Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଟାୱାର ଅଛି ହେଲେ ନେଟୱର୍କର ମିଳୁନି ଦେଖା

Banajyotshna Ray
Browse all articles by Banajyotshna Ray
·11 months ago·1 min read
ଟାୱାର ଅଛି ହେଲେ ନେଟୱର୍କର ମିଳୁନି ଦେଖା

Key Points

ନେଟୱାର୍କ ଚିନ୍ତାରେ ନଙ୍ଗଳବୋର୍ଡ଼
ଟାୱାର ଅଛି ହେଲେ ନେଟୱର୍କର ମିଳୁନି ଦେଖା
ଗଛରେ ଚଢିଲେ ମିଳୁଛି ନେଟୱର୍କ

ନୂଆପଡ଼ା ସିନାପାଲି ବ୍ଲକର ଦୁର୍ଗମ ବଣ ପାହାଡ଼ ଘେରା ନଙ୍ଗଳବୋର୍ଡ଼ ପଞ୍ଚାୟତ l ଏହି ପଞ୍ଚାୟତରେ ଅନେକ ସରକାରୀ ଅଫିସ ସହ ରହିଛି ଛୋଟ ବଡ଼ ଗାଁ l ହେଲେ ନେଟୱାର୍କ ସମସ୍ୟା ଏଠାକାର ଲୋକଙ୍କୁ ଚିନ୍ତା ବଢ଼ାଇଛି l ନେଟୱାର୍କ ପାଇଁ କେତେବେଳେ ଗଛ ଉପରକୁ ଚଢିବାକୁ ପଡୁଛି ତ କେତେବେଳେ ଛାତ ଉପରକୁ ଚଢ଼ିବାକୁ ପଡେ l ବେଳେବେଳେ ତ ପାହାଡ଼ ଉପରକୁ ଯାଇ ନେଟୱାର୍କ ଖୋଜା ଚାଲେ l ଅନଲାଇନରେ ପାଠପଢା ହେଉକି କିଛି ସରକାରୀ କାମ ନେଟୱର୍କ ସମସ୍ୟା ପାଇଁ ହନ୍ତସନ୍ତ ହେଉଛନ୍ତି ଅଞ୍ଚଳବାସୀ।

ଆଜିକୁ 3 ବର୍ଷ ତଳେ ନଙ୍ଗଳବୋର୍ଡ଼ ଠାରେ ଟାୱାର ସ୍ଥାପନ ହୋଇଛି l ହେଲେ ଆଜି ଯାଏଁ ନେଟୱାର୍କର ଦେଖା ନାହିଁ l ଇଣ୍ଟରନେଟ ସେବା ନ ଥିବାରୁ ବିଭିନ୍ନ ସରକାରୀ ଅଫିସ କାମ ଏବଂ ତାଲିମ, ଅନଲାଇନ କାମ ଠପ ହୋଇ ପଡିଛି l ଦୁର୍ଗମ ନଙ୍ଗଳବୋର୍ଡ଼ ରେ ମୋବାଇଲ ନେଟୱାର୍କ ସମସ୍ୟା l ଟାୱାର ଅଛି ହେଲେ ନେଟୱାର୍କର ଦେଖା ନାହିଁ l ଗଛ, ଛାତ ଏବଂ ପାହାଡ଼ ଚଢ଼ି ଚାଲିଛି ନେଟୱାର୍କ ଖୋଜା lବଣ ପାହାଡ ଘେରା ଦୁର୍ଗମ ଅଞ୍ଚଳରେ ମୋବାଇଲ ସେବା ଠପ୍ । ନେଟୱର୍କ ନଥିବାରୁ ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ। ଗାଁ ଶେଷରେ ଥିବା ଟାୱାର ଏଠି ପାଲଟିଛି ପ୍ରହସନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
even-though-there-is-a-tower-the-network-is-not-available | Argus News