Videos
|
Odisha

ବାରମ୍ଵାର ରିପ୍ୟାରିଂ ପରେ ବି ହୋଇପାରୁନି ସ୍ଥାୟୀ ସମାଧାନ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବାରମ୍ଵାର ରିପ୍ୟାରିଂ ପରେ ବି ହୋଇପାରୁନି ସ୍ଥାୟୀ ସମାଧାନ

Key Points

ରାସ୍ତା ନିର୍ମାଣରେ ମହା ଘୋଟାଲା
ବର୍ଷେ ଭିତରେ ଦୁଇ ଦୁଇ ଥର ରିପ୍ୟାରିଂ କାମ
ନିର୍ବାଚନ ବୈତରଣୀ ପାର ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗରେ ମହା ଘୋଟାଲା
ବାରମ୍ଵାର ରିପ୍ୟାରିଂ ପରେ ବି ହୋଇପାରୁନି ସ୍ଥାୟୀ ସମାଧାନ


କାମ ସରିବାର ଗୋଟାଏ ବର୍ଷ ନପୁରୁଣୁ ସରିଲାଣି ଦୁଇ ଦୁଇ ଥର ରିପ୍ୟାରିଂ କାମ। ଠିକ୍ ଏକ ବର୍ଷ ପୁର୍ବରୁ ଗତ ନିର୍ବାଚନ ସମୟରେ ତରବରିଆ ଭାବରେ ସରିଥିଲା କାମ। ମୟୂରଭଞ୍ଜ ଜିଲ୍ଲାର ଉପାନ୍ତ ଅଞ୍ଚଳ ଚାଲୁଣିଆ ଠାରୁ ତିଳକା ଛକ ଭାୟା କୁଆବୁଡ଼ା ରାସ୍ତା ନିର୍ମାଣରେ ହୋଇଥିଲା ବ୍ୟାପକ ଘୋଟାଲା। ଖାଲି ମାଟି ଉପରେ ପିଚୁ ପକାଇ ଲୁଟିନେଲେ ୯ କୋଟି ୯୪ ଲକ୍ଷ ଟଙ୍କା। ଠିକାଦାର ଓ ସରକାରୀ ଅଧିକାରୀଙ୍କ ମିଲି ଭକତରେ ବିନା ଫଳକରେ ନିମ୍ନ ମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ତେବେ ପ୍ରତ୍ୟେକ ଦିନ ୫୦ ହଜାରରୁ ଅଧିକ ଲୋକ ଏହି ରାସ୍ତାରେ ଯାତାୟାତ କରୁଥିବା ସ୍ଥଳେ ଅନେକ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେବାକୁ ପଡ଼ୁଛି।

ପୂର୍ବତନ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ନିଜସ୍ଵ ନିର୍ବାଚନ ମଣ୍ଡଳୀରେ କୋଟି କୋଟି ଟଙ୍କାର ଠକେଇ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ସେପଟେ ଅଭିଯୋଗ ହେଉଥିଲେ ମଧ୍ୟ ବିଭାଗ ସାଜିଛି ନିରବ ଦ୍ରଷ୍ଟା। ଏପଟେ ପୁନଃଶ୍ଚ ସମ୍ପୂର୍ଣ୍ଣ ପିଚୁକୁ ଉଠାଇ ଆଉ ଥରେ ନୂତନ କାମ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା। ନିମ୍ନ ମାନର କାମ ଯୋଗୁ ଏମିତି ଜୀବନ ମରଣ ସହ ଯାତାୟତ କରୁଛନ୍ତି ଯାତ୍ରୀ । ଏକ ବର୍ଷ ମଧ୍ୟରେ ବାରମ୍ଵାର ପେଚ ରିପ୍ୟାରିଂ ପରେ ବି ହୋଇପାରୁନି ସ୍ଥାୟୀ ସମାଧାନ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
even-after-repeated-repairs-there-is-no-permanent-solution | Argus News