ସ୍ନେହର ପର୍ବ ହୋଲିରେ ବି ଝରିଲା ରକ୍ତ, ଫୁଟିଲା ବୋମା !

ପୁରୀ କୃଷ୍ଣପ୍ରସାଦର ବାଦଭୁଇଁ ଛକରେ ବୋମା ମାଡ। ପିରିଜିପୁର ଏବଂ ନୂଆଗାଁ ମଧ୍ୟରେ ବିବାଦ। ଯାତ୍ରା ପାର୍ଟିକୁ ନେଇ ଗତକାଲିଠାରୁ ଲାଗି ରହିଥିଲା ବିବାଦ। ହୋଲି ଖେଳରେ ୨ଗାଁ ମଧ୍ୟରେ ସୃଷ୍ଟି ହୋଇଥିଲା ଗଣ୍ଡଗୋଳ। ବାଦଭୁଇଁ ଛକରେ ଏକାଧିକ ବୋମା ମାଡ ହୋଇଥିବା ସୂଚନା । ଘଟଣା ସ୍ଥଳରେ ବ୍ରହ୍ମଗିରି ପୋଲିସ୍ ମୁତୟନ।
ସେପଟେ ହୋଲି ଖେଳରେ ସମୟରେ ଗୋଷ୍ଠୀ ସଂଘର୍ଷ ମଧ୍ୟ ଦେଖିବାକୁ ମିଳିଛି । କଟକ ଜଗତପୁରରେ ଗୋଷ୍ଠୀ ସଂଘର୍ଷ । ମାଇକ ବଜାଇବାକୁ ନେଇ ଗୋଷ୍ଠୀ ସଂଘର୍ଷ । ଗଣ୍ଡଗୋଳରେ ୨ ଆହତ, SCB ରେ ଭର୍ତ୍ତି । ସ୍ଥାନୀୟ ଅଞ୍ଚଳରେ ପୋଲିସ ମୁତୟନ ।
ସେହିଭଳି ବ୍ରହ୍ମପୁରରେ ହୋଲିରେ ଗଡ଼ିଲା ମୁଣ୍ଡ । ଛୁରା ମାଡ଼ରେ ଲାଞ୍ଜିପଲ୍ଲୀ ଚାଣକ୍ୟ ନଗର ଅଞ୍ଚଳର କଣ୍ଟ୍ରାକ୍ଟର ଟି.ରାମଚନ୍ଦ୍ର ପାତ୍ରଙ୍କ ମୃତ ହୋଇଛି । ପପୁନ ନାମକ ଜଣେ ଯୁବକ ତାଙ୍କୁ ଛୁରୀ ଭୂଷି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଚଳାଇଛି ।
ସମ୍ବଲପୁରରେ ବି ରଙ୍ଗ ଖେଳକୁ ନେଇ ହତ୍ୟା । ସମ୍ବଲପୁର ସହରର ସାହୁ କଲୋନୀରେ ଯୁବକଙ୍କୁ ହତ୍ୟା । ପୂର୍ବ ଶତ୍ରୁତାକୁ ନେଇ ହତ୍ୟା ସନ୍ଦେହ । ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଘରୁ ଉଠାଇ ଆଣି ହତ୍ୟା କରିଥିବା ଅଭିଯୋଗ ।
ହୋଲିରେ ରାଜଧାନୀ ଭୁବନେଶ୍ୱର ବି ରକ୍ତ ରଞ୍ଜିତ । ହୋଲି ଖେଳ ବେଳେ ରାଜଧାନୀରେ ହତ୍ୟା । ମଞ୍ଚେଶ୍ବର ଥାନା ସମେଇଗାଡ଼ିଆରେ ଜଣଙ୍କୁ ହତ୍ୟା । ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ ଦମ୍ପତିଙ୍କୁ ହାଣିଦେଲେ ଦୁର୍ବୃତ୍ତ ।
ହୋଲି ଖେଳ ବେଳେ ବଚସାରୁ ରାଜଧାନୀ ଭୁବନେଶ୍ଵରରେ ହତ୍ୟାକାଣ୍ଡ ଘଟିଛି । ୨ଟି ପୃଥକ ଘଟଣାରେ ୨ ଜଣଙ୍କ ଜୀବନ ଯାଇଛି । ଗୋଟିଏ ହତ୍ୟାକାଣ୍ଡ ସହିଦନଗର ଥାନା ଅଞ୍ଚଳରେ ଘଟିଥିବା ବେଳେ ଅନ୍ୟଟି ଘଟିଛି ମଞ୍ଚେଶ୍ଵର ଥାନା ଅଞ୍ଚଳରେ ।
ମିଳିଥିବା ସୂଚନା ଅନୁସାରେ, ସହିଦନଗର ଥାନା ଶାନ୍ତିପଲ୍ଲୀ ବସ୍ତିରେ ହତ୍ୟାକାଣ୍ଡ ହୋଇଛି । ଜଣଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି ୪ ଜଣ ଯୁବକ । ହୋଲି ଖେଳ ବେଳେ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ସେପଟେ ମଞ୍ଚେଶ୍ଵର ଥାନା ଅଞ୍ଚଳରେ ଆଉ ଜଣଙ୍କୁ ହତ୍ୟା କରାଯାଇଛି । ସମେଇଗାଡ଼ିଆରେ ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ପୋଲିସ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।
ହତ୍ୟାକାଣ୍ଡ ପରେ ଶାନ୍ତିପଲ୍ଲୀ ବସ୍ତିରେ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚିଛନ୍ତି ପୋଲିସ କମିଶନର ଏସ୍. ଦେବଦତ୍ତ ସିଂହ । ପୋଲିସ କମିଶନର କହିଛନ୍ତି, ହତ୍ୟା ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି, ଖୁବଶୀଘ୍ର ଧରିବୁ । ଶାନ୍ତିପଲ୍ଲୀରେ ଘଟିଥିବା ହତ୍ୟାକାଣ୍ଡ ପୂର୍ବ ଶତ୍ରୁତାରୁ ଘଟିଥିବା କୁହାଯାଉଛି । ମୃତକ ୨ଟି ବିବାହ କରିଥିଲେ । ସେହି କାରଣରୁ ବଚସା ପରେ ହତ୍ୟା କରାଯାଇଥିବା ସୂଚନା ମିଳିଛି ।