ସ୍ବର୍ଗତ ନବ ଦାସଙ୍କ ଭାଇ ବ୍ରଜ ଦାସ ଘରେ ଓ ଅଫିସରେ ଆଜି ମଧ୍ୟ IT ରେଡ ଜାରି
·1 year ago·1 min read

ଅର୍ଗସ ବ୍ୟୁରୋ: ଦ୍ବିତୀୟ ଦିନରେ ମଧ୍ୟ IT ରେଡ ଜାରି । ସ୍ବଗତ ନବ ଦାସ ଙ୍କ ଭାଇ ବ୍ରଜ ଦାସ ଘରେ ଓ ଅଫିସରେ ଆଜି ମଧ୍ୟ IT ରେଡ ଚାଲିଛି । ଗତକାଲି ଭୋର ସକାଳୁ ଚଢାଉ ଚାଲିଥିବା ବେଳେ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର, କମ୍ପ୍ୟୁଟର ହାର୍ଡ ଡିସ୍କ ଓ ଟଙ୍କା ମଧ୍ୟ ଜବତ ହୋଇଥିବା ଜଣାପଡିଛି । ବିଳମ୍ବିତ ରାତି ଯାଏ ରେଡ ପରେ ଆଜି ସକାଳୁ ପୁଣି ରେଡ କରାଯାଇଛି । ତେବେ ବ୍ରଜ ଦାସ ଘରେ ନ ଥିବା ଜଣାପଡିଛି । ଆୟକର ଫାଙ୍କିଥିବା ଅଭିଯୋଗରେ ରେଡ କରାଯାଉଛି ।
ବ୍ରଜ ଦାସ ଗୋଟିଏ ନମ୍ଵର ୫୯୯୫ ର ସମସ୍ତ ଦାମି ଗାଡି ରଖିଛନ୍ତି। ସେ ଜଣେ ବଡ କଣ୍ଟ୍ରାକ୍ଟର ଥିବା ବେଳେ ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରେ ରାସ୍ତା, ବ୍ରିଜ ସରକାରୀ କୋଠା ଆଦି ନିର୍ମାଣ କରିବାସହ ସମ୍ବଲପୁରରେ ଅନେକ କ୍ରସର ଏବଂ ଫ୍ୟାକ୍ଟ୍ରି ରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: