Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଉଚ୍ଛେଦ ହେବ ବଡ଼ ଦାଣ୍ଡକୁ ଲାଗିକି ଥିବା ଦୋକନ, କ୍ଲିୟର ହେବ ଏକ୍‌ଜିଟ୍‌ ପଏଣ୍ଟ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଉଚ୍ଛେଦ ହେବ ବଡ଼ ଦାଣ୍ଡକୁ ଲାଗିକି ଥିବା ଦୋକନ, କ୍ଲିୟର ହେବ ଏକ୍‌ଜିଟ୍‌ ପଏଣ୍ଟ

ରଥଯାତ୍ରାରେ ଭିଡ଼ ନିୟନ୍ତ୍ରଣ ଲାଗି ରାଜ୍ୟ ସରକାରଙ୍କ ଆଗୁଆ ପ୍ଲାନ୍ । ଶ୍ରୀକ୍ଷେତ୍ରରେ ଉଚ୍ଛେଦ ହେବ ବଡ଼ଦାଣ୍ଡ ସଲଗ୍ନ ଏନକ୍ରୋଚମେଣ୍ଟ୍ । ଏକଜିଟ୍ ପଏଣ୍ଟକୁ ସଂକୀର୍ଣ୍ଣ କରିଛି ପ୍ରାଇଭେଟ୍ ଏଷ୍ଟାବ୍ଲିସମେଣ୍ଟ । ବଟଲ୍ ନେକ୍ ଚିହ୍ନଟ ହେଉଥିବା ବେଳେ ସଂକୀର୍ଣ୍ଣ ଗଳି ରାସ୍ତାର ହେବ ପ୍ରଶସ୍ତିକରଣ । ଡାଟା ଆନାଲିସିସ୍ ପନ୍ଥା ଆପଣାଇ କ୍ରାଉଡ ମ୍ୟାନେଜମେଣ୍ଟ୍ ହେବ । ସିସିଟିଭି, AI ଫିଚର୍ ସହ ଆପଣାଯିବ ଅପଡେଟେଡ୍ ଟେକ୍ନୋଲୋଜି ।

ଘୋଷଯାତ୍ରା ଭିଡ଼ରେ କ୍ରାଉଡ୍ ମୋବିଲାଇଜେଶନ୍ ପାଇଁ ଅଡ଼ୁଆ ସଂକୀର୍ଣ୍ଣ ବଡ଼ଦାଣ୍ଡ ସଂଲଗ୍ନ ଗଳି, ଏକ୍ସିଟ୍ ପଏଣ୍ଟ । ବଡ଼ଦାଣ୍ଡ ସଂଲଗ୍ନ ପ୍ରାୟ ୧୪ ଗଳିକୁ ସଂକୀର୍ଣ୍ଣ କରିଛି ପ୍ରାଇଭେଟ୍ ଏଷ୍ଟାବ୍ଲିସମେଣ୍ଟ । ଶ୍ରୀକ୍ଷେତ୍ରରେ ଦିନକୁ ଦିନ ବଢୁଛି ଭକ୍ତଙ୍କ ଭିଡ଼ । ଆଗକୁ ରଥଯାତ୍ରା ଥିବାବେଳେ ଅଡ଼ୁଆ କରିବ ସଂକୀର୍ଣ୍ଣ ରାସ୍ତା ବା ବଟଲ୍ ନେକ୍ । ପୂର୍ବରୁ ଶ୍ରୀମନ୍ଦିରଠାରୁ ମେଡିକାଲ୍ ଛକ ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ସଂଲଗ୍ନ ଯେଉଁସବୁ ଏକଜିଟ୍ ପଏଣ୍ଟ ଥିଲା,ତାହା ଏବେ ପ୍ରାଇଭେଟ୍ ଏଷ୍ଟାବ୍ଲିସମେଣ୍ଟ୍ ଯୋଗୁଁ ସଂକୀର୍ଣ୍ଣ ହୋଇଛି । ଫଳରେ ଭିଡ଼ରୁ ପ୍ରସ୍ଥାନ କରିବା ଚ୍ୟାଲେଞ୍ଜ ହୋଇଛି । ଲୋକଙ୍କୁ ଡ଼ାଇଭର୍ଟ ବା ଡିସପର୍ଶ କରିବା ପାଇଁ ପ୍ଲାନ୍ କରୁଛି ଜିଲ୍ଲା ଓ ପୋଲିସ୍ ପ୍ରଶାସନ ।

ସଂକୀର୍ଣ୍ଣ ବା ବନ୍ଦ ହୋଇଯାଇଥିବା ପଏଣ୍ଟ ଗୁଡ଼ିକୁ ଚଉଡ଼ା କରିବା ପାଇଁ ଚିହ୍ନଟ ହେଉଛି । ପାର୍କିଂ ପ୍ଲେସ୍ ଓ ଏକଜିଟ୍ ପଏଣ୍ଟରେ ଭିଡ଼କୁ ଡ଼ାଇଭର୍ଟ କରିବା ପାଇଁ ପ୍ରସ୍ତୁତ ହୋଇଛି ପ୍ଲାନ୍ । ଏଥିପାଇଁ ସମସ୍ତ ଅବରୋଧ ବା ଏନ୍‌କ୍ରୋଚମେଣ୍ଟକୁ ଉଚ୍ଛେଦ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି ।

ସେପଟେ ଏଥର ରଥଯାତ୍ରା ସମୟରେ ସିସିଟିଭି, AI ଫିଚର୍ ସହ ଆପଣାଯିବ ଅପଡେଟେଡ ଟେକ୍ନୋଲୋଜି ବା ଷ୍ଟେଟ ଅଫ୍ ଦି ଆର୍ଟ ଫିଚର୍ । ସବ୍‌କମିଟିରେ ବିଭକ୍ତ ହୋଇ ବରିଷ୍ଠ ଅଧିକାରୀମାନେ କରିବେ ମୋବିଲିଟି ପ୍ଲାନ୍ । ଡିଭୋଟି ଫ୍ରେଣ୍ଡଲି ବ୍ୟବସ୍ଥା ଉପରେ ପୋଲିସ ଦେଇଛି ଫୋକସ୍ । ଗଳି ଗଳି ବୁଲି ସଫିସିଏଣ୍ଟ ଏଭାକ୍ୱେଶନ ପଏଣ୍ଟ ପାଇଁ ପ୍ଲାନ୍ ଚାଲିଛି । ଶ୍ରୀ ମାର୍ଗ ସହ ବଡ଼ଦାଣ୍ଡ ସଂଯୋଗ ଗଳି ଉପରେ ମଧ୍ୟ ନଜର ରଖାଯାଇଛି । ପାର୍କିଂ ସ୍ଥଳରେ କମର୍ସିଆଲ ଆକ୍ଟିଭିଟି ହେଉଥିଲେ ପାର୍କିଂ ପାଇଁ ତାହା ଖୋଲାଯିବ ।

ଡାଟା ଆନାଲିସିସ୍, ବ୍ୟାପକ ଡ୍ରୋନ ନିରୀକ୍ଷଣ ଓ କ୍ରାଉଡ୍ ଡେନ୍‌ସିଟିର ଆଗୁଆ ଇନପୁଟ୍ ନେଇ ସେକ୍ଟର ୱାଇଜ୍ ହେବ ଭିଡ଼ ନିୟନ୍ତ୍ରଣ । ସେପଟେ ଗଳି କନ୍ଦି ରାସ୍ତାରେ ଅବରୋଧକୁ ସମ୍ପୂର୍ଣ୍ଣ ହଟାଇବାକୁ ଦାବି ହୋଇଛି । ତେବେ ଶ୍ରୀମାର୍ଗ ଲୋକ ଓ ଆମ୍ବୁଲାନ୍ସ ଯାତାୟାତ ତଥା ଇଭାକ୍ୱେସନ୍ ପାଇଁ ଏକ ବିକଳ୍ପ ହୋଇଥିବା ବେଳେ ବଡ଼ଦାଣ୍ଡ ଓ ଶ୍ରୀମାର୍ଗ ସଂଲଗ୍ନ ଉପଗଳି ଗୁଡ଼ିକୁ ମଧ୍ୟ ଅବରୋଧ ମୁକ୍ତ କରିବାକୁ ଦାବି ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Eviction From Puri Bada Danda, Shops will be demolished, exit points will be cleared | Argus News