Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ବି ଚୂଆ ଭରସାରେ ପୋଡ଼ାପଦରବାସୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆଜି ବି ଚୂଆ ଭରସାରେ ପୋଡ଼ାପଦରବାସୀ

Key Points

ପୋଡ଼ାପଦରର ପୋଡାକପାଳ
ପ୍ରକଳ୍ପ ଅଛି, ହେଲେ କାମରେ ଆସୁନି
ନଳକୂପ ବି ଦେଉଛି ଧୋକା
ଆଜି ବି ଚୂଆ ଭରସାରେ ପୋଡ଼ାପଦରବାସୀ

ଦୁର୍ଗମରେ ଅଚଳ ବସୁଧା ପ୍ରକଳ୍ପ। କାମରେ ଆସୁନି ସୋଲାର ଟ୍ୟାପ l ଉତ୍କଟ ଜଳ ସମସ୍ୟାରେ ପୋଡ଼ାପଦରବାସୀ l ନୂଆପଡ଼ା ସିନାପାଲି ବ୍ଲକ ଘାଟମାଲ ପଞ୍ଚାୟତର ଦୁର୍ଗମ ବଣ ପାହାଡ଼ ଘେରା ପୋଡ଼ାପଦର ଗାଁ l ଏଠାରେ ବସବାସ କରୁଥିବା ଆଦିବାସୀଙ୍କୁ ବର୍ଷତମାମ ଘାରିଛି ପାନୀୟ ଜଳ ଚିନ୍ତା l ପାଣି ପାଇଁ ଗାଁର ମହିଳାମାନେ ଏକଜୁଟ ହୋଇ ଜଙ୍ଗଲୀ ରାସ୍ତା ଦେଇ 1 କି.ମି ଦୂର ଜମି ହୁଡ଼ାକୁ ଯାଆନ୍ତି ପାଣି ପାଇଁ l ସେଠାରେ ଗାତ ଖୋଳି ଗୋଳିଆ ପାଣିକୁ ପ୍ରଥମେ ସଫା କରନ୍ତି l ପରେ ଜଣଙ୍କ ପରେ ଜଣେ ମହିଳା ଗରା ମାଠିଆରେ ପାଣି ସଂଗ୍ରହ କରି ଗାଁକୁ ଫେରନ୍ତି l

ପୋଡ଼ାପଦର ଗାଁରେ ବସୁଧା ପ୍ରକଳ୍ପ ହୋଇଛି ମାତ୍ର ତାହା ଅଚଳ l ଠିକ ସେହିପରି ଗାଁରେ ଥିବା ସୋଲାର ଟ୍ୟାପ ମଧ୍ୟ ଅକାମି l ଖାଲିସେତିକି ନୁହେଁ ନଳକୂଅର ପାଣି ମଧ୍ୟ ପିଇବା ଯୋଗ୍ୟ ନୁହେଁ l ଏପରି ସ୍ଥିତିରେ ବାଧ୍ୟ ହୋଇ ଚୁଆଁ କରି ପାଣି ସଂଗ୍ରହ କରି ଲୋକ ଶୋଷ ମେଣ୍ଟାଉଛନ୍ତି l ସମସ୍ୟା ପ୍ରତି ବିଭାଗୀୟ ଯନ୍ତ୍ରୀ କି ବ୍ଲକ ପ୍ରଶାସନର ନଜର ନାହିଁ l ଯେତେ ଅଭିଯୋଗ କଲେ ବି କେହି ଶୁଣୁ ନଥିବା ଅଭିଯୋଗ ହୋଇଛି l ଭାଗ୍ୟ ଏମିତି ପ୍ରକଳ୍ପ ଥାଇ ପାଣି ପାଇ ପାରୁନାହାନ୍ତି ପୋଡ଼ାପଦରବାସୀ। ଆଉ ଏସମ୍ପର୍କରେ ପ୍ରଶାସନ ସବୁ ଜାଣି ନିରବ l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored