Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ରାଉରକେଲାରେ ଦୁର୍ଦ୍ଦାନ୍ତ ଅପରାଧୀ ବି. ଲକୁଆକୁ ଏନ୍‌କାଉଣ୍ଟର

Odisha

ରାଉରକେଲାରେ ଦୁର୍ଦ୍ଦାନ୍ତ ଅପରାଧୀ ବି. ଲକୁଆକୁ ଏନ୍‌କାଉଣ୍ଟର

Rashmita Mishra
Browse all articles by Rashmita Mishra
·1 year ago·1 min read
ରାଉରକେଲାରେ ଦୁର୍ଦ୍ଦାନ୍ତ ଅପରାଧୀ ବି. ଲକୁଆକୁ ଏନ୍‌କାଉଣ୍ଟର

ରାଉରକେଲାରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନ୍‌କାଉଣ୍ଟର । ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବି. ଲକୁଆ ଆହତ । ବିଶ୍ରା ଥାନା ଅକ୍ଷୟଶିଳା ଜଳପ୍ରପାତ ଅଞ୍ଚଳରେ ଏନ୍‌କାଉଣ୍ଟର ହୋଇଥିବା ସୂଚନା । ଆହତ ଅପରାଧୀ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି ।

ରାଉରକେଲାରେ ଏନକାଉଣ୍ଟର। ଦୁର୍ଦ୍ଦାନ୍ତ ଅପରାଧୀ ବିଳାସ ଲକୁଆକୁ ଏନକାଉଣ୍ଟର। ଗତକାଲି ବିଳମ୍ବିତ ରାତିରେ ବିଶ୍ରା ଥାନା ଅଖୟଶିଳା ନାଲା ନିକଟରେ ପୋଲିସ ଗୁଳି କରିଛି। ତାର ଡାହାଣ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଏହି ଅପରାଧୀ ନାମରେ ପୂର୍ବରୁ ମଧ୍ୟ ଅନେକ ମାମଲା ରହିଛି । ରାଉରକେଲା ସହିତ ଝାଡଖଣ୍ଡରେ ମଧ୍ୟ ମାମଲା ରହିଛି । ତେବେ ରାଉରକେଲାରେ ଅପରାଧ ଘଟାଇ ଝାଡଖଣ୍ଡ ଚାଲିଯାଉଛନ୍ତି ଅପରାଧୀ।

ସୂଚନା ଯୋଗ୍ୟ ରବିବାର ଦିନ ରାଜଧାନୀ ଭୁବନେଶ୍ୱରରେ ଦୁର୍ଦ୍ଦାନ୍ତ ଅପରାଧୀ ଦୀପକ କୁମାରକୁ ଏନକାଉଣ୍ଟର ହୋଇଥିଲା । ବିଳମ୍ବିତ ରାତିରେ ବଡଗଡ ଥାନା ଅଞ୍ଚଳର ଏକ ଏଟିଏମ୍ ଲୁଟ ପାଇଁ ଆସିଥିବା ବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲା ଦୀପକ । ଫେରାର୍ ପାଇଁ ଉଦ୍ୟମ କରିବା ବେଳେ ପ୍ରଥମେ ଦୀପକ ପୋଲିସ ଉପରକୁ ଗୁଳି ଚଳାଇଥିଲା । ଦୀପକର ବାମ ଗୋଡ଼ରେ ଗୁଳି ବାଜିଥିଲା । ତାକୁ ଗୁରୁତର ଅବସ୍ଥାରେ ଏମସ ହସପିଟାଲରେ ଭର୍ତ୍ତି ହୋଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
encounter-with-notorious-criminal-b-laku-in-rourkela | Argus News