ବରଗଡ଼ରେ ଚାଲିଛି ଜବରଦଖଲ ଉଚ୍ଛେଦ

ବରଗଡ଼ରେ ବୁଲିଲା ବୁଲଡୋଜର୍ । ଲେଙ୍ଗୁ ମିଶ୍ରରୁ ଆମ୍ବାପାଲି ଛକ ପର୍ଯ୍ୟନ୍ତ ଚାଲିଛି ଜବର ଦଖଲ ଉଚ୍ଛେଦ l ଅଞ୍ଚଳକୁ ସିଲ୍ କରିଛି ପ୍ରଶାସନ l ୧୬୩ ଧାରା ଲାଗିଥିବାବେଳେ ୧୨୦ ଜଣ ପୋଲିସ ମୁତୟନ ସହ ମାଜିଷ୍ଟ୍ରେଟ ପୌରପରିଷଦ ଅଧିକାରୀ ଉପସ୍ଥିତ ଅଛନ୍ତି l ତେବେ ଉଚ୍ଛେଦ ପାଇଁ ବିଭିନ୍ନ ସମୟରେ ବହୁ ସଂଗଠନ ଦାବି ଜଣାଇ ଆସୁଥିଲେ । ଆଜି ଉଚ୍ଛେଦ ପ୍ରକ୍ରିୟା ଜାରି ରହିଥିବା ବେଳେ ବଡ଼ ବଡ଼ ଅଟ୍ଟାଳିକାକୁ ଭାଙ୍ଗୁଛି ବୁଲଡୋଜର୍।
ସୂଚନାଯୋଗ୍ୟ - ଗତ ସୋମବାର ବରଗଡ଼ ସମ୍ବଲେଶ୍ବରୀ ସଂଘ ପକ୍ଷରୁ ବରଗଡ଼ ପୌର ପରିଷଦ କାର୍ଯ୍ୟାଳୟରେ ଅଧ୍ୟକ୍ଷଙ୍କୁ ଜବର ଜଖଲ ଉଚ୍ଛେଦ ପାଇଁ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ସାମିଲ ହୋଇଥିଲେ ଓକିଲ ସଂଘ ଓ ନାଗରିକ କମିଟି ଓ ସମ୍ବଲେଶ୍ବରୀ ସଂଘର ସଦସ୍ୟମାନେ। ସେମାନେ ଦାବି କରିଥିଲେ ଲେଙ୍ଗୁ ମିଶ୍ରରୁ ଜିରାବ୍ରିଜ୍ ଛକ ପର୍ଯ୍ୟନ୍ତ ହୋଇଥିବା ଜବର ଦଖଲକୁ ଉଚ୍ଛେଦ କରିବାକୁ ଦାବି କରିଥିଲେ। ଏହି ରାସ୍ତା ଜବରଦଖଲ ହୋଇ ରହିଥିବାରୁ ଟ୍ରାଫିକ ସମସ୍ୟା ଫସି ରହୁଥିଲେ ସାଧାରଣ ଲୋକ। ଏମିତିକି ଆମ୍ବୁଲାନ୍ସ ଟିଏ ମଧ୍ୟ ରୋଗୀ ନେଇ ଯିବା ସମ୍ଭବ ହେଉନଥିଲା ସେଇ ବାଟରେ। ଏଠାରୁ ଜବର ଦଖଲ ଉଚ୍ଛେଦ କରିବାକୁ ଦୀର୍ଘଦିନ ହେବ ଦାବି ହୋଇ ଆସୁଥିଲା।