Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବସୁଧା ଆସିଲା ହେଲେ ମେଣ୍ଟିଲାନାହିଁ ଶୋଷ

Rashmita Mishra
Browse all articles by Rashmita Mishra
·1 year ago·1 min read
ବସୁଧା ଆସିଲା ହେଲେ ମେଣ୍ଟିଲାନାହିଁ ଶୋଷ

ଅର୍ଗସ ବ୍ୟୁରୋ: ବୌଦ୍ଧ କଣ୍ଟାମାଲ ବ୍ଲକ ବରଗାଁ ଗ୍ରାମପଂଚାୟତ ର ଉପାନ୍ତ ବରଗାଁ । ଏହି ଅଂଚଳରେ ଅଧିକାଂଶ ଆଦିବାସୀ ସମ୍ପ୍ରଦାୟ ଲୋକ ବସବାସ କରିଥାନ୍ତି । ତେବେ ଏଠାରେ ମୁଖ୍ୟ ସମସ୍ୟା ହେଇଛି ପିଇବା ପାଣି ସମସ୍ୟା । ଏହି ଗାଁ ର ବିଭିନ୍ନ ଘର ଆଗରେ ପୁର୍ବ ବିଜେଡି ସରକାର ସମୟ ରେ ବସୁଧ । ଯୋଜନା ର ଷ୍ଟାଣ୍ଡପୋଷ୍ଟ ଲଗାଯାଇଛି କିନ୍ତୁ ଆସୁନି ପାଣି । ଏପଟେ ଗାଁ ରେ ଥିବା ନଲକୂପରୁ ବିଶୁଦ୍ଧ ଜଳ ବାହାରୁ ନଥିବା ଅଭିଯୋଗ ହୋଇଛି ।   

ଲୋକାପଡା ଠାରେ ଏକ ବୃହତ ବସୁଧା ର ପ୍ଲାଣ୍ଟ ନିର୍ମାଣ ହୋଇଛି । ବ୍ଲକ ର କିଛି ଅଂଚଳ ରେ ପାଣି ଯୋଗା ଯାଉଥିଲେ ମଧ୍ୟ ଅନେକ ଅଞ୍ଚଳ ପାଣି ପାଇବାରୁ ବଞ୍ଚିତ ।  କେବଳ ଘର ଆଗରେ ଷ୍ଟାଣ୍ଡ ପୋଷ୍ଟ ଲଗେଇ ଦେଇ କାମ ସାରି ଦେଇଛନ୍ତି ପୂର୍ବ ସରକାର । ମାତ୍ର ଷ୍ଟାଣ୍ଡପୋଷ୍ଟରୁ ଟୋପାଏବି ପାଣଇ ବାହାରୁନି । 

ସ୍ପଷ୍ଟ କରୁଛି ଉପାନ୍ତର ବସୁଧା ଧୋକା। ପ୍ରକଳ୍ପ ହୋଇଛି ହେଲେ ଲୋକଙ୍କୁ ମିଳୁନି ପାଣି। ପାଇପ ଲାଇନ ଷ୍ଟାଣ୍ଡପୋଷ୍ଟ ଏଠି କେବଳ ପ୍ରହସନ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
Even though the water came, the thirst was not quenched. | Argus News