Videos
|
Odisha

ନବ ଦାସଙ୍କ ପୁଅ ବିଶାଲ ଦାସଙ୍କୁ ଅଟକ ରଖିଛି ଛତିଶଗଡ ପୋଲିସ

Smruti Parija
Browse all articles by Smruti Parija
·1 year ago·1 min read
ନବ ଦାସଙ୍କ ପୁଅ ବିଶାଲ ଦାସଙ୍କୁ ଅଟକ ରଖିଛି ଛତିଶଗଡ ପୋଲିସ

Key Points

ସ୍ୱର୍ଗତ ନବ ଦାସଙ୍କ ପୁଅ ବିଶାଲ ଦାସ ଅଟକ । ବିଶାଲଙ୍କୁ ଅଟକ ରଖିଛି ଛତିଶଗଡ ପୋଲିସ ।

ଝାରସୁଗୁଡା: ସ୍ୱର୍ଗତ ନବ ଦାସଙ୍କ ପୁଅ ବିଶାଲ ଦାସ ଅଟକ । ବିଶାଲଙ୍କୁ ଅଟକ ରଖିଛି ଛତିଶଗଡ ପୋଲିସ । ରାତି ୨ ରୁ ପୋଲିସ ଅଟକ ରଖିଥିବା ନିଜେ ଭିଡ଼ିଓ କରି ସୂଚନା ଦେଇଛନ୍ତି ବିଶାଲ ।

ବିଶାଲଙ୍କ ସମେତ କିଛି ସରପଞ୍ଚ ଓ ସମିତିସଭ୍ୟଙ୍କୁ ମଧ୍ୟ ପୋଲିସ ଅଟକ ରଖିଥିବା ଜଣାପଡିଛି । ଆଉ କିଛି ସମର୍ଥକ ବି ଅଟକ ଅଛନ୍ତି ।


ମିଳିଥିବା ସୂଚନାନୁଯାୟୀ,  ଛତିଶଗଡ଼ ମହାସମୁନ୍ଦ ଜିଲ୍ଲା ସରେଇପାଲି ଥାନା ପୋଲିସ ବିଶାଳଙ୍କୁ ଅଟକ ରଖିଛି । ଗତକାଲି ବିଳମ୍ବିତ ରାତିରୁ ବିଶାଳ ଅଟକ ଥିବା ସୂଚନା ମିଳିଛି । ଗତକାଲି ବିଶାଲଙ୍କ ସମ୍ବଲପୁର ସ୍ଥିତ ହୋଟେଲରେ ଚଢ଼ାଉ କରିଥିଲା ପୋଲିସ । ଆଜି ଝାରସୁଗୁଡ଼ା କିର୍ମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ପଡିବ । ହେଲେ ଏହାର ପୂର୍ବରୁ ସରପଞ୍ଚ ଓ ସମିତି ସଭ୍ୟମାନଙ୍କୁ ଅଟକ ରଖିଛି ପୋଲିସ । ଗତକାଲି ମଧ୍ୟ ଝାରସୁଗୁଡାର ପୂର୍ବତନ ବିଧାୟକ ଦୀପାଳି ଦାସଙ୍କ ହୋଟେଲରେ ଚଢାଉ କରିଥିଲା ପୋଲିସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ex-health-minister-naba-das-son-vishal-das-detained | Argus News