସ୍ୟ ଓ ଓଡ଼ିଶାବାସୀଙ୍କ ପ୍ରିୟ ଚିକିତ୍ସକ । ପ୍ରଫେସର ଡାକ୍ତର କରଙ୍କ ଜନ୍ମ ୧୮ ଜାନୁଆରୀ ୧୯୪୬ ମସିହା । ରେଭେନ୍‍ସା କଲିଜିଏଟ୍‍ ସ୍କୁଲରୁ ୧୯୬୨ ମସିହାରେ ପାସ୍‍ କରିଥିଲେ । ପରେ ରେଭେନ୍‍ସା ମହାବିଦ୍ୟାଳୟ, ଶ୍ରୀରାମଚନ୍ଦ୍ର ଭଞ୍ଜ ଚିକିତ୍ସା ମହାବିଦ୍ୟାଳୟ(୧୯୬୮)ରୁ ମେଡିକାଲ ଡିଗ୍ରୀ ହାସଲ କରିବା ପରେ ପାଟନାର ପ୍ରିନ୍ସ ଅଫ୍‍ ୱାଲ୍‍ସ ଚିକିତ୍ସା ମହାବିଦ୍ୟାଳୟରୁ ମାନସିକ ରୋଗ, ସ୍ନାତକୋତ୍ତରରେ ପ୍ରଥମ ସ୍ଥାନ ପାଇ ସାରିବା ପରେ ମଧୁସୂଦନ ଲ କଲେଜରେ ଡିଗ୍ରୀ ହାସଲ କରିଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରଥମ ଓଡ଼ିଆ ଭାବେ ଭାରତୀୟ ଚିକିତ୍ସକ ସଂଘର ସଭାପତି କାର୍ଯ୍ୟ ତୁଲାଇ ପାରିଛନ୍ତି । ସମାଜକଲ୍ୟାଣ ଓ ବିଭିନ୍ନ ସେବା ପାଇଁ ସେ ବହୁ ପୁରସ୍କାର ପାଇଛନ୍ତି । ୧୯୯୮ ମସିହାରେ ସେ ସମାଜସେବା ପାଇଁ ଡକ୍ଟର ହରେକୃଷ୍ଣ ମହତାବ ବିଷୁବ ପୁରସ୍କାରରେ ପୁରସ୍କୃତ । ଚିକିତ୍ସା କ୍ଷେତ୍ରରେ ଭାରତର ସର୍ବୋଚ୍ଚ ସମ୍ମାନ ଡିଏଲଏନ ମୂର୍ତ୍ତିରାଓ ଆୱାର୍ଡ ଓ ଏ.ପି. ବର୍ମା ଆରେସନ ଆୱାର୍ଡ ଅନ୍ୟତମ ।


ବିଦେଶରେ ବହୁ ପୁରସ୍କାର ପାଇବା ସହ ରୋଟାରୀ ଗଭର୍ଣ୍ଣର ଥିବା ସମୟରେ ଓଡ଼ିଶାର ପୁରପଲ୍ଲୀର ପାନୀୟ ଜଳ ପାଇଁ ୫୦୦ଟି ନଳକୂପ ବସାଇ ଖ୍ୟାତି ଅର୍ଜନ କରିପାରିଛନ୍ତି । ତାଙ୍କର ସମାଜ ସେବା ପ୍ରତି ଏକ ମହାନ୍‍ ଅବଦାନର ଦୃଷ୍ଟାନ୍ତ କହିଲେ ଅତ୍ୟୁକ୍ତି ହେବନାହିଁ । ତାଙ୍କ ମୃତ୍ୟୁରେ ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତି ଦର୍ଶନ କରିବା ସହ ଶୋକର ଛାୟା ଯାଇଛି । ମୃତ୍ୟୁ ବେଳକୁ ପାଖରେ ସହଧର୍ମିଣୀ ଡକ୍ଟର ଗାୟତ୍ରୀ ଦେବୀ, ପୁତ୍ର- ଇଂ. ସୌମେନ୍ଦ୍ର କର, ଆଡଭୋକେଟ ସମ୍ବିତ କର, ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର ସମ୍ରାଟ କର, ପୁତ୍ରବଧୂ-ନୀତି କର, ଶୈଳବାଳା କର, ଡାକ୍ତର ଶୁଭଶ୍ରୀ ମିଶ୍ର ଓ ନାତି ନାତୁଣୀ, ଆତ୍ମୀୟସ୍ୱଜନ ପ୍ରମୁଖ ଉପସ୍ଥିତ ଥିଲେ ।

Argus Whatsapp Channel Mobile Top
Sponsored
Eminent psychiatrist Professor Dr. Gopal Kar passes away | Argus News