Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

No School Bag / ସ୍କୁଲରେ ଥିଓରୀ ଅପେକ୍ଷା ପ୍ରକ୍ଟିକାଲ ଉପରେ ଦିଆଯିବ ଗୁରୁତ୍ୱ !

Satyendu Sekhar Mishra
Browse all articles by Satyendu Sekhar Mishra
·5 months ago·2 min read
ସ୍କୁଲରେ ଥିଓରୀ ଅପେକ୍ଷା ପ୍ରକ୍ଟିକାଲ ଉପରେ ଦିଆଯିବ ଗୁରୁତ୍ୱ !
School Children

Key Points

ଭୁବନେଶ୍ବରରେ ଶିକ୍ଷା ସଂସ୍କାର ସମ୍ପର୍କିତ ଆଲୋଚନାରେ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ସଂସ୍କାର ପାଇଁ ୪ ମନ୍ତ୍ର ଉପରେ ଗୁରୁତ୍ଵ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ।


ବହି ବ୍ୟାଗ୍ ନେଇ ସ୍କୁଲ ଯିବେ ନାହିଁ ପିଲା । ବର୍ଷକୁ ୧୦ ଦିନ ବ୍ୟାଗ ମୁକ୍ତ ବ୍ୟବସ୍ଥା । ଆସନ୍ତା ଶିକ୍ଷା ବର୍ଷରେ ଲାଗୁ ହେବ ନିୟମ । ନୂତନ ଜାତୀୟ ଶିକ୍ଷା ନୀତିରେ ପାଠ୍ୟ ପୁସ୍ତକ ସହ ପ୍ରାକ୍ଟିକାଲକୁ ଗୁରୁତ୍ୱ ଦିଆଯାଉଛି । ସେପଟେ ପ୍ରଥମରୁ ପଞ୍ଚମ ପିଲା ମାତୃଭାଷାରେ ପାଠ ପଢ଼ିବେ । ଦେଢ଼ ଲକ୍ଷରୁ ଅଧିକ ଶିକ୍ଷକଙ୍କୁ ଟ୍ରେନିଂ ଦିଆଯିବ । ଗତକାଲି ଭୁବନେଶ୍ବରରେ ଶିକ୍ଷା ସଂସ୍କାର ସମ୍ପର୍କିତ ଆଲୋଚନାରେ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ସଂସ୍କାର ପାଇଁ ୪ ମନ୍ତ୍ର ଉପରେ ଗୁରୁତ୍ଵ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ।

ପିଲାଙ୍କ ଉପରୁ କମିବ ବସ୍ତାନି ବୋଝ । ବିନା ବହି ବସ୍ତାନିରେ ପିଲାଏ ସ୍କୁଲ ଯିବେ । ସ୍କୁଲ ଶିକ୍ଷା ବ୍ୟବସ୍ଥାରେ ଲାଗୁ କରାଯିବ ଜାତୀୟ ଶିକ୍ଷା ନୀତି ଆଧାରିତ ଏହି ନିୟମ । ଆସନ୍ତା ଶିକ୍ଷା ବର୍ଷରେ ପିଲାଙ୍କୁ ସ୍କୁଲ ପାଠ ସହ ପ୍ରାକ୍ଟିକାଲ ଶିକ୍ଷାକୁ ଗୁରୁତ୍ଵ ଦିଆଯିବ । ଷଷ୍ଠରୁ ଦଶମ ଶ୍ରେଣୀ ଯାଏଁ ପିଲାଙ୍କ ପାଇଁ ବର୍ଷକୁ ୧୦ ଦିନ ହେବ ଏଭଳି କାର୍ଯ୍ୟକ୍ରମ । ଯେଉଁଥିରେ ପିଲାଙ୍କୁ ଏକ୍ସପୋଜର୍‌ ଭିଜିଟ୍‌ର ସୁଯୋଗ ମିଳିବ ।

