ହୋଟେଲ ମାଲିକଙ୍କୁ ଗୁଳିମାଡ଼ କରିଥିବା ଅଭିଯୁକ୍ତଙ୍କୁ ଏନକାଉଣ୍ଟର
·1 year ago

ରାଉରକେଲାରେ ଡବଲ ଏନକାଉଣ୍ଟର। ଗତ କାଲି ରାତି ପ୍ରାୟ ୧୦ଟା ବେଳେ ଜଣେ ହୋଟେଲ ମାଲିକଙ୍କୁ ଗୁଳି ମାଡ଼ କରିଥିବା ଅପରାଧୀଙ୍କୁ ଏନକାଉଣ୍ଟର କରିଛି ପୋଲିସ। ଗତକାଲି ରାତି ପ୍ରାୟ ୧୦ଟା ବେଳେ ରାଉରକେଲା ବିଶ୍ରା ଥାନା ସାରୁ ବାହାଲ ଗାଁରେ ହୋଟେଲ ମାଲିକ ଗଙ୍ଗେ ଓରାମ୍ ହୋଟେଲରେ ଗ୍ରାହକଙ୍କ ସହ ଥିବା ବେଳେ ଆଠ ଜଣ ଦୁର୍ବୁତ ପଶି ହୋଟେଲ ମାଲିକ, ତାଙ୍କ ସ୍ତ୍ରୀ ଓ ଗ୍ରାହକଙ୍କଙ୍କଠାରୁ ଲୁଟ କରିବାପରେ ଗୁଳି ମାଡ଼କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା।
ହୋଟେଲ ମାଲିକଙ୍କ ଗୋଡରେ ଗୁଳି ବାଜିଥିଲା। ତେବେ ଏହି ଘଟଣା ଘଟିବାର 4 ଘଣ୍ଟା ମଧ୍ୟରେ ପୋଲିସ କରିଛି ଡବଲ ଏନକାଉଣ୍ଟର। ଏନକାଉଣ୍ଟର ହୋଇଥିବା ଦୁଇ ଦୃର୍ବୁତ୍ତ ହେଲେ ବାନେଶ୍ୱର୍ ସିଂ ଓ ଶିବ ନାଥ ସିଂ। ଏହି ଦୁଇ ଦୃର୍ବୁତ୍ତଙ୍କ ଗୋଡ଼ରେ ବାଜିଛି ଗୁଳି । ଆଉ ଜଣଙ୍କୁ ପୋଲିସ ଅଟକ ରଖିଥିବା ବେଳେ ପାଞ୍ଚ ଫେରାର ଅଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: