Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - 2 ସପ୍ତାହବ୍ୟାପୀ ଲାଗି ରହିଥିବା CM ସସପେନ୍ସର ଅନ୍ତ 

Odisha

2 ସପ୍ତାହବ୍ୟାପୀ ଲାଗି ରହିଥିବା CM ସସପେନ୍ସର ଅନ୍ତ 

Banajyotshna Ray
Browse all articles by Banajyotshna Ray
·1 year ago·2 min read
2 ସପ୍ତାହବ୍ୟାପୀ ଲାଗି ରହିଥିବା CM ସସପେନ୍ସର ଅନ୍ତ 

Key Points

  • 2 ସପ୍ତାହବ୍ୟାପୀ ଲାଗି ରହିଥିବା CM ସସପେନ୍ସର ଅନ୍ତ 
  • ଆସନ୍ତାକାଲି ସନ୍ଧ୍ୟାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ
  • ବିଜେପି ବିଧାୟକ ଦଳ ବୈଠକରେ ଫଡନଭୀସ୍ ନେତା ନିର୍ବାଚିତ 
  • ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଲେ ଫଡନଭୀସ, ସିନ୍ଦେ ଓ ପାୱାର
  • ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
     

ଅର୍ଗସ ବ୍ୟୁରୋ:  ହଟିଲା ସସପେନ୍ସ । ତ୍ରିଶକ୍ତି ଗଢ଼ିବେ ମହାରାଷ୍ଟ୍ର ସରକାର । ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି ମହାୟୁତି ନେତା ଦେବେନ୍ଦ୍ର ଫଡନଭୀସ, ଏକନାଥ ସିନ୍ଦେ ଏବଂ ଅଜିତ ପାୱାର । ବିଜେପି ବିଧାୟକ ଦଳ ବୈଠକରେ ଫଡନଭୀସ ନେତା ନିର୍ବାଚିତ ହେବାସହ 2 ସପ୍ତାହବ୍ୟାପୀ ଲାଗି ରହିଥିବା ସସପେନ୍ସର ଅନ୍ତ ଘଟିଛି । ଯେଉଁ ବିଶ୍ବାସରେ ମହାରାଷ୍ଟ୍ର ଜନତା ନିର୍ବାଚନରେ ମହାୟୁତିକୁ ସମର୍ଥନ ଦେଇଥିଲେ, ତାହା ଅତୁଟ ରହିଛି ଏବଂ ରହିବ ବୋଲି ପ୍ରମାଣିତ କରି ଦେଖାଇଛନ୍ତି ମହାୟୁତିର ତିନି ସହଯୋଗୀ ଦଳ । ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ବିରୋଧୀଙ୍କ ଆକଳନ, ଅଭିଯୋଗ ଉପରେ ବାଜିଛି ଶକ୍ତ ପ୍ରହାର । ରାଜ୍ୟର ବିକାଶ ପାଇଁ, ରାଜ୍ୟବାସୀଙ୍କ ସ୍ବର୍ଥ ପୂରଣ ପାଇଁ ମିଳିତ ଭାବେ ତିନି ନେତା ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଫଡନଭୀସ ।

ନିର୍ବାଚନରେ ମହାୟୁତିକୁ ମହାବିଜୟ ଦେଇଥିବାରୁ ଜନତାଙ୍କୁ ଧନ୍ୟବାଦ ଦେଇଛନ୍ତି ବିଜେପି ବିଧାୟକ ଦଳ ବୈଠକରେ ଯୋଗ ଦେଇଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି । 2 ଦିନ ପୂର୍ବରୁ ଦଳ ପକ୍ଷରୁ ମହାରାଷ୍ଟ୍ର ପର୍ଯ୍ୟବେକ୍ଷକ ଦାୟିତ୍ବ ନେବାପରେ ବିଜେପି ବିଧାୟକ ଦଳ ବୈଠକରେ ଉପସ୍ଥିତ ରହି ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମରେ ମୋହର ଲଗାଇଥିଲେ  ବିଜେପିର ଏହି ଦୁଇ ବଡ଼ ନେତା। ପୂର୍ବ ନିଷ୍ପତ୍ତି ଅନୁଯାୟୀ ମହାରାଷ୍ଟ୍ର ସରକାରରେ ରହିବେ ଦୁଇ ଉପମୁଖ୍ୟମନ୍ତ୍ରୀ । ମହାୟୁତିରେ ସାମିଲ ତିନି ଦଳର ମିଳିତ ନିଷ୍ପତ୍ତିରେ ଚାଲିବ ସରକାର । ମୁଖ୍ୟମନ୍ତ୍ରୀ ଚୟନ କିମ୍ବା ମନ୍ତ୍ରିମଣ୍ଡଳ ଗଠନକୁ ନେଇ ମହାୟୁତିରେ କୌଣସି ମତଭେଦ ନଥିବା ସ୍ପଷ୍ଟ କରିଛନ୍ତି ବିଜେପି ପର୍ଯ୍ୟପେକ୍ଷକ ।

ଆସନ୍ତାକାଲି ମୁମ୍ବାଇର ଆଜାଦ ମୈଦାନରେ ଶପଥଗ୍ରହଣ ଉତ୍ସବ ପାଇଁ ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଆୟୋଜନ । ଶପଥଗ୍ରହଣ କରିବେ ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ । ନିର୍ବାଚନରେ ମହାୟୁତି ମେଣ୍ଟକୁ ରାଜ୍ୟର 288 ବିଧାନସଭା ଆସନ ମଧ୍ୟରୁ ମିଳିଥିଲା 230 ଆସନ । ବିଜେପି ରେକର୍ଡ ସଂଖ୍ୟକ 132 ଆସନ ମିଳିଥିବାବେଳେ ସହଯୋଗୀ ଶିବସେନାକୁ 57 ଏବଂ ଏନସିପିକୁ ମିଳିଥିଲା 41ଟି ଆସନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
End of CM suspense that lasted for 2 weeks | Argus News