କେଉଁଠି EVM ଅଚଳ, ତ କେଉଁଠି ନିର୍ବାଚନୀ ହିଂସା

ଅର୍ଗସ ବ୍ୟୁରୋ: ଆଜି ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ୬ ଲୋକସଭା ଓ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନର ଭୋଟିଂ । ହେଲେ ମତଦାନରେ ଦେଖିବାକୁ ମିଳିଛି କିଛି ତ୍ରୁଟି । କେଉଁଠି EVM ଅଚଳ ଯୋଗୁଁ ଭୋଟ୍ ଦେବାରେ ବିଳମ୍ବ ହେଉଛି । ତ କେଉଁଠି ବିଳମ୍ବିତ ରାତିରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି ।
ଭୋଟିଂ ଆରମ୍ଭରୁ କିଛି ସ୍ଥାନରେ EVM ଅଚଳ ଅଭିଯୋଗ ହୋଇଛି । କଟକ ବାରବାଟୀର ବୁଥ୍ ନଂ ୨୪ରେ ଇଭିଏମ୍ ଅଚଳ ହୋଇପଡିଥିବା ଅଭିଯୋଗ ଆସିଛି । କାମାକ୍ଷାନଗରରେ ବୁଥ୍ ନଂ ୧୯ରେ ଇଭିଏମ୍ ଅଚଳ । ବାଙ୍କୀ କରବର ବୁଥ୍ ନଂ ୧୪୫ରେ ଇଭିଏମ୍ କାମ କରୁନି ।
ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ର ୨୬୨,୨୬୩ ନମ୍ବର ବୁଥ୍ ରେ ଇଭିଏମ ଅଚଳ ଯୋଗୁଁ ମତଦାନ ବାଧାପ୍ରାପ୍ତ ହୋଇଛି । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପରିଚାଳନାରେ ବିଳମ୍ବ ହେତୁ ଖରାରେ ଲୋକମାନେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । କୋଶଳା ପଞ୍ଚାୟତର ବୁଥ୍ ୭୯ ଓ ୮୨ ରେ ଭୋଟର ଘଣ୍ଟା ଘଣ୍ଟା ଧରି ଅପେକ୍ଷା ପରେ ମତାମତ ବିଳମ୍ବ ହୋଇଛି।
📱 Get Argus News App
✨ଅନ୍ୟପଟେ କିଛି କିଛି ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ସାନକେରଜାଙ୍ଗ ଡବରଧୁଆ ଗ୍ରାମରେ ପ୍ରଣବ ଦେବତା ନାମକ ଜଣେ ବ୍ୟକ୍ତିଙ୍କୁ ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଉକ୍ତ ବ୍ୟକ୍ତିଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିବା ସୂଚନା ମିଳିଛି । ଚିକିତ୍ସା ପାଇଁ ତାଙ୍କୁ ଅନୁଗୁଳ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଥାନାରେ ମାମଲା ରୁଜୁ ହୋଇଛି ।
ସେହିପରି ବାଙ୍କୀ NAC ଅଧୀନସ୍ଥ ବେଦପୁର ଗ୍ରାମରେ ବିଳମ୍ବିତ ରାତିରେ ଦେଖିବାକୁ ମିଳିଛି ରାଜନୈତିକ ହିଂସା । କଂଗ୍ରେସ ବିଜେଡି ଉଭୟ ହୋଇଛନ୍ତି ମୁହାଁମୁହିଁ । ପ୍ରଥମେ ବଚସା ପରେ ହାତା ହାତି । ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି । ଶାସକ ଦଳକୁ ଏବେ ହାରିବା ଭୟ ଘାରିଥିବା ବେଳେ ରାତି ଅଧରେ ମଦ ଏଂବ ଟଙ୍କା ବାଣ୍ଟିବା ସହିତ ମଦ୍ୟପାନ କରି ଲୋକଙ୍କୁ ଗାଳି ଗୁଲଜ କରିବାରେ ଲୋକେ ବିରୋଧ କରିବାକୁ ଏଭଳି ଘଟଣା ଘଟିଛି ବୋଲି ଜାଣିବାକୁ ମିଳିଛି।
ଅନ୍ୟପଟେ ଢେଙ୍କାନାଳରେ ନିର୍ବାଚନୀ ହିଂସା ଦେକିବାକୁ ମିଳିଛି । BJP ବିଧାୟକ ପ୍ରାର୍ଥୀଙ୍କ ଡ୍ରାଇଭର ଘରେ ପଶି ମରଣାତ୍ମକ ଆକ୍ରମଣ କରିଛନ୍ତି BJD କର୍ମୀ । ଢେଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀର BJP ବିଧାୟକ ପ୍ରାର୍ଥୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଡ୍ରାଇଭର ପ୍ରଦୀପ ବେହେରାଙ୍କ ଘରେ ପଶି BJD କର୍ମୀ ଆକ୍ରମଣ କରିଛନ୍ତି । ପ୍ରଦୀପଙ୍କ ବଡ଼ ଭାଇ ରମେଶ ବେହେରା, ଭାଉଜ ବାସନ୍ତୀ ବେହେରା ,ରବି ବେହେରାଙ୍କୁ ଆକ୍ରମଣ କରୁଥିବାବେଳେ ସେମାନଙ୍କୁ ଛଡ଼ାଇବାକୁ ଆସି ଗ୍ରାମର ଅମର ସାହୁ, କାଳିଆ ସାହୁ ଓ ଆରତ ମଳିକ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି ।