Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗାଁ ସିନା ବାଟରେ ହେଲେ ବିକାଶ ଗଡୁଛି ହାଟରେ

Ritu Das
Browse all articles by Ritu Das
·1 year ago·2 min read
ଗାଁ ସିନା ବାଟରେ ହେଲେ ବିକାଶ ଗଡୁଛି ହାଟରେ

ଟାଓ୍ବର ଅଛି ହେଲେ ନେଟୱାର୍କ ନାହିଁ। ଟାଙ୍କି ଅଛି ହେଲେ ପାଣି ନାହିଁ, ଯିଏ କେହି ଅଧିକାରୀ ହୁଅନ୍ତୁ କି ରାଜନେତା ଆସୁଛନ୍ତି ହେଲେ ଏହି ଗାଁ ରାସ୍ତାଦେଇ ଚାଲିଯାଉଛନ୍ତି କିନ୍ତୁ କିଏ କେବେ ଏ ଗାଁର ସମସ୍ୟା କଥା ବୁଝୁ ନାହାନ୍ତି ବୋଲି ବଡ଼ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ନବରଙ୍ଗପୁରଜିଲ୍ଲା ଝରୀଗାଁ ବ୍ଲକର ଚକଲା ପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ହଳଦିଗୁଣ୍ଡି ଗାଁ ଯେଉଁଠି ପାଖାପାଖି ପଚାଶରୁ ଊର୍ଦ୍ଧ୍ବ ପରିବାର ବାସ କରନ୍ତି। କିନ୍ତୁ ପିଇବା ପାଣି ଟୋପେ ପାଇଁ ଭୋଗୁଛନ୍ତି ନାହିଁ ନଥିବା ସମସ୍ୟା। ଗାଁରେ ରହିଛି ଦୁଇ ଦୁଇଟି ନଳକୂପ ହେଲେ ଗୋଟିଏ ନଳକୂପ କାର୍ଯ୍ୟକ୍ଷମ ରହିଥିବା ବେଳେ ଆର ନଳକୂପକୁ ଘଣ୍ଟାଏ ମାରିଲେ ଗରାଏ ଗୋଳିଆ ପାଣି ବାହାରିଥାଏ। ଚଳିତ ବର୍ଷର ଭୀଷଣ ଖରାତାତିରେ ଅସ୍ତବ୍ୟସ୍ତ ହୋଇପଡୁଛି ଜନଜୀବନ। ପିଇବାକୁ ପାଣି ଟୋପେ ଲାଗି ପଞ୍ଚାୟତ ଠାରୁ ପଞ୍ଚାୟତ ସମିତିକୁ ଜଣେଇଥିଲେ ମଧ୍ୟ ଏମାନଙ୍କୁ ସେତକ ଯୋଗେଇଦିଆଯାଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।


ଅପରପକ୍ଷେ ଘର ଗାଁ ମୁଣ୍ଡରେ ରହିଛି ପାଖାପାଖି କୋଟିଏ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣଧୀନ ପାଣିଟାଙ୍କି ଆଉ ଘର ଆଗରେ ଖତେଇ ହେଲାଭଳି ରହିଛି ଗୋଟିଏ ଗୋଟିଏ ଭଙ୍ଗା ଦଦରା ପାଣିଖୁଣ୍ଟ, ଇଏ ହେଉଛି ବସୁଧା ଯୋଜନାରେ ଲୋକଙ୍କୁ ବିଶୁଦ୍ଧ ପନୀୟ ଜଳ ଯୋଗାଣର ଏକ ନମୁନା। ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନାମରେ ଏଠି ପୁଳା ପୁଳା ଟଙ୍କା ସିନା ଖର୍ଚ୍ଚ ହୋଇଛି ହେଲେ ଲୋକଙ୍କୁ ବସୁଧା ପାଣି ତ ଛାଡ଼ନ୍ତୁ ଏଠି ନଳକୂଅରୁ ବି ପାଣି ମିଳୁନଥିବା କହିଛନ୍ତି ଗ୍ରାମବାସୀ, ଟାଓ୍ବାର ଅଛି ସିନା କିନ୍ତୁ ମୋବାଇଲ ନେଟଓ୍ବାର୍କ ଆସୁନି। କୌଣସି ଦୁର୍ଘଟଣା ହେଉ ରୋଗୀ କିମ୍ବା ଗର୍ଭବତୀଙ୍କ ଲାଗି ଆମ୍ବୁଲାନ୍ସ କୁ ଯୋଗାଯୋଗ କରିବାକୁ ପଡିଲେ ଏଠି ନେଟୱର୍କ ଖୋଜା ଲାଗିଥାଏ। ସବୁଠାରୁ ପରିତାପର ବିଷୟ ହେଲା ସରକାରୀ କାମରେ ଅର୍ଥାତ ବର୍ତ୍ତମାନ ଅଙ୍ଗନୱାଡି ର ଆଟେନାନ୍ସ ଠାରୁ ଆରମ୍ଭ କରି ସାଧାରଣ KYC ଲାଗି ନେଟୱର୍କ ନିହାତି ଜରୁରୀ ହୋଇପଡିଥିବା ବେଳେ ଏସବୁ କାମ ପାଇଁ ମଧ୍ୟ ଏବେ ଏଠାରେ ପାହାଡ଼ ଚଢ଼ିବାକୁ ପଡିଥାଏ। ଗାଁରେ କୌଣସି ପ୍ରକାର ସୁବିଧା ମିଳୁନି ଲୋକେ ଏନେଇ ବହୁ ହନ୍ତସନ୍ତ ହେଉଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
even-though-the-village-is-on-the-road-development-is-only-pen-and-paper | Argus News