Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଶ୍ରୀମନ୍ଦିର ନୀଳଚକ୍ର ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି

Odisha

ଶ୍ରୀମନ୍ଦିର ନୀଳଚକ୍ର ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି

Rashmita Mishra
Browse all articles by Rashmita Mishra
·1 year ago·1 min read
ଶ୍ରୀମନ୍ଦିର ନୀଳଚକ୍ର ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି

ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି । ଶୂନ୍ୟ ଶୂନ୍ୟରେ ପତିତପାବନ ବାନାରେ ଗଣ୍ଠି ପଡିଯାଇଥାଏ ତାହା ହେଉଛି ଶୂନ୍ୟ ଗଣ୍ଠି। ଏଭଳି ଚିତ୍ର ଆଜି ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଥିବା ଧ୍ୱଜାରେ ଦେଖିବାକୁ ମିଳିଛି । ପୁରୀ ଶ୍ରୀମନ୍ଦିର ନୀଳଚକ୍ର ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି। ଏଭଳି ଚିତ୍ର ଆଜି ଶ୍ରୀମନ୍ଦିରେ ଦେଖିବାକୁ ମିଳିଥିଲା । ଶୂନ୍ୟରେ ବାନା ଗୁଡ଼ାଇ ହୋଇ ଗଣ୍ଠି ପଡ଼ିଥିବା ଦେଖିଥିଲେ, ଯାହାକି ଅତ୍ୟନ୍ତ ବିରଳ ଘଟଣା।

ସୂଚନାନୁଯାୟୀ ଯେତେବେଳଜ ଶ୍ରୀମନ୍ଦିର ନୀଳଚକ୍ରରେ ୧୫୧ ହାତ ବାନା ଲଗାଯାଉଥିଲା ସେତେବେଳେ ଅନେକ ସମୟରେ ଶୂନ୍ୟ ଗଣ୍ଠି ପଡୁଥିଲା। କିନ୍ତୁ ଯେବେଠାରୁ ୧୪ହାତିଆ ବାନା ଲାଗୁଛି ଆଉ ଶୂନ୍ୟ ଗଣ୍ଠି ଦେଖିବାକୁ ମିଳୁନାହିଁ। ତେବେ ଅନେକ ବର୍ଷ ପରେ ଏହି ଘଟଣା ଦେଖିବାକୁ ମିଳିଛି।

ସେ କହିଛନ୍ତି, ଯଦି ନୀଳଚକ୍ରରେ ଅତ୍ୟଧିକ ବାନା ବନ୍ଧା ହୋଇଥାଏ, ତା’ହେଲେ ପ୍ରବଳ ପବନ କିମ୍ବା ଝଡ଼ବର୍ଷା ହେଲେ ସେଗୁଡ଼ିକ ପରସ୍ପର ମଧ୍ୟରେ ଛନ୍ଦି ହୋଇଥା’ନ୍ତି ଏବଂ ଏହି ଗଣ୍ଠି (ଶୂନ୍ୟ ଗଣ୍ଠି) ପଡ଼ିଥାଏ। ବାନା ଗୁଡ଼ିକ ପରସ୍ପର ମଧ୍ୟ ବାଡ଼େଇ ହୋଇ କେଉଁଠି କେମିତି ସବୁ ଗଣ୍ଠି ପଡ଼ିଥାଏ ଯେ କିଛି ବୁଝି ହୁଏ ନାହିଁ। ସାଧାରଣତଃ ଦଉଡ଼ି ଇତ୍ୟାଦିରେ ଆମେ ଯେଉଁ ଗଣ୍ଠି ପକାଉ, ତାହା ଖୋଲି ହୋଇଯାଏ। କିନ୍ତୁ ଶୂନ୍ୟ ଗଣ୍ଠିକୁ ଖୋଲିବା ଆଦୌ ସହଜ ନୁହେଁ। ଏଗୁଡ଼ିକୁ ଛୁରୀରେ କାଟି ଅଲଗା କରିବାକୁ ହୁଏ।

ଅନେକ ଲୋକ ଏହି ଶୂନ୍ୟଗଣ୍ଠିକୁ ନେଇ ଘରର ପ୍ରବେଶ ଦ୍ୱାର ଅବା ଡ୍ରଇଁ ରୁମ୍‌ରେ ରଖନ୍ତି। ଏଗୁଡ଼ିକୁ ଘରେ ରଖିଲେ ପ୍ରାକୃତିକ ଦୁର୍ବିପାକ ତଥା ଗ୍ରହ ଆଦିରୁ ଆସୁଥିବା ବାଧାବିଘ୍ନରୁ ରକ୍ଷା ମିଳିଥାଏ ବୋଲି ବିଶ୍ୱାସ ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
empty-knots-fell-in-the-nilachakra-bana-of-the-shrimandir | Argus News