ଏହି ୧୦ ଦିନ ପିଲା ମୌଖିକ ଶିକ୍ଷା, ପରିବେଶ, ଇତିହାସ, ପର୍ଯ୍ୟଟନ ସ୍ଥଳୀ, ବିଜ୍ଞାନ ସମ୍ବନ୍ଧୀୟ ଜ୍ଞାନ ଅର୍ଜନ କରିବେ । ଏହି ଶିକ୍ଷା ପିଲାଙ୍କୁ ମାନସିକ ସ୍ତରରେ ଖୁସି ଦେବ । ଭୁବନେଶ୍ବରରେ ଜାତୀୟ ଶିକ୍ଷା ନୀତି ଆଲୋଚନାରେ ଶୁକ୍ରବାର ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ଉପରେ ଗୁରୁତ୍ବ ଦେଇଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ପିଲାଙ୍କ ମାନସିକ ବିକାଶରେ ଏହା ବେଶ୍ ସହାୟକ ହେବ । ରାଜ୍ୟ ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଦ୍ଵାରା ନୂଆ NCERT ପାଠ୍ୟ ପୁସ୍ତକ ବିଷୟରେ ଅଧିକ ଟ୍ରେନିଂ ନେବେ ଶିକ୍ଷକ ।

ଜାତୀୟ ଶିକ୍ଷା ନୀତି ୨୦୨୦ ଆଧାରରେ ପାଠ୍ୟପୁସ୍ତକ ବିକାଶ ପ୍ରକ୍ରିୟାର ସମୀକ୍ଷା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ସଂସ୍କାର ପାଇଁ ୪ ମନ୍ତ୍ର ଉପରେ ଗୁରୁତ୍ଵ ଦେଇଛନ୍ତି । ୨୦୨୬-୨୭ ଶିକ୍ଷାବର୍ଷରୁ ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ୫୫ଟି ନୂତନ ପାଠ୍ୟପୁସ୍ତକ ପ୍ରଚଳନ କରାଯିବ । ଅତି କମରେ ପଞ୍ଚମ ଶ୍ରେଣୀ ଯାଏଁ ମାତୃଭାଷା ଆଧାରିତ ଶିକ୍ଷାକୁ ପ୍ରାଧାନ୍ୟ ଦିଆଯିବ। ଛାତ୍ରଛାତ୍ରୀଙ୍କ ପୋଷଣକୁ ଗୁରୁତ୍ବ ଦେଇ ପିଏମ-ପୋଷଣକୁ ସୁଦୃଢ କରାଯିବ ।

ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଜାତୀୟ ଶିକ୍ଷା ନୀତିରେ ଥିବା ବର୍ଷକୁ ୧୦ ଦିନ ବସ୍ତାନୀ ବିହୀନ ବିଦ୍ୟାଳୟ ପ୍ରଚଳନକୁ ବ୍ୟାପକ କରାଯିବ । ଜାତୀୟ ଶିକ୍ଷା ନୀତି ପାଠ୍ୟପୁସ୍ତକ ସମ୍ପର୍କରେ ଓଡ଼ିଶା ୫୫ଟି ନୂଆ NCERT ପାଠ୍ୟପୁସ୍ତକକୁ ଅନୁବାଦ କରିଛି । ଗଣଶିକ୍ଷା ଓ ଜନଜାତି ବିଭାଗର ୧.୬୬ ଲକ୍ଷରୁ ଅଧିକ ପ୍ରାଥମିକ ଶିକ୍ଷକଙ୍କୁ ଜିଲ୍ଲାସ୍ତରରେ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଶିକ୍ଷକଙ୍କ ଟ୍ରେନିଂ ପିଲାଙ୍କୁ ଦକ୍ଷତା ବିକାଶରେ ସହାୟକ ବୋଲି କହିଛନ୍ତି ଶିକ୍ଷାବିତ୍ ଓ ଅଭିଭାବକ ।

୫ ସେପ୍ଟେମ୍ବର ୨୦୨୫ରେ ରାଜ୍ୟରେ ଆନୁଷ୍ଠାନିକ ଭାବେ ଲାଗୁ ହୋଇଛି ଜାତୀୟ ଶିକ୍ଷା ନୀତି । ଏହା ରାଜ୍ୟର ସାମଗ୍ରିକ ଶିକ୍ଷା ବ୍ୟବସ୍ଥାର ବିକାଶକୁ ଦ୍ରୁତଗାମୀ କରିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
No School Bag | Emphasis will be given to practical rather than theory in schools! | Argus News