Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୋଲାଭରମର ଖୋଲୁଛି ପୋଲ୍: ବିଜେଡି ଶାସନରେ ପୋଲାଭରମକୁ ଦେଇଥିଲେ ଏନଓସି

Odisha

ପୋଲାଭରମର ଖୋଲୁଛି ପୋଲ୍: ବିଜେଡି ଶାସନରେ ପୋଲାଭରମକୁ ଦେଇଥିଲେ ଏନଓସି

Sushanta Sahoo
Browse all articles by Sushanta Sahoo
·1 year ago·2 min read
ପୋଲାଭରମର ଖୋଲୁଛି ପୋଲ୍: ବିଜେଡି ଶାସନରେ ପୋଲାଭରମକୁ ଦେଇଥିଲେ ଏନଓସି

ମାଲକାନଗିରି: ନଦୀକୁ କେନ୍ଦ୍ର ବିରୋଧୀ ଅସ୍ତ୍ର କରିଛି ବିଜେଡି । କିନ୍ତୁ ମହାନଦୀ କଲା ବ୍ୟାକ୍ ଫାୟର ଏବେ ପୋଲାଭରମର ଖୋଲୁଛି ପୋଲ୍ । ବିଜୁ ବାବୁ କେନ୍ଦ୍ରମନ୍ତ୍ରୀ ଥିବା ବେଳେ ଆନ୍ଧ୍ର ସହ ଲୁଚାଛପାରେ ହୋଇଥିଲା ଚୁକ୍ତି । ନା ଏ ଏସମ୍ପର୍କରେ ବିଧାନସଭାରେ ଆଲୋଚନା ହୋଇଥିଲା ନା ଓଡ଼ିଶାବାସୀ କିଛି ଜାଣିପାରିଥିଲେ ।

ବିଜେଡି ଶାସନରେ ପୋଲାଭରମକୁ ଦେଇଥିଲେ ଏନଓସି । ସେତେବେଳେ କେବଳ ବିବୃତିରେ କରିଥିଲେ ବିରୋଧ ଏବେ କରୁଛନ୍ତି ଆନ୍ଦୋଳନ । ସେପଟେ ପୋଲାଭରମ ପ୍ରସଙ୍ଗରେ ବିଜେଡି ସହ ଆନ୍ଦୋଳନରେ ସାମିଲ ହେବାକୁ ମନା କଲା ମାଲକାନାଗିରି କଂଗ୍ରେସ ।

ପୋଲାଭରମ ବିରୋଧରେ ମୋଟୁରେ ବିଜେଡିର ଆନ୍ଦୋଳନ । ସାମଲି ହୋଇଛନ୍ତି ଦଳର ଆଗ ଧାଡ଼ିର ନେତା । ଯେଉଁ ପୋଲାଭରମ ବିରୋଧରେ ବିଜେଡି ଏବେ ଆନ୍ଦୋଳନର ରାସ୍ତା ଆପଣାଇଛି ସେହି ପ୍ରକଳ୍ପକୁ ୨୦୦୫ରେ ଏନଓସି ଦେଇଥିଲେ ବିଜେଡି ସରକାର । କେନ୍ଦ୍ର ଜଳସଂପଦ ମନ୍ତ୍ରୀ ଥିଲେ ବିଜେଡିର ଅର୍ଜୁନ ସେଠୀ । ସେତେବେଳେ ପ୍ରକଳ୍ପ ନେଇ ପଦୁଟିଏ ବି ପ୍ରତିବାଦ କରି ନ ଥିଲା ବିଜେଡି ।

ଆଉ ଟିକେ ପଛକୁ ଫେରି ଗୋଦାବରୀ ୱାଟର ଟ୍ରିବ୍ୟୁନାଲ ଉପରେ ନଜର ପକାଇଲେ ଆଉ କିଛି ସାଂଘାତିକ ତଥ୍ୟ ଆସୁଛି ସାମନାକୁ । ୧୯୬୯ରେ ଆନ୍ତଃ ନଦୀ ବିବାଦର ସମାଧାନ ପାଇଁ ଗଠିତ ହୋଇଥିଲା ଗୋଦାବରୀ ୱାଟର ଟ୍ରିବ୍ୟୁନାଲ । ସେତେବେଳେ କେନ୍ଦ୍ର ମନ୍ତ୍ରୀ ଥିଲେ ବିଜୁବାବୁ । ସେତେବେଳେ ଡ୍ୟାମର ଉଚ୍ଚତା ୧୫୦ ଫୁଟ୍ ନେଇ ଆନ୍ଧ୍ର ସହ ଦ୍ଵିପାକ୍ଷିକ ଚୁକ୍ତି କରିଥିଲେ ଓଡ଼ିଶା ସରକାର ।

