୭୦ ବର୍ଷ ପରେ ବି ଗାଁକୁ ନାହିଁ ରାସ୍ତା, ଦୁଃଖ ଦେଉଛି କଚ୍ଚା ରାସ୍ତା

Key Points
କାଦୁଅରେ କଲବଲ ପାଳପାଟଣା
୭୦ ବର୍ଷ ପରେ ବି ଗାଁ କୁ ନାହିଁ ରାସ୍ତା
ବର୍ଷ ତମାମ ଦୁଃଖ ଦେଉଛି କଚ୍ଚା ରାସ୍ତା
ଆଦିବାସୀ ଅଧୁଷିତ ମୟୂରଭଞ୍ଜ ବଡ଼ସାହି ବ୍ଲକ୍ ଶାଳଗାଁ ପଞ୍ଚାୟତର ପାଳପାଟଣା। ଗଙ୍ଗାହାର ନଦୀକୂଳରେ ଅବସ୍ଥିତ ଗାଁରେ ସମସ୍ୟା ଅନେକ। କିନ୍ତୁ ସବୁଠୁ ଯନ୍ତ୍ରଣା ଦାୟକ ହେଉଛି ଗାଁ ରାସ୍ତା। ଆଜିବି ଗାଁକୁ ସଂଯୋଗ ହୋଇ ପାରି ନାହିଁ ପକ୍କା ରାସ୍ତା। ଫଳରେ ବର୍ଷ ତମାମ ରାସ୍ତା ପାଇଁ ହନ୍ତସନ୍ତ ହେଉଛନ୍ତି ଅଞ୍ଚଳବାସୀ। ମାତ୍ର ବର୍ଷା ହେଲେ ବଢେ ରାସ୍ତା ଦୁଃଖ। କାରଣ ନାଲିମାଟିର ରାସ୍ତା ହୋଇଯାଏ କାଦୁଅ ପଚପଚ। ଆଉ ଏହି ରାସ୍ତାରେ ପସି ଯିବା ଆସିବା କରନ୍ତି ଅ଼ଞ୍ଚଳବାସୀ।
ଟିକିଏ ନଜର ପକାନ୍ତୁ ଏହି ରାସ୍ତା ଉପରେ । ୭୦ ବର୍ଷ ଧରି ଅବହେଳିତ ହୋଇ ପଡିରହିଛି କଚ୍ଚା ରାସ୍ତା । ରାସ୍ତା ତ ନୁହେଁ କାଦୁଅପଚପଚ ଚଲାବାଟ। ଯାହା ଭିତରେ ପସି ପ୍ରତିଦିନ ଯିବା ଆସିବା କରନ୍ତି ଅଞ୍ଚଳବାସୀ। ବାଲେଶ୍ବର ସୀମାକୁ ଲାଗି ରହିଥିବାରୁ ମାନଗୋବିନ୍ଦପୁର, ଶାଳଗାଁ ଏବଂ ପାଟୁଳିପୁରା ପଞ୍ଚାୟତର ପାଖାପାଖି ୧୨ ହଜାରରୁ ଅଧିକ ଲୋକ ସ୍ବାସ୍ଥ୍ୟ,ଶିକ୍ଷା, ବେପାର ପାଇଁ ବାଲେଶ୍ବର ଜିଲ୍ଲା ଉପରେ ନିର୍ଭର କରିଥାନ୍ତି। ମାତ୍ର ରାସ୍ତାର ଏଭଳି ଅବସ୍ଥା ପାଇଁ ଯିବା ଆସିବାରେ ସମସ୍ୟା ଉପୁଜୁଛି।
ରାସ୍ତା ସମସ୍ୟା ଉପରେ ସମସ୍ତେ ଅବଗତ। ଏମିତିକି ସେତେବେଳର ୫ଟି ସଚିବ ମଧ୍ୟ ଏହି ଅଭିଯୋଗ ସୁଣି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ମାତ୍ର। ସେ ପ୍ରତିଶ୍ରୁତି ଏବେ ପ୍ରତାରଣା। ଆଜିବି କଚ୍ଚା ରାସ୍ତାର କାଦୁଅରେ କଲବଲ ପାଳପାଟଣାବାସୀ।