Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କେଲୁଅ ନଦୀର ମାମୁଁ ଭଣଜା ଘାଇ କେଳେଙ୍କାରୀ ଘଟଣାର ମୁଖ୍ୟ ନାୟକ ତାରା

Odisha

କେଲୁଅ ନଦୀର ମାମୁଁ ଭଣଜା ଘାଇ କେଳେଙ୍କାରୀ ଘଟଣାର ମୁଖ୍ୟ ନାୟକ ତାରା

Smruti Parija
Browse all articles by Smruti Parija
·1 year ago·3 min read
କେଲୁଅ ନଦୀର ମାମୁଁ ଭଣଜା ଘାଇ କେଳେଙ୍କାରୀ ଘଟଣାର ମୁଖ୍ୟ ନାୟକ ତାରା

Key Points

  • ଗିରଫ ହେଲେ କୁବେର ଯନ୍ତ୍ରୀ ତାରା ପ୍ରସାଦ ମିଶ୍ର
  • R&Bର ପୂର୍ବତନ ମୁଖ୍ୟଯନ୍ତ୍ରୀଙ୍କ ଠାରୁ ଅଚଳାଚଳ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ
  • ଚର୍ଚ୍ଚା କେଲୁଅ ନଦୀର ମାମୁଁ ଭଣଜା ଘାଇ କେଳେଙ୍କାରୀ ଘଟଣାର ମୁଖ୍ୟ ନାୟକ ତାରା
  • ଅଭିଯୋଗ ଯାଜପୁର ବ୍ଲକ ବାଲି ଲୁଟ ଘଟଣା ପଛର ସେ ଥିଲେ ମାଷ୍ଟର ମାଇଣ୍ଡ !
  • ତାରା ପ୍ରସାଦଙ୍କ ସମୟରେ ଯାଜପୁରରେ ହୋଇଛି ବଡ଼ ଦୁର୍ନୀତି
  • ଭିଜିଲାନ୍ସ ସ୍କାନରରେ ପାଣିକୋଇଲି ଡିଭିଜନରେ ଏକାଧିକ ବାବୁ
  • ଯାଜପୁର ସାଂସଦ କହିଲେ, ପୂର୍ବ ସରକାରର ଦୁର୍ନୀତିର ଏନ୍ତୁଡିଶାଳ ଯାଜପୁର

ଅର୍ଗସ ବ୍ୟୁରୋ: ତାରାପ୍ରସାଦ ମିଶ୍ର, ଯାଜପୁର ମାମୁଁ ଭଣଜା ଘାଇର ମହାନାୟକ । ଯାଜପୁର ବ୍ଲକ ବାଲି ଲୁଟ ଘଟଣା ପଛର ଖଳନାୟକ। ଦୀର୍ଘ ୭ ବର୍ଷ ଧରି ଯାଜପୁର ପାଣିକୋଇଲି ଠାରେ ମୁଖ୍ୟ ଅଧିକ୍ଷଣ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ ତାରା । ସେତେବେଳର ବିଜେଡିର ପାୱାରଫୁଲ ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ ଏବଂ ଭୈରବ କାର୍ତିକେୟନ୍ ପାଣ୍ଡିଆନଙ୍କ ଛତ୍ରଛାୟା ତଳେ ରହି ଚଳାଇଥିଲେ କଳା ସାମ୍ରାଜ୍ୟ । ଆଉ ବିଜେଡି ପାଣ୍ଠିକୁ ଦେଉଥିଲେ କୋଟିକୋଟି ଟଙ୍କାର ପିସି । ଆଉ ପିସି ବଦଳରେ ତାରାଙ୍କ ସାମ୍ରାଜ୍ୟଙ୍କୁ ସୁରକ୍ଷା ଦେଇଥିଲେ ବବି ଓ ପାଣ୍ଡିଆନ୍ । ଚର୍ଚ୍ଚା ବବି ଓ ପାଣ୍ଡିଆନଙ୍କ ଶକ୍ତିରେ ଶକ୍ତିମାନ ହୋଇ ସାରା ରାଜ୍ୟକୁ ନିୟନ୍ତ୍ରଣ କରୁଥିଲେ ତାରା ।

