Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାଠ ସହ ଖେଳରେ ଭଲ ପ୍ରଦର୍ଶନ ପରେ ବି ସ୍ପୋର୍ଟସ କୋଟାରେ ଚାକିରି ମିଳୁନି

Smruti Parija
Browse all articles by Smruti Parija
·2 years ago·2 min read
ପାଠ ସହ ଖେଳରେ ଭଲ ପ୍ରଦର୍ଶନ ପରେ ବି ସ୍ପୋର୍ଟସ କୋଟାରେ ଚାକିରି ମିଳୁନି

ଭୁବନେଶ୍ୱର: ପୁଳା ପୁଳା ସାର୍ଟିଫିକେଟ...ପୁଳା ପୁଳା ପ୍ରାଇଜ । ଯାହା କମେଇବା ବହୁତ ଜଣଙ୍କ ସ୍ୱପ୍ନ ଥାଏ । ହେଲେ ଏସବୁର ଆଜି କିଛି ମୂଲ୍ୟ ନାହିଁ ।  

ଅର୍ଚ୍ଚନା କନୁନଗୋ । ଜାତୀୟ ସ୍ତରର ଖେଳାଳି । ଟାଇକୋଣ୍ଟରେ ବ୍ଲାକ ବେଲ୍ଟ । ଜାତୀୟ- ଅନ୍ତର୍ଜାତୀୟ ସ୍ତରରେ ଖେଳି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି । ପିଲାଟି ସମୟରୁ ମେଧାବି। ସବୁଥିରେ ଭଲ ପ୍ରଦର୍ଶନ କରିଛନ୍ତି । ଖେଳ ଠାରୁ ଆରମ୍ଭ କରି ପାଠ ପଢାରେ ଆଗରେ ରହିଛନ୍ତି । ହେଲେ ଭଲ ପାଠ ପଢିବା ସହ ଖେଳରେ ଭଲ କରି ମଧ୍ୟ ଆଜି ତାଙ୍କୁ ସ୍ପୋର୍ଟସ କୋଟାରେ ଚାକିରି ମିଳୁନି । 

ରାଜ୍ୟ ସରକାର କେବଳ କ୍ରୀଡ଼ା ଭିତ୍ତିଭୂମିର ଉନ୍ନତି କରୁଛନ୍ତି ବୋଲି ଦାବି କରୁଛନ୍ତି । ଖେଳାଳିମାନଙ୍କୁ ଗ୍ରୁପ-ଏ, ବି,ସି ଓ ଡି ବର୍ଗର ଚାକିରିରେ 1% ସଂରକ୍ଷଣ ଦିଆଯାଉଛି ବୋଲି ଦର୍ଶାଉଛନ୍ତି । ହେଲେ ମେଧାବୀ ଖେଳାଳିଙ୍କୁ ମିଳୁନି ଚାକିରି । 

ପିଏମଜି ଠାରେ ଆମରଣ ଅନଶନ ଧାରଣାରେ ବସିଛନ୍ତି ଅର୍ଚ୍ଚନା । ଦାବି ପୂରଣ ନେହେଲ ଧାରଣାରୁ ଉଟିବେନି ବୋଲି ଚେତାବନୀ ଦେଇଛନ୍ତି । ଅର୍ଚ୍ଚନାଙ୍କ କହିବା କଥା ପ୍ରଫେସର ପାଇଁ ସବୁ ପ୍ରକାରର ଯୋଗ୍ୟତା ତାଙ୍କ ପାଖରେ ଅଛି । ୟୁଜିସି ଗାଇଡ ଲାଇନ ଅନୁସାରେ ଅଧିକ ମାର୍କ ରହିଛି । ହେଲେ ଚାକିରି କ୍ଷେତ୍ରରେ ଏହାକୁ ଅଯୋଗ୍ୟ କୁହାଯାଉଛି । ବହୁତ ନିରାଶ ହେଲା ପରେ କୋର୍ଟର ଦ୍ୱାରସ୍ଥ ହେଲେ । ଶେଷରେ ତିନୋଟି ବେଞ୍ଚରେ କେସ ସପକ୍ଷରେ ଆସିଥିଲା । ହେଲେ ବିଭାଗୀୟ  ସଚିବଙ୍କୁ ଗୋଟିଏ ସପ୍ତାହରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ହେଲେ କିଛି ଦିନ ପରେ ସବୁକିଛି ଓଲଟିଯାଇଥିଲା । ଫଳରେ ଏବେ ନିରାଶ ହୋଇଥିବାବେଳେ ଏତେ ପାଠ ପଢିଲା ପରେ ମଧ୍ୟ ଚାକିରି ପାଇଁ ନ୍ୟାୟ ମାଗିବାକୁ ପଡୁଛି ବୋଲି କହିଛନ୍ତି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 


 

Sponsored