ବାର୍ଡ଼ ଫ୍ଲୁରେ ସଂକ୍ରମିତ ସମଗ୍ର ଡେଲାଙ୍ଗ ଅଞ୍ଚଳ , ବାର୍ଡ କିଲିଂ ପ୍ରକ୍ରିୟା ଜାରି

Key Points
ବାର୍ଡ଼ ଫ୍ଲୁରେ ସଂକ୍ରମିତ ସମଗ୍ର ଡେଲାଙ୍ଗ ଅଞ୍ଚଳ
ସାମ୍ପୁଲ ଜଣାପଡିବା ପରେ ବାର୍ଡ କିଲିଂ ପ୍ରକ୍ରିୟା ଜାରି
ବର୍ତ୍ତମାନ ସୁଦ୍ଧା ୬ ହଜାର ୭୪୧ କୁକୁଡ଼ା ମରାଗଲାଣି
ବାର୍ଡ଼ ଫ୍ଲୁରେ ସଂକ୍ରମିତ ସମଗ୍ର ଡେଲାଙ୍ଗ ଅଞ୍ଚଳ l କୋଠାବାଡ଼ ପଞ୍ଚାୟତର ବଡ଼ ଅଂକୁଲା ଗାଁରେ ପ୍ରଶାନ୍ତ ପ୍ରଧାନଙ୍କ ଫାର୍ମରୁ ସାମ୍ପୁଲ ଜଣାପଡିବା ପରେ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ବାର୍ଡ କଲିଂ ପ୍ରକ୍ରିୟା ଜାରି । ବର୍ତ୍ତମାନ ସୁଦ୍ଧା ୬ ହଜାର ୭୪୧ କୁକୁଡ଼ା ମରାଗଲାଣି । ଡେଲାଙ୍ଗର ୫ଟି କୁକୁଡ଼ା ଫାର୍ମରୁ ନମୂନା ସଂଗ୍ରହ କରଯାଇ ସଂରକ୍ଷିତ ରଖାଯାଉଛି । ଆଜି ଭୋପାଳ ସ୍ଥିତ NIHSAD ପରୀକ୍ଷଣ କେନ୍ଦ୍ରକୁ ପଠାଯିବ l ଚିହ୍ନଟ ଅଞ୍ଚଳ ଠାରୁ ୧୦ କିମି ପରିଧି ମଧ୍ୟରେ ମୋଟ ୨ଟି ରାପିଡ଼ ରେସପନ୍ସ ଟିମ୍ ସର୍ବେକ୍ଷଣ କାର୍ଯ୍ୟ କରାଯାଇଛି l
ସେପଟେ ପିପିଲି ଓ ନିମାପଡ଼ାର ବହୁତ ଅଞ୍ଚଳରେ କୁକୁଡ଼ା ମଡକ ଦେଖିବାକୁ ମିଳିଛି l କିନ୍ତୁ ସେ ସବୁ ଅଞ୍ଚଳରେ କୁକୁଡ଼ାକୁ ବାର୍ଡ ଫ୍ଲୁ ହୋଇଛି ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ପଶୁ ସମ୍ପଦ ଓ ପ୍ରାଣୀ ପାଳନ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଏବଂ ପ୍ରାଣୀ ପାଳନ ବିଭାଗୀୟ ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେ ଅଞ୍ଚଳ ପରିଦର୍ଶନ କରିବା ସହିତ ଚାଷୀଙ୍କ ସହିତ ଆଲୋଚନା କରିଛନ୍ତି । ବାର୍ଡ଼ ଫ୍ଲୁ କୁ ଭୟ ନକରିବା ପାଇଁ କହିଛନ୍ତି ।