ଆଉ ମୋହନ ସରକାର ସମୟରେ ଭିଜିଲାନ୍ସ ଜାଲରେ ତାରା ପଡିବା ପରେ ଏବେ ଆଖି ତରାଟି ଦେବାଭଳି ସମ୍ପତ୍ତି ପଦାକୁ ବାହାରିବାରେ ଲାଗିଛି । ସେପଟେ ଏହି ଘଟଣାରେ ଆହୁରି ବଡ ମାଛ ମାନଙ୍କର ସମ୍ପୃକ୍ତି ଥିବାର ଅଭିଯୋଗ ଆଣିଛନ୍ତି ଯାଜପୁର ସାଂସଦ  ରବି ନାରାୟଣ ବେହେରା । ସେ କହିଛନ୍ତି ଯାଜପୁର ହେଉଛି ବିଜେଡି ସରକାରଙ୍କ ଥିଲା ଦୁର୍ନୀତିର ଏନ୍ତୁଡି ଶାଳ। ପୁର୍ବ ସରକାରଙ୍କ ଦୁର୍ନୀତିର ଡେଷ୍ଟିନେସନ ମଧ୍ୟ ଯାଜପୁର ଜିଲ୍ଲା। ପୁର୍ବ ସରକାର ସମୟରେ ଯେଉଁ ଅଧିକାରୀ ମାନେ ଯାଜପୁର ଲିଙ୍କରେ ଥିଲେ ସମସ୍ତେ ଜଣେ ଜଣେ ଦୁର୍ନୀତି ଖୋର ଅଧିକାରୀ। ଆଉ ଏବେ ସମୟ ଆସିଛି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯୟାନୁଷ୍ଠାନ ନେବାପାଇଁ। 

2021ରେ ପାଣିକୋଇଲି R and B ଡିଭିଜନର ଏକଜ୍ୟୁକିଟିଭ୍ ଇଞ୍ଜିନିୟର ଥିବାବେଳେ ସାମ୍ନାକୁ ଆସିଥିଲା ତାରାଙ୍କର ଏ ବଡ଼ କେଳେଙ୍କାରୀ। ଧର୍ମଶାଳାର ବ୍ରାହ୍ମଣୀ ଶାଖା କେଲୁଅ ନଦୀରେ ମାମୁଁ ଭଣଜା ଘାଇ କରାଗଲା। କ୍ୟାପିଟାଲ ଏମମ୍ବାକ୍ଟମେଣ୍ଟ ଗୋକର୍ଣ୍ଣେଶ୍ବରଠାରୁ ମଝିପଡ଼ା ପର୍ଯ୍ୟନ୍ତ 20.4 କିମି ରାସ୍ତା ନିର୍ମାଣରେ ବଡ଼ ଘୋଟାଲା ହୋଇଥିବା ଅଭିଯୋଗ କରିଥିଲେ ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେହୁରା। ଭିଜିଲାନ୍ସ ତଦନ୍ତ ହେଲା। କିନ୍ତୁ ଅଭିଯୋଗ ବବି ଦାସଙ୍କ ପାୱାର ବଳରେ ରଫା ଦଫା ହୋଇଗଲା ମାମଲା। ବବି ଓ ପାଣ୍ଡିଆନଙ୍କର ମୁଣ୍ଡ ଉପରେ ହାତ ଥିବା କାରଣରୁ କୁବେର ପାଲଟିଗଲେ ଏହି ଯନ୍ତ୍ରୀ ।

କେବଳ ଧର୍ମଶାଳା ନୁହେଁ ଯାଜପୁର ଜିଲ୍ଲାରେ ହୋଇଥିବା ଅନେକ ବେନିୟମ କାରବାର ତାଙ୍କ ସମୟରେ ହୋଇଥିବାର ଆସିଛି ସଙ୍ଗୀନ ଅଭିଯୋଗ । ଆଉ ଏହାର ତଦନ୍ତ ହେଲେ ଏକାଧିକ ସରକାରୀ ବାବୁ ଫସିବେ ବୋଲି କହିଛନ୍ତି ଯାଜପୁର ଜିଲ୍ଲାବାସୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାଜ୍ୟରେ ଲଗାତାର ଚାଲିଥିବା ଭିଜିଲାନ୍ସ ରେଡକୁ ନେଇ ପୂର୍ବ ବିଜେଡ଼ି ସରକାର ଉପରେ ବର୍ଷିଲା ବିଜେପି । ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ କହିଛନ୍ତି, ବିଜେଡି ସରକାର ସମୟରେ ଚାଲିଥିଲା ଖୁଲମଖୁଲା ଦୁର୍ନୀତି । 

