ବର୍ଷ ବର୍ଷ ଧରି ସୁନ୍ଦରଗଡ଼ରୁ ଚୋରି ହେଉଛି କୋଇଲା, ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି
·1 year ago·1 min read

ସୁନ୍ଦରଗଡ଼: ସୁନ୍ଦରଗଡ଼ ଖଣି ଚୋରି ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ସୁନ୍ଦରଗଡ଼ର ପୂର୍ବତନ ବିଧାୟିକା ତଥା ବରିଷ୍ଠ ବିଜେପି ନେତ୍ରୀ କୁସୁମ ଟେଟେ । ବର୍ଷ ବର୍ଷ ଧରି ସୁନ୍ଦରଗଡ଼ରେ କରାଯାଉଛି କଳା ହୀରାର କଳା କାରବାର ।
ଏହି ଘଟଣାରେ ଉଚ୍ଚସ୍ତରୀୟ ଯାଞ୍ଚ କରି କୋଇଲା ମାଫିଆଙ୍କୁ ଉଚିତ୍ ଦଣ୍ଡ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କୁସୁମ ଟେଟେ । ସୁନ୍ଦରଗଡ଼ ହେମଗିରି ଥାନା ଗୋପାଳପୁର ଅଞ୍ଚଳର କୁଲାପଡ଼ା ଜଙ୍ଗଲରେ କୋଇଲା ଚୋରି ସମ୍ପର୍କରେ ଖବର ପାଇ ପ୍ରଶାସନ, ପୋଲିସ ଓ ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା ।
ହେଲେ କୋଇଲା ଚୋରି କରୁଥିବା ଗ୍ୟାଙ୍ଗ ଓ ତାର ମାଷ୍ଟର ମାଇଣ୍ଡକୁ ପୋଲିସ ଧରିବାରେ ସକ୍ଷମ ହୋଇ ନାହିଁ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀ ଗସ୍ତ ସାରି ଫେରିବା ପରେ ତାଙ୍କୁ ଭେଟି ଏହି ବିଷୟରେ ଆଲୋଚନା କରିବେ ବୋଲି କହିଛନ୍ତି କୁସୁମ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: