Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୧୦୦ କୋଟି ଘୋଟଲା ମାମଲା; ୨୦ ଗାଡି ଜବତ, ୨୫ଟି ଆକାଉଣ୍ଟ ଠାବ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
୧୦୦ କୋଟି ଘୋଟଲା ମାମଲା; ୨୦ ଗାଡି ଜବତ, ୨୫ଟି ଆକାଉଣ୍ଟ ଠାବ

ଖଣି ପରିବହନ ଘୋଟାଲାରେ ବଢିଲା ରାଜା ଚକ୍ରଙ୍କ ଅଡୁଆ । ୧୦୦ କୋଟିର ଗଫଲତି ଖୋଜିବାକୁ ଇଓଡବ୍ୟୁ, ଇଡି ଓ ଆଇଟିର ରେଡ୍ । ୧୧ ଘଣ୍ଟାର ମାରଥନ ଜେରା ପରେ ରାଜାଙ୍କ 8 ଠିକଣାରେ ଚଢାଉ । ରୋଡ୍ ପତିରୁ କରୋଡ ପତି କେମିତି ବନିଲେ ରାଜାଚକ୍ର ? । ରେଡିଓ ମେକାନିକରୁ ବିଜେଡି ଏଟିଏମ ପଛରେ ବବି- ପାଣ୍ଡିଆନଙ୍କ ଆର୍ଶୀବାଦ କି ?


୧୧ ଘଣ୍ଟାର ଜେରା ପରେ ଆଜି ରାଜା ଚକ୍ରଙ୍କ ବିଭିନ୍ନ ଠିକଣା ଉପରେ ରେଡ କରାଯାଇଛି । କେନ୍ଦୁଝରରେ ଥିବା ରାଜାଙ୍କ ଘର ଉପରେ ରେଡ ହୋଇଛି । ଦୀର୍ଘ ସମୟରେ ଧରି ତାଙ୍କ ଘରେ ରେଡ କରିଥିଲେ କ୍ରାଇମବ୍ରାଞ୍ଚ ଟିମ । ରାଜାଙ୍କ ଆଉ ଏକ ଠିକଣା, ଯେଉଁଠି ଚାଲିଥିଲା ବିଜେଡି ଅଫିସ, ସେଠି ଏବେ ବାହାରୁ ତାଲା ଝୁଲୁଛି ଆଉ ଲାଗିଛି ଟୁ-ଲେଟ୍ ବୋର୍ଡ ।


ଏପଟେ ଭୁବନେଶ୍ବରରେ ବି ରାଜା ଚକ୍ରର ଠିକିଣାରେ ରେଡ କରାଯାଇଛି । ୨୦ରୁ ଅଧିକ ଗାଡି ଜବତ ସହ ୨୫ଟି ଆକାଉଣ୍ଟ ମଧ୍ୟ ଠାବ କରିଛି ଇଓଡବ୍ଲ୍ୟୁ ।


ରେଡ ବେଳେ ସାମନାକୁ ଆସୁଛି ଅନେକ ରୋଚକ ତଥ୍ୟ । ରେଡିଓ ମେକାନିକରୁ କେମିତି କରୋଡ ପତି ବନିଲେ ରାଜା ଚକ୍ର । ଆଇଟିଆଇ ପାସ କରିବା ପରେ ରେଡିଓ ମେକାନିକ ଥିଲେ ରାଜା । ପରେ ଘରୋଇ ବସର ଟିକେଟ ହକର । ୨୦୦୭ରେ ରାଜାଙ୍କୁ ବିଜେଡିରେ ଏଣ୍ଟ୍ରି କରାଇଲେ ବଦ୍ରି ପାତ୍ର। ୨୦୧୨ ପର୍ଯ୍ୟନ୍ତ ବଦ୍ରିଙ୍କ ଘନିଷ୍ଠ ଭାବେ କାମ କରୁଥିଲେ ରାଜା । ୨୦୧୨ରୁ ୧୪ ସନାମହାକୁଡ ସହ ରହିଲେ ଆଉ ତାପରେ ବବି ପାଣ୍ଡିଆନଙ୍କ ଲିଙ୍କରେ ଆସି ଧିରେ ଧିରେ ଖଣି ପରିବହନର ରିମୋଟ ହାତେଇଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୨୦୧୯ ନିର୍ବାଚନ ବେଳକୁ କେନ୍ଦୁଝର ଜିଲ୍ଲାରେ ବିଜେଡିର ଏଟିଏମ ବନିଥିଲେ ରାଜା । ବଦ୍ରିଙ୍କୁ ବାଇପାସ କରି ବିଜେଡି ରାଜନୀତିରେ ବନିଥିଲେ ଜିଲ୍ଲାର ପାୱାର ଫୁଲ ନେତା । କେବଳ ଗନ୍ଧମାର୍ଦ୍ଦନ ଲୋଡିଂ ନୁହେଁ ପୁରା କେନ୍ଦୁଝରରେ ଖଣି ପରିବହନରୁ ନେଇ ଟେଣ୍ଡର କାରବାର ପର୍ଯ୍ୟନ୍ତ ସବୁଥିରେ ମୁଖ୍ୟ ଥିଲେ ରାଜା ଚକ୍ର । ବେଆଇନ କାମ ଓ ଘୋଟାଲ ବାବାଦରେ ଯିଏ ମୁହଁ ଖୋଲିଲା ତାକୁ ଗୁଣ୍ଡା ଲଗାଇ ଭୟଭୀତ କଲେ ନହେଲେ ପୋଲିସ ଲଗାଇ ଚୁପ କରାଇଲେ । ଲୋକଙ୍କ କହିବା କଥା ଏସପି କଲେକ୍ଟର ବି ରାଜାଙ୍କ ବିରୋଧରେ ଶୁଣୁ ନଥିଲେ ଅଭିଯୋଗ ।


ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିରୋଧୀ ଦଳ ମୁଖ୍ୟ ସଚେତକ ଥିବା ବେଳେ ୨୦୨୧ ବେଳେ ତାଙ୍କୁ ଗାଡି ଉପରକୁ ବୋମା ପକାଇ ଧମକ ଦେଇଥିଲେ ରାଜାଚକ୍ର । ସେତେବେଳେ ଏନେଇ କେନ୍ଦୁଝର ଥାନାରେ ଅଭିଯୋଗ କରିଥିଲେ ମୋହନ । ହେଲେ ତୃତୀୟ ମହଲାର ଆର୍ଶିବାଦରେ ରାଜା ଚକ୍ର ଏତେ ପାୱାରଫୁଲ ଥିଲେ ଯେ ପୋଲିସ ତାଙ୍କ ବିରୋଧରେ ମାମଲା କରିବାକୁ ଦେଉଥିଲା ପଛଘୁଞ୍ଚା । ସେତେବେଳେ ଟୁଇଟ କରି ଘଟଣାକୁ ନିନ୍ଦା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।


‘ଗନ୍ଧମାର୍ଦ୍ଧନ ଲୋଡିଂ ଏଜେନ୍ସି’ ପଞ୍ଜିକୃତ ହୋଇଥିଲା ୨୦୦୬ରେ । ୨୦୧୭-୧୮ରୁ ୨୦୨୩-୨୪ରେ ଏଥିରେ ପ୍ରବେଶ କରିଥିଲେ କିଛି ପ୍ରଭାବଶାଳୀ ଲୋକ । ଅପରାଧିକ ଷଡ଼ଯନ୍ତ୍ର କରି ଶ୍ରମଦେୟ, ପାରିପାର୍ଶିକ ବିକାଶ, ଭିତ୍ତିଭୂମି ଖର୍ଚ୍ଚ, ପ୍ରଭାବିତ ସଦସ୍ୟଙ୍କୁ ଦେୟ, ଇପିଏଫ କାଟ୍‌ ବାବଦରେ ମିଥ୍ୟା ଦସ୍ତାବିଜ ପ୍ରସ୍ତୁତ କରି ଏମାନେ ଆତ୍ମସାତ କରିଥିଲେ କୋଟି କୋଟି ଟଙ୍କା । ଅଭିଯୋଗ ହେବା ପରେ ବି ଚୁପ ଥିଲା ପୋଲିସ, ଚୁପ ଥିଲେ ସରକାର । ତେବେ ସରକାର ପରିବର୍ତ୍ତନ ହେବା ପରେ ଫେବୁଆରୀ ୯ ତାରିଖରେ ଏଜେନ୍ସିର ସମ୍ପାଦକ ଉତ୍କଳ ଦାସ ଓ ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକଙ୍କୁ ଗିରଫ କରିଥିଲା ଇଓଡବ୍ଲ୍ୟୁ । ଏବେ ଏହି ମାମଲାରେ ରାଜା ଚକ୍ର ତାର ସହଯୋଗୀଙ୍କୁ ଜେରା କରୁଛି ଇଓଡବ୍ଲ୍ୟୁ ।

Sponsored