ପ୍ରଚଳିତ ନିୟମରେ ଜଳମଗ୍ନ ଅଞ୍ଚଳରେ କ୍ଷତିପୂରଣ ଦେବା ନେଇ ବି ଚୁକ୍ତି ହୋଇଥିଲା । ତେବେ ଏ ଚୁକ୍ତି ଥିଲା ଗୋପନୀୟ, ଏ ନେଇ ପରେ ନା ବିଧାନସଭାରେ ଆଲୋଚନା ହୋଇଥିଲା ନା ଓଡ଼ିଶା ଲୋକେ ଜାଣିପାରି ଥିଲେ । ୧୯୮୭ରେ ଯେତେବେଳେ କେନ୍ଦ୍ରୀୟ ଜଳ ଆୟୋଗକୁ ପୋଲାଭରମର ଡିଟେଲ ପ୍ରୋଜେକ୍ଟ ରିପୋର୍ଟ ଗଲା, ସେତେବେଳେ ବିଧାନସଭାରେ ବିଜୁବାବୁ ଥିଲେ ବିରୋଧୀ ଦଳ ନେତା ।

ସେତେବେଳେ ବି ସେ ଏହାକୁ ବିରୋଧ କରି ନଥିଲେ । ଏହି ଡିପିଆର ପୁଣି ନୂଆ ରୂପରେ ୨୦୦୦ରେ ଯେତେବେଳେ ସିଡବ୍ୟୁସିରେ ଦାଖଲ ହେଲା ସେତେବେଳେ ନବୀନ ବାବୁ ଥିଲେ ମୁଖ୍ୟମନ୍ତ୍ରୀ । ସିଡବ୍ୟୁସି ଏହାକୁ ଅନୁମତି ଦେବା ବେଳେ ଅର୍ଜୁନ ସେଠୀ ଜଳସଂପଦ ମନ୍ତ୍ରୀ ଥିଲେ ବି ବିଜେଡି ଚୁପ ଥିଲା । କ୍ଷମତାରେ ଥିବା ବେଳେ ବିଜେଡିର ବିରୋଧ କେବଳ ବିବୃତିରେ ଥିଲା ସୀମିତ । ଏବେ ଦଳୀୟ ବ୍ୟାନରେ ଆନ୍ଦୋଳନକୁ ନାପସନ୍ଦ କରିଛନ୍ତି ସାମିଲ ହୋଇଥିବା ଆଦିବାସୀ ସଂଗଠନ ।

୨୦୧୭ରେ ନବୀନ ବାବୁଙ୍କୁ ପୋଲାଭରମ ବାବଦରେ କହିବାକୁ ଯାଇଥିଲେ ବର୍ତ୍ତମାନର ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ । ହେଲେ ସେତେବେଳେ ନବୀନ ଚୁପ୍ ରହିଲେ ଆଉ ସଚିବ କହିଲେ ପୋଲାଭରମ ଲଷ୍ଟ କେସ୍ । ଏବେ ପୋଲାଭରମର ପଛୁଆ ପାଣି ରୋକିବାକୁ ବଡ଼ ଯୋଜନା କରିଛନ୍ତି କେନ୍ଦ୍ର ସରକାର । ଓଡ଼ିଶାରେ ୩୦ କି.ମି ଆଡ଼ିବନ୍ଧ ନିର୍ମାଣ ନେଇ ସଂସଦରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଦେଇଛନ୍ତି ସୂଚନା ।

ମାଲକାନଗିରି ଦେଇ ପ୍ରବାହିତ ସିଲେରୁ ନଦୀ ଉପରେ ୧୨ କିଲୋମିଟର ଏବଂ ସାବେରୀ ନଦୀ ଉପରେ ୧୮.୨୦ କିଲୋମିଟର ନଦୀ ବନ୍ଧ ନିର୍ମାଣ ପାଇଁ ରହିଛି ପ୍ରସ୍ତାବ । ତେବେ ପୂର୍ବରୁ ପ୍ରଭାବିତ ଅଞ୍ଚଳରେ ଜନ ଶୁଣାଣି ପାଇଁ ଓଡ଼ିଶାକୁ କେନ୍ଦ୍ର କରିଥିଲା ବାରମ୍ବାର ଅନୁରୋଧ । ୨୦୦୯ରୁ ଜନ ଶୁଣାଣି ନକରି ବିଜେଡି ସରକାର ରହିଥିଲେ ନୀରବ । ପୋଲାଭରମ୍ ଯୋଗୁଁ ଓଡ଼ିଶାରେ ପ୍ରାୟ ୬୪୮.୦୫ ହେକ୍ଟର ଏବଂ ଛତିଶଗଡ଼ ରେ ୭୯୫.୫୯ ହେକ୍ଟର ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ex BJD Govt. Was Given NOC For Polavaram Project | Argus News