Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆପାର୍ଟମେଣ୍ଟ ଲୁଟେରାଙ୍କୁ ଏନକାଉଣ୍ଟର ; ଜଣେ ଆହତ, ୫ ଫେରାର

Swoyang prajna Mishra
Browse all articles by Swoyang prajna Mishra
·1 year ago
ଆପାର୍ଟମେଣ୍ଟ ଲୁଟେରାଙ୍କୁ ଏନକାଉଣ୍ଟର ; ଜଣେ ଆହତ, ୫ ଫେରାର

ଭୁବନେଶ୍ବର : ଆପାର୍ଟମେଣ୍ଟ ଲୁଟେରାଙ୍କୁ ଏନକାଉଣ୍ଟର । ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା କେନାଲ ବନ୍ଧରେ ଏନକାଉଣ୍ଟର । ଆପାର୍ଟମଣ୍ଟ ଲୁଟେରାଙ୍କୁ ଏନକାଉଣ୍ଟର ହୋଇଥିବା ସୂଚନା । କୁଖ୍ୟାତ ଲୁଟେରା ଅର୍ଜୁନ ଅନାରେଙ୍କୁ ଏନକାଉଣ୍ଟର । ଲୁଟ ପାଇଁ ଭୁବନେଶ୍ବର ଆସିଥିବା ବେଳେ ପୋଲିସ ଗୁଳିରେ ଘାଇଲା ହୋଇଛି ଅର୍ଜୁନ । ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ଓ ପରେ ଏମ୍ସ ସ୍ଥାନାନ୍ତର ।


ବାମ ଗୋଡ଼ରେ ବାଜିଛି ଗୁଳି । ପୁରୀ କେନାଲ ରୋଡ଼ରେ ପୋଲିସକୁ ଦେଖି ଗୁଳି ଚଳାଇ ଥିଲା ଅର୍ଜୁନ । ପାଲଟା ଗୁଳି ଚଲାଇଥିଲା ପୋଲିସ । ଗ୍ରୁପରେ 6 ଜଣ ଥିବା ବେଳେ ପୋଲିସ ଗୁଳିରେ ଜଣେ ଘାଇଲା ହୋଇଛି । ଅନ୍ୟ 5 ଜଣ ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Encounter in bhubaneswar ; One injured, 5 returned | Argus News