Videos
|
Odisha

ଜୟପୁରରେ ୧୦୦ ମହିଳାଙ୍କୁ ଆବର୍ଜନା ଯୋଗାଉଛି ରୋଜଗାର

Sangram Tripathy
Browse all articles by Sangram Tripathy
·2 years ago·1 min read
ଜୟପୁରରେ ୧୦୦ ମହିଳାଙ୍କୁ ଆବର୍ଜନା ଯୋଗାଉଛି ରୋଜଗାର

ଅର୍ଗସ ବ୍ୟୁରୋ:ଆବର୍ଜନା କଥା ଶୁଣିଲେ ସଭିଏଁ ନାକ ଟେକନ୍ତି କିନ୍ତୁ ସେହି ଆବର୍ଜନା ଦେଇଛି ରୋଜଗାର କଥାଟା ଶୁଣିବାକୁ ଅଡୁଆ ଲାଗିଲେ ବି ସତ। କୋରାପୁଟ ଜିଲ୍ଲା ଜୟପୁରର ୧୦୦ ମହିଳାଙ୍କୁ ରୋଜଗାର ଦେଇଛି  ଆବର୍ଜନା। ସ୍ଵଛ ଭାରତ ମିସନରେ ସ୍ଵାବାଲମ୍ବି ହୋଇଛନ୍ତି ମହିଳା। ଅଳିଆକୁ ରିସାଇକ୍ଲିଂ କରି ଏହି ମହିଳା ନିଜେ ସ୍ବାବଲମ୍ବୀ ହେବା ସହ ପରିବାର ପ୍ରତିପୋଷଣ କରିବାରେ ସହାୟକ ହେଉଛନ୍ତି। ଆବର୍ଜନା ରୁ ମହିଳା ମାନେ ପ୍ରସ୍ତୁତ କରୁଛନ୍ତି ଜୈବିକ ସାର। ପ୍ରତ୍ୟେକ ଦିନ ଅଳିଆ ଆବର୍ଜନାକୁ ଗୋଟିଏ ୱେଷ୍ଟ ସେଣ୍ଟରରେ ଏକତ୍ରିତ କରାଯାଇ ତାକୁ ପ୍ରଥମେ ବିଭାଜିକରଣ କରାଯାଉଛି। ପରେ ସେଥିରୁ ପଲିଥିନ, ବୋତଲ, କାଗଜ ଓ ପରିବାକୁ ବଛା ଯାଉଛି। ପରେ ଏ ସବୁକୁ ପୌର ପାଳିକା ତରଫରୁ କରାଯାଇଥିବା ୱେଷ୍ଟ ସେଣ୍ଟର ଭିତରେ ଥିବା ବିଭିନ୍ନ କୁଣ୍ଡରେ ପକାଯାଉଛି,ପର୍ଯ୍ୟାୟ କ୍ରମେ ପ୍ରୋସେସିଂକରି ଖତ ପ୍ରସ୍ତୁତ କରାଯାଇ ବଜାରରେ କରାଯାଉଛି ବିକ୍ରି । ଏଭଳି କରି ଲାଭବାନ ହେଉଛନ୍ତି ଜୟପୁର ସହରର ଅନେକ ଏସଏସଜି ମହିଳା,ପାଲଟିଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: