Videos
|
Odisha

ମାଙ୍କଡ଼ ମୃତ୍ୟୁରେ ମ୍ରିୟମାଣ ଗ୍ରାମବାସୀ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ମାଙ୍କଡ଼ ମୃତ୍ୟୁରେ ମ୍ରିୟମାଣ ଗ୍ରାମବାସୀ

ବନ୍ଧା ହୋଇଛି କୋକେଇ । ପଡିଛି ଫୁଲ ହାର, ରାମନାମ ସହ ମୃଦଙ୍ଗ, ଘଣ୍ଟା, ଝାଞ୍ଜରେ ମୃତ ଦେହକୁ ଶୋଭାଯାତ୍ରା କରି ମଶାଣୀକୁ ନେଇ ଯାଉଛନ୍ତି ସମ୍ପର୍କୀୟ। ଆତ୍ମୀୟକୁ ହରାଇ ଆତ୍ମହରା ହୋଇ ପଡିଛନ୍ତି ସମସ୍ତେ। ଆଖିରେ ଲୁହ ଛାତିରେ କୋହ। କଥାରେ ଅଛି ସେ ମଣିଷ ହେଉକି ଜୀବ ଜନ୍ତୁ। ସ୍ନେହ ଯେଉଁଠି ଥାଏ ତାକୁ ହରାଇବାରେ ଦୁଃଖ ବି ଥାଏ।

ସେମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ପୌରପାଳିକା ଅଧିନସ୍ଥ ଏଲଖା ଗ୍ରାମରେ। ଗୋଟେ ମାଙ୍କଡ଼ର ମୃତ୍ୟୁକୁ ନେଇ ସୃଷ୍ଟି ହୋଇଛି ଶୋକାକୂଳ ପରିବେଶ। ଗ୍ରାମରେ ଏକ ମାଙ୍କଡ଼ ଦୀର୍ଘ ବର୍ଷ ହେବ ରହି ଆସୁଥିଲା।


ଅନ୍ୟ ମାଙ୍କଡଙ୍କ ପରି ସେ କାହା ବାଡିରେ ପଶି ଜୋର ଜବରଦସ୍ତ ତୋଳି ଆଣି ଖାଉନଥିଲା। ତାକୁ ସରାଗରେ କିଏ କଦଳୀ ଦିଏ ତ,ଆଉ କିଏ ପନି ପରିବା ତ ଆଉ କିଏ ଫଳ ମୂଳ ଦେଉଥିଲା। ସେ କେବେ କାହାର କିଛି କ୍ଷତି କରୁନଥିଲା। ମାଙ୍କଡ଼ଟି ଏତେ ବିଶ୍ବାସୀ ଥିଲା ଯେ ଗାଁ ଲୋକେ ତାକୁ ହନୁମାନଙ୍କ ରୂପ ଭାବି ପୂଜାର୍ଚ୍ଚନା କରୁଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କୌଣସି କାରଣ ନେଇ ଗତକାଲି ମାଙ୍କଡ଼ର ମୃତ୍ୟୁ ହୋଇଥିଲା। ମାଙ୍କଡର ମୃତ୍ୟୁନେଇ ଭାଙ୍ଗି ପଡିଛନ୍ତି ସ୍ଥାନୀୟ ଲୋକେ। ଗ୍ରାମବାସୀ ଓ ଗ୍ରାମର ଥିବା ସ୍କୁଲର ଶିକ୍ଷକ ମାନେ ମିଶି ରୀତିନିତି ଅନୁସାରେ ମାଙ୍କଡ଼ର ଶବ ସତ୍କାର କରିଥିବା ଦେଖିବାକୁ ମିଳିଛି।


ମାଙ୍କଡ଼ ର ମୃତ ଦେହକୁ ଏକ ଟ୍ରଲିରେ ଫୁଲ ମାଳ, ଧୂପ ଦେଇ ମୃଦଙ୍ଗ, ଘଣ୍ଟା, ଝାଞ୍ଜ ବଜାଇ କୀର୍ତ୍ତନ କରି ଗାଁ ସାରା ବୁଲାଇବା ପରେ ସମାଧି ଦେଇଥିଲେ। ମଣିଷ ଭଳି ମାଙ୍କଡର ଦଶାହ କ୍ରିୟା କରାଯିବ ବୋଲି ଗ୍ରାମବାସୀ କହିଛନ୍ତି।