Videos
|
Odisha

ଆଜି ବି ପକ୍କା ରାସ୍ତା ବିନା ହିନସ୍ତା ହେଉଛନ୍ତି ଦୁର୍ଗମବାସୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆଜି ବି ପକ୍କା ରାସ୍ତା ବିନା ହିନସ୍ତା ହେଉଛନ୍ତି ଦୁର୍ଗମବାସୀ

Key Points

ପାହାଡ଼ ଚଢ଼ିପାରୁନି ରାସ୍ତା
ଅତିକ୍ରମ କରିପାରୁନି ପାହାଡ଼ି ଘାଟି
ଆଜି ବି ପକ୍କା ରାସ୍ତା ବିନା ହିନସ୍ତା ହେଉଛନ୍ତି ଦୁର୍ଗମବାସୀ
କେବେ ଦୂର ହେବ ରାସ୍ତା ଯନ୍ତ୍ରଣା
ପକ୍କା ରାସ୍ତା ଦେଖିବେ କୋଦାବାଲସ।ବାସୀ

ପଟ୍ଟାଙ୍ଗି ଚନ୍ଦକା ପଂଚାୟତର କୋଦାବାଲସ। ସଦର ମୋହକୁମ୍ମା ଠାରୁ ୪ କିମି ଦୂରରେ ଅବସ୍ଥାପିତ । ଗୁଗାଗୁଡା ଆରଡି ରାସ୍ତା ଠାରୁ ୫କିଲୋମିଟର ଘଞ୍ଚ ଜଙ୍ଗଲ ମଝିରେ ଅଙ୍କାବଙ୍କା ସଂକୀନ୍ନ ପଥୁରିଆ ରାସ୍ତା ସହ କାଦୁଅ ପଚପଚ ରାସ୍ତା । ମଝିମଝିରେ ଗାତ ସବୁ ହୋଇ ପାଣି ଜମି ରହୁଛି। ଏହି ରାସ୍ତାରେ ଚାଲିକି ଯିବା ମୁସ୍କିଲ ମାତ୍ର ରାସ୍ତା ନଥିବାରୁ ଏହି ରାସ୍ତା ଦେଇ ଯିବା ଆସିବା କରନ୍ତି ଅଞ୍ଚଳବାସୀ। ଗାଁରେ ୩୫ ପରିବାରର ୨୭୦ ରୁ ଉର୍ଦ୍ଧ ସଦସ୍ୟ ବସବାସ କରନ୍ତି। ଯେଉଁ ମାନଙ୍କ ପାଇଁ ଜଙ୍ଗଲ ମଧ୍ୟରେ ସକୀର୍ଣ୍ନ ରାସ୍ତା ସହ ପୋଥୁରିଆ କାଦୁଅ ଖାଲଖୋମା ରାସ୍ତା ହିଁ ଗମନାଗମନର ମାଧ୍ୟମ।

ସ୍ୱାଧିନତା ର ୭୭ବର୍ଷ ପରେ ବି ଏଠି ବିକାଶ ତ ଦୁରର କଥା ମୌଳିକ ସମସ୍ୟାର ସମାଧାନ ହୋଇ ପାରିନି। କୋଦାବାଲସକୁ ରାସ୍ତା ସଂଯୋଗ ହୋଇ ନଥିବାରୁ ଏଠି ପହଞ୍ଚି ପାରୁନି ସରକାରୀ ଯୋଜନା ।ବର୍ଷ ବର୍ଷ ଧରି କୌଣସି ସରକାରୀ ବାବୁଙ୍କର ପାଦ ଭି ପଡୁନି ଏହି ଗାଁ ରେ ।ଏସବୁ ସମସ୍ୟା କୁ ନେଇ ପ୍ରଶାସନ ଓ ରାଜ ନେତାଙ୍କୁ ଗୁହାରି କଲେ ବି କେହି ଶୁଣୁ ନଥିବା ଅଭିଯୋଗ ହୋଇଛି। ଦୁର୍ଗମର ଦୁସ୍ଥ ରାସ୍ତା ପାଇଁ ଝୁଣ୍ଟିଛି ବିକାଶ। ତତ୍କାଳୀନ ବିଜେଡି ସରକାରଙ୍କ ଗାଁ ଙ୍କୁ ରାସ୍ତା ମାକୁ ସନ୍ନମାନର ନାରା ଏଠି କେବଳ ମିଛ।


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
even-today-the-people-are-suffering-without-paved-roads | Argus News