Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ରାସ୍ତାକୁ ଛାଡ଼ିନି ଅଚ୍ୟୁତଙ୍କ ଅନୁଷ୍ଠାନ

Rashmita Mishra
Browse all articles by Rashmita Mishra
·1 year ago·2 min read
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ରାସ୍ତାକୁ ଛାଡ଼ିନି ଅଚ୍ୟୁତଙ୍କ ଅନୁଷ୍ଠାନ

Key Points

କିଟ୍ ବେଆଇନ୍ କାରନାମାର ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟେ ପ୍ରମାଣ
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ରାସ୍ତାକୁ ଛାଡ଼ିନି ଅଚ୍ୟୁତଙ୍କ ଅନୁଷ୍ଠାନ
ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାସନ ଟେକ୍ନୋଲୋଜି ରାସ୍ତାକୁ କରିଛି କବଜା
ରାଜ୍ୟ ସରକାରଙ୍କ ପରିଧାନ ଉଷ୍ମାୟନ ଭବନ ବି କିଟ୍ ମନମାନିର ଭୋଗୁଛି ସଜା
ଆଇନ୍ ମନ୍ତ୍ରୀ କହିଲେ କିଟ୍ ର ଜବରଦଖଲ ଜାଗାକୁ କରାଯିବ ଅବରୋଧ ମୁକ୍ତ
ସ୍ପେଶାଲ ଡ୍ରାଇଭ ଜରିଆରେ କିଟ୍ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ ଶକ୍ତ

ସରକାରୀ ଅନୁଷ୍ଠାନକୁ ଛାଡ଼ି ନାହାନ୍ତି ଅଚ୍ୟୁତ ସାମନ୍ତ। ଭାରତ ସରକାର ଓ ରାଜ୍ୟ ସରକାରଙ୍କ ଦୁଇଟି ଅନୁଷ୍ଠାନର ରାସ୍ତାକୁ କବଜା କରିଛି କିଟ୍। ଭାରତ ସରକାରଙ୍କ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଫ୍ୟାସନ ଟେକ୍ନୋଲୋଜି। ଏହି ଅନୁଷ୍ଠାନକୁ ଯିବା ପାଇଁ ଥିବା ରାସ୍ତାକୁ ଅବରୋଧ କରି ବେଆଇନ୍ ଭାବେ ବିଶାଳକାୟ ଗେଟ ନିର୍ମାଣ କରିଛି କିଟ୍। ଏଥିସହ ଗେଟ୍ ପାଖରେ କିଟର ସିକ୍ୟୁରିଟି ରୁମ୍ ଓ ମୁଖ୍ୟ ଲୋକସମ୍ପର୍କ କାର୍ଯ୍ୟାଳୟ ବି ନିର୍ମାଣ କରାଯାଇଛି। ଏନଆଇଏଫଟି ପକ୍ଷରୁ ବାରମ୍ବାର ପ୍ରତିବାଦ ସତ୍ତ୍ବେ ଏହାକୁ ଖାତିର ନକରି ବେଆଇନ୍ ନିର୍ମାଣ କରିଛି କିଟ୍। ଯାହା ଫଳରେ ଏହି ଜାତୀୟ ଅନୁଷ୍ଠାନର କର୍ମଚାରୀ ଓ ଛାତ୍ରଛାତ୍ରୀ ଯିବା ଆସିବେ ଅସୁବିଧା ଭୋଗୁଛନ୍ତି।

ଖାଲି ସେତିକି ନୁହେଁ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଫ୍ୟାସନ ଟେକ୍ନୋଲୋଜିକୁ ଲାଗିକି ରହିଛି ରାଜ୍ୟ ସରକାରଙ୍କ ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗ ଅଧିନରେ ଥିବା ପରିଧାନ ଉଷ୍ମାୟନ ଭବନ। ଏହି ଅନୁଷ୍ଠାନକୁ ଯିବାକୁ ଥିବା ରାସ୍ତା ବି କିଟର କବଜାରେ। ଯେହେତୁ ଏହା ରାଜ୍ୟ ସରକାରଙ୍କ ଅନୁଷ୍ଠାନ ଆଉ ପୂର୍ବରୁ ରାଜ୍ୟରେ ଚାଲିଥିଲା ବିଜେଡି ରାଜ। ତେଣୁ ପୂର୍ବତନ ବିଜେଡି ସାଂସଦ ଅଚ୍ୟୁତଙ୍କ ଏହି ବେଆଇନ୍ କାରନାମା ବିରୋଧରେ ମୁହଁ ଖୋଲିବାକୁ କେହି ସାହସ ଜୁଟାଇ ପାରିନାହାନ୍ତି।

ବେଆଇନ୍ ଜମି ଉପରେ କିଟର ଶୌଧ ନିର୍ମାଣ ହୋଇଥିବା ନେଇ ପୂର୍ବରୁ ଏକଧିକ ଅଭିଯୋଗ ରହିଛି। ଏପରିକି ଜଙ୍ଗଲ ଜମିକୁ ବେଆଇନ୍ ଭାବେ କନଭରସନ କରି ନିର୍ମାଣ କାର୍ଯ୍ୟ କରିଥିବା ନେଇ ଅଚ୍ୟୁତଙ୍କ ବିରୋଧରେ ମିଳିଛି ପ୍ରମାଣ। ସେହିପରି ସାଧାରଣ ଲୋକଙ୍କ ଜମିକୁ ଡରାଇ ଧମକାଇ ଜୋର ଜବରଦସ୍ତ କବଜା କରିବା ନେଇ ଆରୋପ ବି ଲାଗିଛି କିଟ୍ ଓ ଅଚ୍ୟୁତଙ୍କ ବିରୋଧରେ। ରାଜ୍ୟ ସରକାର ସ୍ବତନ୍ତ୍ର ଡ୍ରାଇଭ୍ ମାଧ୍ୟମରେ ଆଚ୍ୟୁତଙ୍କ ବେଆଇନ୍ ଜବରଦଖଲ ଉଚ୍ଛେଦ ପାଇଁ ଯୋଜନା କରୁଥିବା ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ।

୨୨ ମାର୍ଚ୍ଚ ୨୦୧୬ ବିଧାନସଭାରେ ଦିଆଯାଇଥିବା ଏହି ଲିଖିତ ଉତ୍ତର ଯାହା। ପଥରଗାଡିଆ ମୌଜାରେ କିଟ୍ ୧୮ ଏକର ଜଙ୍ଗଲ ଜମି ମାଡି ବସିଥିବା ନେଇ ମାନିଥିଲେ ଖୋଦ୍ ତତ୍କାଳୀନ ବିଜେଡି ସରକାରର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଏପରିକି ଅବରୋଧକାରୀ ଅର୍ଥାତ କିଟ୍ ନାଁରେ ମାମଲା ରୁଜୁ ହୋଇ ଜମିକୁ ଜବରଦଖଲ ମୁକ୍ତ କରିବା ପାଇଁ ସରକାର ପଦକ୍ଷେପ ମଧ୍ୟ ନେଉଛନ୍ତି ବୋଲି ଉତ୍ତର ଦେଇଥିଲେ ତତ୍କାଳୀନ ମନ୍ତ୍ରୀ । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ତେଣୁ ଅଚ୍ୟୁତଙ୍କ ବେଆଇନ୍ ସୌଧ ଉପରେ କେବେ ଚାଲିବ ବୁଲଡୋଜର ଏବେ ତାକୁ ଅପେକ୍ଷା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Evidence comes to light of Kiit illegal exploits | Argus News