୮୫ ବର୍ଷ ବୟସରେ ଭୋଗରାଇର ପୂର୍ବତନ ବିଧାୟକ ଅନନ୍ତ ଦାସଙ୍କ ପରଲୋକ
·1 year ago

ଭୁବନେଶ୍ଵର: ପୂର୍ବତନ ବିଧାୟକ ଅନନ୍ତ ଦାସଙ୍କ ଦେହାନ୍ତ । ଭୋଗରାଇର ପୂର୍ବତନ ବିଧାୟକ ତଥା ପ୍ରାକ୍ତନ ମନ୍ତ୍ରୀ ଅନନ୍ତ ଦାସଙ୍କ ପରଲୋକ ହୋଇଛି । ଭୁବନେଶ୍ୱର ବାସଭବନରେ ଆଖି ବୁଜିଛନ୍ତି ଅନନ୍ତ ଦାସ । ମୃତ୍ୟୁ ବେଳେକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ଅନନ୍ତଙ୍କ ମୃତ୍ୟୁ ଖବରରେ ଭୋଗରାଇ ସହ ବାଲେଶ୍ଵର ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି ।
୨୦୦୪ ମସିହାରେ ପ୍ରଶାସନିକ ସେବାରୁ ରାଜନୀତିକୁ ଆସିଥିଲେ ଅନନ୍ତ ଦାସ । ଲଗାତାର ୪ଥର ବିଜେଡି ଦଳରୁ ଭୋଗରାଇର ବିଧାୟକ ହୋଇଥିଲେ । ବିଜେଡି ସରକାରରେ ଉଚ୍ଚ ଶିକ୍ଷା ଓ ଶିଳ୍ପ ମନ୍ତ୍ରୀ ଦାୟିତ୍ଵ ତୁଲାଇ ଥିଲେ । ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଥିଲେ ଅନନ୍ତ ଦାସ । ୨ ଥର ବିଜେଡି ଦଳର ମୁଖ୍ୟ ସଚେତକ ମଧ୍ୟ ଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: