Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସର୍ଦ୍ଦାରଙ୍କ ଆଦର୍ଶରେ ଦେଶର ପ୍ରତ୍ୟେକ ନାଗରିକ ସଂକଳ୍ପବଦ୍ଧ ହୋଇ କାମ କରିବା ଆବଶ୍ୟକ

Smruti Parija
Browse all articles by Smruti Parija
·1 year ago·2 min read
ସର୍ଦ୍ଦାରଙ୍କ ଆଦର୍ଶରେ ଦେଶର ପ୍ରତ୍ୟେକ ନାଗରିକ ସଂକଳ୍ପବଦ୍ଧ ହୋଇ କାମ କରିବା ଆବଶ୍ୟକ

ଭୁବନେଶ୍ୱର:  ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସକାଳେ କଳିଙ୍ଗ ଷ୍ଟାଡିୟମ ଠାରେ ‘ଏକତା ଦୌଡ’ ବା Run For Unityକୁ ପତକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଛାତ୍ରଛାତ୍ରୀ ଓ ଯୁବକ ଯୁବତୀ ମାନଙ୍କୁ ରାଷ୍ଟ୍ରୀୟ ଏକତା ପାଇଁ ଶପଥ ପାଠ କରାଇଥିଲେ। 

 

ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୦୦୦ ଛୋଟ ପିଲା, କ୍ରୀଡା ହଷ୍ଟଲର ଛାତ୍ରଛାତ୍ରୀ ଓ ବିଭିନ୍ନ କ୍ରୀଡା ସଂଗଠନର ପିଲାମାନେ ଯୋଗଦେଇ ଦୌଡରେ ଭାଗ ନେଇଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କ ନେତୃତ୍ବ ନେଇ ଏହି ଦୌଡରେ ସାମିଲ ହୋଇଥିଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଦେଶର ଏକତା ଓ ଅଖଣ୍ଡତା ପାଇଁ ସର୍ଦ୍ଦାର ପଟେଲଙ୍କ ସଂକଳ୍ପ ଓ ଦୃଢ ପଦକ୍ଷେପର ତୁଳନା ନାହିଁ। ଦେଶର ଏକତା ପାଇଁ ସର୍ଦ୍ଦାର ପଟେଲ ସମର୍ପିତ ହୋଇ ଏକ ଅଖଣ୍ଡ ଭାରତର ମୂଳଦୁଆ ସ୍ଥାପନ କରି ଦେଶୀୟ ରାଜ୍ୟ ମାନଙ୍କର ସମ୍ମିଶ୍ରଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସେଥିପାଇଁ ତାଙ୍କୁ ଲୌହ ମାନବର ଆଖ୍ୟା ଦିଆଯାଏ। ତାଙ୍କ ଆଦର୍ଶରେ ଦେଶର ଏକତା ଓ ଅଖଣ୍ଡତା ପାଇଁ ଦେଶର ପ୍ରତ୍ୟେକ ନାଗରିକ ସଂକଳ୍ପବଦ୍ଧ ହୋଇ କାମ କରିବା ଉଚିତ୍ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। 

ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ରାଜ୍ୟ ମନ୍ତ୍ରୀ ମଣ୍ଡଳର ଅନ୍ୟ ସଦସ୍ୟ ଗଣ, ବିଧାୟକ, ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, କ୍ରୀଡା ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ସୂଚନା ଯୋଗ୍ୟ ଯେ ଭାରତର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅକ୍ଟୋବର ୩୧ ତାରିଖକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତ ରବିବାର ଦିନ ‘ମନ୍‌ କି ବାତ୍’ କାର୍ଯ୍ୟକ୍ରମରେ ୨୯ ତାରିଖ ଠାରୁ ରାଷ୍ଟ୍ରୀୟ ଏକତାର ସୂତ୍ରରେ ସମସ୍ତଙ୍କୁ ବାନ୍ଧି ରଖିବା ପାଇଁ  Run For Unity କାର୍ଯ୍ୟକ୍ରମ କରିବା ପାଇଁ ଆହ୍ବାନ ଦେଇଥିଲେ। ୨୦୧୪ ମସିହାରୁ ସାରା ଦେଶରେ ଏହି କାର୍ଯ୍ୟକ୍ରମ ପାଳନ କରାଯାଉଛି।
 

Sponsored
Every citizen of the country must work with determination in the example of Sardar | Argus News