Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସ୍ବାଧୀନତାର ଏତେ ପରେ ବି ଗାଁରେ ପିଇବାକୁ ନାହିଁ ଶୁଦ୍ଧ ପାନୀୟଜଳ

Ritu Das
Browse all articles by Ritu Das
·1 year ago·2 min read
ସ୍ବାଧୀନତାର ଏତେ ପରେ ବି ଗାଁରେ ପିଇବାକୁ ନାହିଁ ଶୁଦ୍ଧ ପାନୀୟଜଳ

ସ୍ଵାଧୀନତାର ବହୁ ବର୍ଷ ଓ ବିଗତ 25 ବର୍ଷ ର ସ୍ଥାୟୀ ସରକାରଙ୍କ ସମୟ ବିତି ଯାଇଥିଲେ ମଧ୍ୟ ଆଜି ବି ଜଳ କଷ୍ଟ ଭୋଗୁଛନ୍ତି ଦୁର୍ଗମ ଅଞ୍ଚଳରେ ବସ ବାସ କରୁଥିବା ଲୋକେ, ଶିମିଳିପାଳ ପାଦ ଦେଶରେ ଅବସ୍ଥିତ ଥିବା ମୟୂରଭଞ୍ଜ ଜିଲ୍ଲାର ଯଶିପୁର ବ୍ଳକ୍ ଅନ୍ତର୍ଗତ ଦୂର୍ଦୁରା ଗ୍ରାମର ଟେମ୍ବ ସାହିରେ ରହୁଥିବା 37 ରୁ ଉର୍ଦ୍ଧ ଆଦିବାସି ପରିବାର। ଏମାନଙ୍କ ପାଖକୁ ଆଜି ଯାଏ ପହଞ୍ଚି ପାରିଲା ନାହିଁ ସରକାରଙ୍କ ଜଳ ମିଶନରେ ଶୁଦ୍ଧ ପାନୀୟ ଜଳ ଟିକକ। ତେବେ କିପରି ପ୍ରତ୍ୟେକ ଦିନ ଶୁଦ୍ଧ ପାନୀୟ ଜଳ ପାଇଁ ଏଠାକାର ଲୋକେ ସଂଘର୍ଷ କରୁଛନ୍ତି। 25ବର୍ଷ ର ସ୍ଥିର ବିଜେଡି ସରକାରଙ୍କ ଶାସନ ସମୟରେ ଆମ ଗାଁ ଆମ ବିକାଶ ର ଯେଉଁ ଡିଣ୍ଡିମ ପିଟୁ ଥିଲେ ବାସ୍ତବରେ ତାହା ଆଜି ଏହି ଗାଁ ର ସମସ୍ୟା କୁ ଦେଖିଲେ ବିକାଶ ଏଠି କେତେ ପହଞ୍ଚି ପାରିଛି ତାହା ସ୍ପଷ୍ଟ ଭାବରେ ବାରି ହୋଇ ପଡ଼ୁଛି, ଦୁଃଖର ବିଷୟ ଶିମିଳିପାଳ ପାଦ ଦେଶରେ ଥିବା ଦୂର୍ଦୂରା ଗ୍ରାମର 37ରୁ ଊର୍ଦ୍ଧ୍ବ ପରିବାରଙ୍କ ପାଖରେ ପହଞ୍ଚି ପାରିଲା ନାହିଁ ବିଶୁଦ୍ଧ ପାନୀୟ ଜଳ। ଯେଉଁଥି ପାଇଁ ଏହି ପାରିବାରଙ୍କୁ ପ୍ରତ୍ୟେକ ଦିନ କରି ବାକୁ ପଡ଼ୁଛି ସଂଘର୍ଷ । ଶୁଦ୍ଧ ପାନୀୟ ଜଳ ଟିକକ ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ।


ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଅଭିଯୋଗ ପରେ ଅଭିଯୋଗ କରି ଆସୁଥିଲେ ମଧ୍ୟ ହୋଇ ପାରୁନି ପାନୀୟ ଜଳ ସମସ୍ୟାର ସମାଧାନ ବୋଲି ପ୍ରକାଶ କରନ୍ତି । ପାନୀୟ ଜଳ ସମସ୍ୟାକୁ ନେଇ ଟେମ୍ବ ସାହିରେ ବହୁ ଦିନ ପୂର୍ବରୁ ଏକ ସୋଲାର ପାଣି ପମ୍ପ ଟିଏ ବସା ଯାଇଥିଲା ହେଲେ ତାହା ଆଜି ଗ୍ରାମବାସୀ ଙ୍କୁ ପାନୀୟ ଜଳ ଯୋଗାଇବାରେ ଅସମର୍ଥ, ସୋଲାର ପାଣି ପମ୍ପ ରୁ ପାଣି ସଠିକ୍ ଭାବେ ବାହାରୁ ନ ଥିବାରୁ ଲାଇନ୍ ଲାଗି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡିଥାଏ, ଏହା ବ୍ୟତୀତ ଯଦିଓ ଘରକୁ ଘର ଷ୍ଟାଣ୍ଡ ପୋଷ୍ଟ ଲାଗିଛି ଓ ପାଇପ ଲାଇନ୍ ବିଛା ସରିଛି ହେଲେ ଆଜି ଯାଏ ପାନୀୟ ଜଳ ପହଞ୍ଚି ନପାରିବା ଅତି ଦୁର୍ଭାଗ୍ୟ ର ବିଷୟ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆଗକୁ ଗ୍ରୀଷ୍ମ ପ୍ରବାହ ବାକି ରହିଛି ଯଦି ଏବେ ଠାରୁ ଏହି ଗ୍ରାମବାସୀଙ୍କ ପାନୀୟ ଜଳ ସମସ୍ୟା ର ସମାଧାନ ନ କରାଯାଏ ତେବେ ଆଗକୁ ନାନା ଅସୁବିଧା ର ସମ୍ମୁଖୀନ ହେବେ ଗ୍ରାମବାସୀ, ଆମେ ଏହି ପାନୀୟ ଜଳ ର ସମସ୍ୟା କୁ ନେଇ ଯଶିପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ସହ୍ ଆଲୋଚନା କରିଥିଲୁ ସେ କହିଥିଲେ ଯଥା ଶୀଘ୍ର ଏହାର ସମାଧାନ ଦିଗରେ ଧ୍ୟାନ ଦେବେ ହେଲେ କ୍ୟାମେରା ଆଗରେ କୌଣସି ପ୍ରତିକ୍ରିୟା ଦେବାକୁ ଅନିଚ୍ଛା ପ୍ରକାଶ କରିଥଲେ । ତେବେ ଏହି ଖବର ର ପ୍ରସାରଣ ପରେ ଏହି ଟେମ୍ବ ସାହି ଲୋକଙ୍କ ପାନୀୟ ଜଳ ସମସ୍ୟା କେବେ ଦୂର ହେଉଛି ଓ ବିଭାଗୀୟ ଅଧିକାରୀ ମାନଙ୍କ ଶୁଭ ଦୃଷ୍ଟି ପଡୁଛି ତାହାକୁ ଦେଖିବାକୁ ବାକି ରହିଲା।

Sponsored
Even after independence, there is no pure drinking water in the village. | Argus News