Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଧାମନଗର ଥାନା ଘେରାଉ, ରାସ୍ତା ରୋକ୍

Odisha

ଧାମନଗର ଥାନା ଘେରାଉ, ରାସ୍ତା ରୋକ୍

Smruti Parija
Browse all articles by Smruti Parija
·1 year ago·1 min read
ଧାମନଗର ଥାନା ଘେରାଉ, ରାସ୍ତା ରୋକ୍

ଭଦ୍ରକ: ସାମାଜିକ ଗଣମାଧ୍ୟମରେ ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକରେ ବିବାଦ ବଢିବାରେ ଲାଗିଛି । ଧାମନଗର ଥାନା ଘେରାଉ କରିଛନ୍ତି ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକମାନେ । ସାମାଜିକ ଗଣମାଧ୍ୟମରେ ବିବାଦୀୟ ପୋଷ୍ଟକୁ  ଧାମନଗର ଥାନା ଲିଖିତ ଅଭିଯୋଗ ପରେ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଯୁବକ ମାନଙ୍କ ଦ୍ଵାର ବିଜୁପଟ୍ଟନାୟକ ଛକ ଠାରେ ଟାୟାର ଜାଳି ବିକ୍ଷୋଭ ସହ ରାସ୍ତା ରୋକ୍ କରିଥିବା ଦେଖିବାକୁ ମିଳିଛି ।

ପୁରୁଣା ବଜାର ଥାନା ଅଞ୍ଚଳରେ  ଜିଲ୍ଲା ପ୍ରଶାସନ ପକ୍ଷରୁ 163 ଧାରା ଅନିର୍ଦ୍ଧିଷ୍ଟ କାଳ ପାଇଁ ଜାରି ହୋଇଛି । ପୋଲିସର ଫ୍ଲାଗ ମାର୍ଚ୍ଚ କରାଯାଉଛି । ଘଟଣାସ୍ଥଳରେ 10 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ପରିସ୍ଥିତିକୁ ଶାନ୍ତ ରଖିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । 

ସୂଚନାନୁଯାୟୀ, ଭଦ୍ରକ ସନ୍ଥିଆରେ ଆନ୍ଦୋଳନକାରୀଙ୍କ ଆକ୍ରମଣରେ 2 ପୋଲିସ୍‌ ଆହତ ହୋଇଛନ୍ତି । ଏକ ବିବାଦୀୟ ପୋଷ୍ଟକୁ ନେଇ ଅଞ୍ଚଳରେ ବିବାଦ ଉପୁଜିଛି । ମେଳି ଖବର ପାଇ ପୋଲିସ ଯାଉଥିବା ବେଳେ ହୋଇଛି ଆକ୍ରମଣ । ରାସ୍ତାରେ ଟାୟାର ଜାଳି ପୋଲିସକୁ ଅଟକାଇ ଥିଲେ ସମ୍ପୃକ୍ତ ଗୋଷ୍ଠୀ । ତହସିଲଦାରଙ୍କ ଗାଡି କାଚକୁ ବାଡେଇ ଭଙ୍ଗାରୁଜା କରିଥିବା ସୂଚନା । ପୋଲିସ ଉପରକୁ ମଧ୍ୟ ଟେକା ପଥର ଫିଙ୍ଗିଛନ୍ତି ସଂପୃକ୍ତ ଗୋଷ୍ଠୀ । ସ୍ଥିତି ନିୟନ୍ତ୍ରଣ ପାଇଁ 7 ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ension in Odisha’s Bhadrak over ‘controversial social media post’-local-people-gherao-dhamnagar-thana | Argus News