Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ନିଶା ମାଫିଆ ଶେଖ ଜାମସେଦକୁ ଏନକାଉଣ୍ଟର, ବାମ ଗୋଡ଼ରେ ବାଜିଛି ଗୁଳି

Odisha

ନିଶା ମାଫିଆ ଶେଖ ଜାମସେଦକୁ ଏନକାଉଣ୍ଟର, ବାମ ଗୋଡ଼ରେ ବାଜିଛି ଗୁଳି

Sushanta Sahoo
Browse all articles by Sushanta Sahoo
·1 year ago
ନିଶା ମାଫିଆ ଶେଖ ଜାମସେଦକୁ ଏନକାଉଣ୍ଟର, ବାମ ଗୋଡ଼ରେ ବାଜିଛି ଗୁଳି

ଭୁବନେଶ୍ଵର: ରାଜଧାନୀରେ ପୁଣି ଏନକାଉଣ୍ଟର । ପୋଲିସ ଗୁଳିରେ ନିଶା ମାଫିଆ ଜଖମ । ନିଶା ମାଫିଆ ଶେଖ ଜାମସେଦକୁ ଏନକାଉଣ୍ଟର କରିଛି କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ୍ । ଜାମସେଦର ବାମ ଗୋଡ଼ରେ ଗୁଳି ବାଜିଛି । ତାକୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି ।


ଖଣ୍ଡଗିରି ପାହାଡ଼ ନିକଟରେ ଜାମସେଦକୁ ଏନକାଉଣ୍ଟର କରିଛି ପୋଲିସ । ଜାମସେଦ ଘର ଝାରପଡ଼ା ଅଞ୍ଚଳରେ । ଜାମସେଦକୁ ଧରିବାକୁ ଯାଇଥିବା ବେଳେ ପୋଲିସକୁ ଦେଖି ସେ ଗୁଳି ଚଳାଇଥିଲା । ଏହାପରେ ପାଲଟା ଜବାବ ଦେଇଥିଲା ପୋଲିସ ।


ଜାମସେଦ ନିକଟରୁ ଏକ ବନ୍ଧୁକ ଜବତ ହୋଇଛି । ଗତ କିଛି ଦିନ ତଳେ ଦୁଇଜଣ ବିହାରୀ ଲୁଟେରାକୁ ଏନକାଉଣ୍ଟର କରିଥିଲା ସ୍ପେଶାଲ ସ୍କ୍ଵାଡ୍ । ଗତ ୨ ମାସରେ ୫ ଜଣ ଅପରାଧୀଙ୍କୁ ଏନକାଉଣ୍ଟର କଲାଣି କମିଶନରେଟ୍ ପୋଲିସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Encounter In Bhubaneswar, Drug Peddler Jamshed Injured | Argus News