Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

EV subsidy: ସବସିଡି ଲାଭ ଉଠାଇବାକୁ ଓଡ଼ିଶାରେ ଗାଡ଼ି ପଞ୍ଜୀକରଣ କରୁଛନ୍ତି ଛତିଶଗଡ଼ ଲୋକ !

Sushanta Sahoo
Browse all articles by Sushanta Sahoo
·10 months ago·2 min read
EV subsidy: ସବସିଡି ଲାଭ ଉଠାଇବାକୁ ଓଡ଼ିଶାରେ ଗାଡ଼ି ପଞ୍ଜୀକରଣ କରୁଛନ୍ତି ଛତିଶଗଡ଼ ଲୋକ !

Key Points

ଓଡ଼ିଶା ଟଙ୍କା ଗଣୁଛି, ଛତିଶଗଡ଼ରେ ଗାଡ଼ି ଗଡ଼ୁଛି । EV ସବସିଡି ଜାଲିଆତି ନେଇ ଆସିଛି ସଙ୍ଗୀନ ଅଭିଯୋଗ । ଓଡ଼ିଶାରେ ପଞ୍ଜୀକୃତ ଶହ ଶହ ଗାଡ଼ି ଛତିଶଗଡ଼ରେ ଗଡୁଛି ।

ଭୁବନେଶ୍ଵର: ଓଡ଼ିଶା ଇଲେକ୍ଟ୍ରିକ୍ ଭେଇକିଲ୍ ଉପରେ ଦେଉଥିବା ସବସିଡିର ଲାଭ ଉଠାଉଛନ୍ତି ଛତିଶଗଡ଼ ଲୋକ । ଓଡ଼ିଶା ଟଙ୍କା ଗଣୁଛି, ଛତିଶଗଡ଼ରେ ଗାଡ଼ି ଗଡ଼ୁଛି । EV ସବସିଡି ଜାଲିଆତି ନେଇ ଆସିଛି ସଙ୍ଗୀନ ଅଭିଯୋଗ । ଓଡ଼ିଶାରେ ପଞ୍ଜୀକୃତ ଶହ ଶହ ଗାଡ଼ି ଛତିଶଗଡ଼ରେ ଗଡୁଛି । ଏନେଇ ଅଭିଯୋଗ ପରେ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗ ପକ୍ଷରୁ ତଦନ୍ତ ପାଇଁ ପରିବହନ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।


ଛତିଶଗଡ଼ର ଲୋକେ ଓଡ଼ିଶାରେ ଗାଡ଼ି ପଞ୍ଜୀକରଣ କରି ମିଳୁଥିବା ସବସିଡିର ଲାଭ ନେଉଛନ୍ତି । ଏନେଇ ଅଭିଯୋଗ କରିଛନ୍ତି ବରଗଡ଼ ଜିଲ୍ଲା ଭଟଲି ଅଞ୍ଚଳର ଜଣେ ସଚେତନ ନାଗରିକ । ଅଭିଯୋଗ ଅନୁସାରେ, ଜାଲ ଠିକଣା ପ୍ରମାଣ ପତ୍ର, ନକଲି ବିଲ୍ ଓ ଗାଡ଼ି କାଗଜ ପତ୍ର ଦେଖାଇ ଓଡ଼ିଶାର ବିଭିନ୍ନ RTOରେ ଛତିଶଗଡ଼ର ଲୋକ ଗାଡ଼ି ପଞ୍ଜୀକରଣ କରୁଛନ୍ତି ।


ଛତିଶଗଡ଼ରେ ୨୦ ଲକ୍ଷରୁ ଅଧିକ ଟଙ୍କାର EV ଗାଡ଼ି କ୍ରିୟ କଲେ କୌଣସି ସବସିଡି କିମ୍ବା ଟିକସ ରିହାତି ମିଳୁନାହିଁ । ତେଣୁ ଓଡ଼ିଶା ଦେଉଥିବା EV ସବସିଡି ଏବଂ ରୋଡ୍ ଟ୍ୟାକ୍ସ ରିହାତି ପାଇବା ପାଇଁ ଏଠାରେ ଥିବା RTO ଗୁଡ଼ିକରେ ଛତିଶଗଡ଼ ଲୋକ ଗାଡ଼ି ପଞ୍ଜୀକରଣ କରାଉଥିବା ଅଭିଯୋଗ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆଉ ଏଥିରେ ଓଡ଼ିଶାର କିଛି RTO ଏବଂ EV ଡିଲର ସାମିଲ୍ ଥିବା ଅଭିଯୋଗ ହୋଇଛି । ଏନେଇ ବରଗଡ଼ ଜିଲ୍ଲା ଭଟଲି ଛକ ଅଞ୍ଚଳର ଜଣେ ନାଗରିକ ଓଡ଼ିଶା ପରିବହନ କମିଶନରଙ୍କୁ ଚିଠି ଯୋଗେ ଅଭିଯୋଗ କରିଛନ୍ତି । ଆଉ ଅଭିଯୋଗ ପରେ ତଦନ୍ତ ନିର୍ଦ୍ଦେଶ ଦେଇଛି ଓଡ଼ିଶା ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗ ।


ଓଡ଼ିଶା ସମ୍ପର୍କିତ ଅଧିକ ଖବର ପଢ଼ନ୍ତୁ

Sponsored
EV Subsidy Scam: Chhattisgarh Residents Exploit Odisha's Electric Vehicle Benefits | Argus News | Argus News