Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାହାନ୍ତି ପ୍ରହରରେ ଏନ୍‌କାଉଣ୍ଟର: ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ମହେଶ ଘାଇଲା

Sushanta Sahoo
Browse all articles by Sushanta Sahoo
·1 year ago·1 min read
ପାହାନ୍ତି ପ୍ରହରରେ ଏନ୍‌କାଉଣ୍ଟର: ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ମହେଶ ଘାଇଲା

ସମ୍ବଲପୁର: ଭୋର୍ ଭୋର୍‌ରୁ ପୋଲିସର ଏନ୍‌କାଉଣ୍ଟର । ସମ୍ବଲପୁର ଅଇଁଠାପାଲି ଥାନା ଅଞ୍ଚଳରେ ଏନ୍‌କାଉଣ୍ଟର ହୋଇଛି । ଅଇଁଠାପାଲି ଥାନା ଜମାଦାରପାଲି ରାସ୍ତାରେ ଦୁର୍ଦ୍ଦାନ୍ତ ଅଭିଯୁକ୍ତ ମହେଶ କୁମାରକୁ ଏନ୍‌କାଉଣ୍ଟର କରିଛି ପୋଲିସ । ଭୋର୍ ପ୍ରାୟ ସାଢ଼େ ୫ଟା ସମୟରେ ଏନ୍‌କାଉଣ୍ଟର ହୋଇଥିବା ଜଣାପଡ଼ିଛି ।


ଅଭିଯୁକ୍ତ ମହେଶ ଫେରାର୍ ପାଇଁ ଉଦ୍ୟମ କରିବା ବେଳେ ପୋଲିସ ତାର ବାମ ଗୋଡ଼କୁ ଗୁଳି କରିଥିଲା । ମହେଶକୁ ଆହତ ଅବସ୍ଥାରେ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ମହେଶ ଠାରୁ ୭ ଏମ୍ଏମ୍‌ର ଗୋଟିଏ ବନ୍ଧୁକ ସହ ୪୦ ହଜାର ଟଙ୍କା ଏବଂ ଗୋଟିଏ ବାଇକ୍‌ ଜବତ କରିଛି । ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଏସ୍‌ପି ମୁକେଶ କୁମାର ଭାମୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସୂଚନା ଅନୁସାରେ, ଫେରାର୍ ବେଳେ ପ୍ରଥମେ ମହେଶ ପୋଲିସ ଉପରକୁ ଗୁଳି ଚଳାଇଥିଲା । ଜବାବରେ ପୋଲିସ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲା । ଏଥିରେ ମହେଶ ଘାଇଲା ହୋଇଥିବା ବେଳେ ତାକୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ମହେଶ ଏବେ ବିପଦମୁକ୍ତ ରହିଥିବା ବେଳେ ସମ୍ବଲପୁର ସହ ବରଗଡ଼ ଅଞ୍ଚଳରେ ବିଭିନ୍ନ ଲୁଟ୍ ଓ ଅନ୍ୟ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ଜଣାପଡ଼ିଛି ।

Sponsored
Encounter In Sambalpur, Accuse Mahesh Injured | Argus News