Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବର୍ଷା ଦିନେବି ପାଣି ପାଇଁ ଲଗାଇବାକୁ ପଡୁଛି ଲାଇନ୍

Banajyotshna Ray
Browse all articles by Banajyotshna Ray
·11 months ago·1 min read
ବର୍ଷା ଦିନେବି ପାଣି ପାଇଁ ଲଗାଇବାକୁ ପଡୁଛି ଲାଇନ୍

Key Points

ପାଣି ସମସ୍ୟାରେ ଭାଲୁପାଣି
ବର୍ଷା ଦିନେବି ପାଣି ପାଇଁ ଲଗାଇବାକୁ ପଡୁଛି ଲାଇନ୍
ପ୍ରହସନ ପାଲଟିଛି ସରକାରୀ ପାଇପ୍ ଲାଇନ୍
ନାଲି ମୋରମ ରାସ୍ତା ଦେଉଛି ଯନ୍ତ୍ରଣା
କାଗଜ କଲମରେ ସରକାରୀ ଯୋଜନା

ମୟୂରଭଞ୍ଜ ଯଶିପୁର ବ୍ଲକ ଧଳାବଣୀ ଗ୍ରାମପଞ୍ଚାୟତର ଭାଲୁପାଣି । ଗାଁରେ ମୁଖ୍ୟତଃ ଆଦିବାସୀ ଶ୍ରେଣୀର ଲୋକ ବସବାସ କରନ୍ତି। 70ରୁ ଉର୍ଦ୍ଧ ପରିବାର ରହୁଥିବା ଗ୍ରାମବାସୀଙ୍କ ପାଇଁ ସରକାରୀ ଯୋଜନା ସାତ ସପନ। ଗାଁ ଠାରୁ ଯଶିପୁର ବଜାର ଓ ବ୍ଲକ ପାଖା ପାଖି ପ୍ରାୟ 15 କିଲୋମିଟର ରାସ୍ତା, ତେବେ ଗାଁ କୁ ପହଞ୍ଚି ବାକୁ ହେଲେ ମୂଖ୍ୟ ରାସ୍ତା ଠାରୁ ଦୁଇ କିଲୋ ମିଟର ମାଟି ରାସ୍ତା ଦେଇ ଯିବାକୁ ପଡିଥାଏ। ରାସ୍ତା କହିଲେ ମୋରମ ମାଟି ରାସ୍ତା ର ସ୍ଥାନେ ସ୍ଥାନେ ଖାଲ, ପଥୁରିଆ ଅଣ ଅସାରିଆ ରାସ୍ତା। ଏମିତିରେ ଗାଡିମଟର ଯିବା ଆସିବା କରି ହେଉ ନଥିବା ରାସ୍ତାରେ ବର୍ଷା ଦିନେ ଯାତାୟାତ ପାଈଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ।

ପାଣି ସମସ୍ୟା ଭାଲୁପାଣିର ଅନ୍ୟ ପ୍ରମୁଖ ସମସ୍ୟା । ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଦୁଇଟି ନଳକୂଅ ଅଛି। ସେଥି ମଧ୍ୟରୁ ଗୋଟେ ଅଚଳ ଅନ୍ୟଟିର କଥା ନ କହିବା ଭଲ । କେତେ ବେଳେ ପାଣି ବାହାରୁଛି ତ ପୁଣି କେତବେଳେ ବାହାରୁନି। ଜଳଯୋଗାଣ ପାଇଁ ଘରକୁ ଘର ଷ୍ଟାଣ୍ଡ ପୋଷ୍ଟ ଲାଗିଛି, ପାଇପ ଲାଇନ ବିଛା ସରିଛି ହେଲେ ଦୁଇ ବର୍ଷରୁ ଉର୍ଦ୍ଧ ବିତି ଯାଇଥିଲେ ମଧ୍ୟ ଲୋକେ ପାଣି ପାଇବାରୁ ବଞ୍ଚିତ। ରାସ୍ତା ପାଣି ଭଳି ମୌଳିକ ସମସ୍ୟା ଭାଲୁପାଣିବାସୀଙ୍କୁ କରୁଛି ହନ୍ତସନ୍ତ। ଏଠି ଯୋଜନା ପହଞ୍ଚିବି ଲୋକେ ହେଇ ପାରୁ ନାହାନ୍ତି ଉପକୃତ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored