Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜୁଙ୍କ ନାଁରେ ଦଳ କଲେ ହେଲେ ବିଜୁଙ୍କ ସ୍ମୃତିକୁ ଭୁଲି ଗଲେ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
ବିଜୁଙ୍କ ନାଁରେ ଦଳ କଲେ ହେଲେ ବିଜୁଙ୍କ ସ୍ମୃତିକୁ ଭୁଲି ଗଲେ

ବିଜୁଙ୍କ ନାଁରେ ଦଳ ଗଢ଼ିଲେ । ୨୪ ବର୍ଷ ବିଜୁଙ୍କ ନାଁ ବିକି ଶାସନ କଲେ । ହେଲେ ନିଜେ ବିଜୁଙ୍କୁ ଭୁଲି ଗଲେ । ସରକାରରେ ଥାଇ ବି ବିଜୁଙ୍କ ପାଇଁ କିଛି କରି ନାହିଁ ବିଜେଡି । ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ପ୍ରବାଦ ପୁରୁଷଙ୍କ ସ୍ମୃତି ରକ୍ଷା ପାଇଁ ହୋଇଥିବା ଘର । ଯାହାକି ଏବେ ଭୂତ କୋଠି ପାଲଟିଛି । ଏହି ଘରଟି ତାଙ୍କର ପୈତୃକ ମାଟି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଘୁମୁସର ନୂଆଗାଁରେ ରହିଛି ।

୧୯୧୬ ମସିହା ମାର୍ଚ୍ଚ ୫ରେ କଟକ ତୁଳସିପୁର ଆନନ୍ଦ ଭବନରେ ଜନ୍ମ ଗ୍ରହଣ କରିଥିଲେ ପ୍ରବାଦ ପୁରୁଷ ବିଜୁ ବାବୁ । ମାତ୍ର ନିଜ ପୈତୃକ ମାଟି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଘୁମୁସୁର ନୂଆଗାଁକୁ ସେ କେବେବି ଭୁଲିନଥିଲେ। ଯେତେବେଳେ ବି ବିଜୁବାବୁ ଗଞ୍ଜାମ ଜିଲ୍ଲାକୁ ଆସୁଥିଲେ ଘୁମୁସୁର ନୂଆଗାଁର ବଡ ନଦୀ କୂଳରେ ଥିବା ଘରେ ରହି ଗ୍ରାମବାସୀଙ୍କ ଦୁଃଖସୁଖ ବୁଝୁଥିଲେ । ହେଲେ ଆଜି ସେହି ପ୍ରବାଦ ପୁରୁଷଙ୍କ ସ୍ମୃତି ରକ୍ଷା ପାଇଁ ହୋଇଥିବା ଘୂ.ନୂଆଗାଁ ଘର ଭୂତକୋଠି ପାଲଟିଛି ।

ବିନା ପିଲରରେ କେବଳ ଲୁହା ପାଇପ୍ ସାହାଯ୍ୟରେ ଇଟା କାନ୍ଥରେ ଘର ନିର୍ମାଣ ହୋଇଥିଲା । ଯାହାକି ଏବେ ଜରାଜୀର୍ଣ୍ଣ ଅବସ୍ଥାରେ । ଦୟନୀୟ ସ୍ଥିତିରେ ଗାଁରେ ପଡି ରହିଛନ୍ତି ଦାୟାଦ ।

ଦଳ କଥା ଛାଡନ୍ତୁ, ପୁଅ ହିସାବରେ ଖୋଦ୍ ନବୀନ ପଟ୍ଟନାୟକ ବି ଦୀର୍ଘ ବର୍ଷ ଶାସନ କାଳରେ ନିଜ ପିତାଙ୍କ ପୈତୃକ ଗ୍ରାମ ପ୍ରତି ନଜର ଦେଇନାହାନ୍ତି କି ବିଜୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଖିଦୃଶିଆ ସେପରି କିଛି ପଦକ୍ଷେପ ନେଇ ନାହାନ୍ତି । ଏପରିକି ବିଜେଡି ଶାସନ କାଳରେ ଏନେଇ ଅଞ୍ଚଳବାସୀଙ୍କ ଗୁହାରି ପରେ ବି ନଜର ଦିଆଯାଇନାହିଁ । ଯାହାକି ବିଜେପି ସରକାର ଏଥିପ୍ରତି ନଜର ଦେବେ ବୋଲି ଆଶା ଭରିଛନ୍ତି ଅଞ୍ଚଳବାସୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Even though they formed a party in Biju's name, they forgot Biju's memory. | Argus News