Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୋଲିସକୁ ହାଣିଥିବା ଅଭିଯୁକ୍ତକୁ ଏନକାଉଣ୍ଟର

Smruti Parija
Browse all articles by Smruti Parija
·1 year ago
ପୋଲିସକୁ ହାଣିଥିବା ଅଭିଯୁକ୍ତକୁ ଏନକାଉଣ୍ଟର

ସମ୍ବଲପୁର: ପୋଲିସକୁ ହାଣିଥିବା ଅଭିଯୁକ୍ତକୁ ଏନକାଉଣ୍ଟର। କନଷ୍ଟେବଲଙ୍କ ପାପୁଲି ଛିଡ଼ାଇଥିବା ଅଭିଯୁକ୍ତକୁ ଏନକାଉଣ୍ଟର। କଟାପାଲି ନିକଟ ଜଙ୍ଗଲରେ ଅଭିଯୁକ୍ତ କମଲୁ ପ୍ରଧାନକୁ ଏନକାଉଣ୍ଟର। କମଲୁର ଡାହାଣ ଗୋଡ଼ରେ ଗୁଳି ବାଜିଛି । ବୁର୍ଲା ଜଙ୍ଗଲରେ ଗିରଫ କରିବାକୁ ଯାଇ ସବ ଇନ୍ସପେକ୍ଟର ମଧ୍ୟ ଆହତ ହୋଇଛନ୍ତି । 

ଉଭୟଙ୍କୁ ବୁର୍ଲା ସ୍ଥାନାନ୍ତର କରିଛି ପୋଲିସ । ୪ ତାରିଖ ଝରାପାଲିରେ କନଷ୍ଟେବଲଙ୍କୁ ଆକ୍ରମଣ କରିଥିଲା କମଲୁ। ଦାମ୍ପତ୍ୟ ଝଗଡ଼ାର ସମାଧାନ ପାଇଁ ଯାଇଥିବା ବେଳେ ଆକ୍ରମଣ କରିଥିଲା।ଧାରୁଆ ଅସ୍ତ୍ରରେ ହାଣି କନଷ୍ଟେବଲଙ୍କ ପାପୁଲି ଛିଡ଼ାଇ ଦେଇଥିଲା। ଘଟଣା ପରଠାରୁ ଫେରାର ଥିଲା କମଲୁ, ଖୋଜୁଥିଲା ପୋଲିସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
encounter-in-burla-sambalpur | Argus News