ସବାରୀ ଉଠିବା ପୂର୍ବରୁ ଉଠିଲା କୋକେଇ, ଚାଲିଗଲା ଇପିସ୍ମିତାର ଜୀବନ

କଟକ: ବିବାହ, ସବୁ ଝିଅଙ୍କର ଏକ ସ୍ୱପ୍ନ ଥାଏ କି ସେ ଦିନେ ଖୁସିରେ ଖୁସିରେ ବାହା ହେବ। ବିବାହ ହେଉଛି ଦୁଇଟି ହୃଦୟର ମିଳନ ହୋଇଥାଏ । ଠିକ ଏହି ପରି ଏକ ସ୍ୱପ୍ନ ଦେଖିଥିଲା ଇପିସ୍ମିତା । ବାପା, ମା'ଙ୍କ ଆର୍ଶୀବାଦ ନେଇ ବିବାହ ବେଦୀରେ ବସି ବାହାହେବ। ହେଲେ ସେ କଣ ଜାଣିଥିଲା କି ଏହି ସ୍ୱପ୍ନ ତାର କେବଳ ସ୍ୱପ୍ନ ହୋଇ ରହିଯିବ ବୋଲି। ସବାରୀ ଉଠିବା ପୂର୍ବରୁ ଉଠିଲା କୋକେଇ । ମୃତ୍ୟୁ କେତେବେଳେ, କାହାକ। କେଉଁ ସମୟରେ ଆସିବ ତାହା କିଏ ବା କହିବ।
ଚାଲିଗଲେ ଇପିସ୍ମିତାର ଜୀବନ । ନରସିଂହପୁର ବ୍ଲକ ଅନ୍ତର୍ଗତ ବନ୍ଧହୁଡା ଗ୍ରାମର ଶ୍ରୀନିବାସ ସାହୁ ଙ୍କ ଝିଅ ଇପିସ୍ମିତା ସାହୁ। ବୟସ ମାତ୍ର 26 ବର୍ଷ ହେବ। ଇପିସ୍ମିତାର ଅକାଳ ବିୟୋଗ ଘଟିଯାଇଛି। ଛାତିରେ ସଂକ୍ରମଣ ସହିତ ହଠାତ ହିମୋଗ୍ଲୋବିନ କମି ଯିବାରୁ ଅସୁସ୍ଥ ହୋଇ ପଡ଼ିଥିଲେ। ତାକୁ ସଙ୍ଗେ ସଙ୍ଗେ କଟକର ଏକ ଘରୋଇ ହସ୍ପିଟାଲକୁ ନେଇଯାଇଥିଲେ। ଚିକିତ୍ସିତ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଇପିସ୍ମିତାର ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନାରୁ ପ୍ରକାଶ ଯେ ଗତ 12 ତାରିଖରେ ଇପିସ୍ମିତା ଙ୍କର ନିର୍ବନ୍ଧ ହୋଇଥିବା ଆସନ୍ତା 17 ତାରିଖରେ ତାଙ୍କର ଖଜୁରିଆ ରେ ବିବାହ ହୋଇଥାନ୍ତା। ସଵାରୀ ଉଠିବା ପୂର୍ବରୁ ଉଠିଲା କୋକେଇ। ଏଖବର ପରେ ପରିବାର ଲୋକେ ଭାଙ୍ଗିପଡିଛନ୍ତି। ଗାଁରେ ଦୁଃଖର ଛାଇ ଖେଳିଯାଇଛି।