ଯାହାର ପ୍ରମାଣ ଭିଜିଲାନ୍ସ ଚଢ଼ାଉ ବେଳେ ମିଳୁଛି । ନବୀନ ସରକାର ସମୟରେ ଅଫିସର ମାନଙ୍କ ଘରେ ଥିଲା ମିନି ରତ୍ନଭଣ୍ଡାର । 24 ବର୍ଷ ଧରି ଦୁର୍ନୀତିକୁ ନୀତି କରିଥିଲେ ନବୀନ ସରକାର । ପୂର୍ବ ସରକାର ସମୟରେ ଚିଫ୍ ଇଞ୍ଜିନିୟର, ଆଡିସିନାଲ ଚିଫ ଇଞ୍ଜିନୟର, ଓଏଏସ ଅଫିସର ମାନଙ୍କୁ ଧରୁନଥିଲା ଭିଜିଲାନ୍ସ । କେବଳ କିରାଣୀ ଓ ପିଅନ ଭଳି ଛୋଟ ମାଛଙ୍କୁ ଧରୁଥିଲା ଭିଜିଲାନ୍ସ । କିନ୍ତୁ ଏବେ ବିଜେପି ସରକାର ସମୟରେ ପୋଲିସ ଆଇଆଇସି, ଚିଫଇଞ୍ଜିନିୟର ଭଳି ବଡ ମାଛଙ୍କୁ ଧରୁଛି ଭିଜିଲାନ୍ସ ।

ଆଜି R&Bର ପୂର୍ବତନ ମୁଖ୍ୟଯନ୍ତ୍ରୀ, କୁବେର ବାବୁ ତାରା ପ୍ରସାଦ ମିଶ୍ର ଗିରଫ । ତାରାପ୍ରସାଦ ମିଶ୍ରଙ୍କ ଅଚଳାଚଳ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ୩୭୦ ଗ୍ରାମର ହୀରା, ଅଢ଼େଇ କେଜି ସୁନା ଅଳଙ୍କାର, ୬ ଲକ୍ଷ ନଗଦ ଟଙ୍କା, ୭ ଟି ପ୍ଲଟ, ଭୁବନେଶ୍ବର ଓ ଝାରସୁଗୁଡ଼ାରେ ୧୦ ଟି ଦାମୀ ଫ୍ଲାଟ୍, ୨ କୋଟି ଟଙ୍କାର ବ୍ୟାଙ୍କ ଡିପୋଜିଟ। 7ଟି ଦେଶ- ୟୁଏଇ, ଭିଏତନାମ, ଆମେରିକା, ସିଙ୍ଗାପୁର, ମାଲେସିଆ, କାନାଡ଼ା ଓ ଥାଇଲାଣ୍ଡ ବୁଲିଛନ୍ତି ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର । ଯାହାର ଲିଷ୍ଟ ଭିଜିଲାନ୍ସ ହାତରେ ଲାଗିଛି । ଏମିତି ଅନେକ ଅଫିସର ଅଛନ୍ତି ଯେଉଁ ମାନେ ଭି.କେ. ପାଣ୍ଡିଆନ ଇକୋ ସିଷ୍ଟମରେ କାମ କରୁଥିଲେ, ସେମାନେ ଏମିତି କୋଟି କୋଟି ଟଙ୍କା ଲୋକଙ୍କ ଅର୍ଥ ଲୁଟ କରୁଥିଲେ ବୋଲି ବିଜେପି କହିଛି ।

Argus Whatsapp Channel Mobile Top
Sponsored
engineer Tara Prasad Mishra was arrested | Argus News