ଅବକାରୀ ବିଭାଗ ଗାଡି ଉପରକୁ ଗୁଳି ମାଡ, ଜଣେ ଗିରଫ

ଅବକାରୀ ବିଭାଗ ଗାଡି ଉପରକୁ ଗୁଳି ମାଡ କଲେ ଗୋରୁ ଚାଲାଣକାରୀ ଦୁର୍ବୃତ୍ତ । ଏହି ଘଟଣାରେ ଜଣେ ଗିରଫ, 2 ଫେରାର ହୋଇଥିବାବେଳେ ବନ୍ଧୁକ ଜବତ ହୋଇଛି । ଅବକାରୀ ବିଭାଗର ଗାଡି ଉପରକୁ ଗୁଳି ମାଡ କରିଛନ୍ତି ଗୋରୁ ଚାଲାଣ କରୁଥିବା ଦୁବୁର୍ତ୍ତମାନେ । ଲେଫ୍ରିପଡା ପୋଲିସ ଜଣକୁ ଗିରଫ କରିବା ସହ ଗୋଟିଏ ବନ୍ଧୁକ ଜବତ କରିଛି। ଦୁଇଜଣ ଦୁର୍ବୁତ୍ତ ଫେରାର ଅଛନ୍ତି । ହେମଗିର ଅଂଚଳରୁ ମଦ ଅ।ସୁଥିବାର ସନ୍ଦେହରେ ଏକ ପିକଅପ ଭ୍ୟାନ କୁ ଅବକାରୀ ବିଭାଗ କର୍ମଚାରୀ ପିଛା କରିବା ସମୟରେ ଅବକାରୀ ବିଭାଗର ଗାଡିକୁ ଦୁର୍ବୁତ୍ତମାନେ ତିନି ରାଉଣ୍ଡ ଗୁଳିମାଡ କରିଥିବା ସୂଚନା ମିଳିଛି।
ଅବକାରୀ ବିଭାଗର ଗାଡିରେ ବାଜିଛି ଗୁଳି। ଗାଡିରେ ମଦ ନୁହେଁ ବରଂ ଚାଲାଣ ହେଉଥିଲା ଗାଇ। ଲେଫ୍ରିପଡା ଥାନା ମସାବିରା ନିକଟରେ ପୋଲିସ ଜଣକୁ ଧରି ଥିବା ବେଳେ ଅନ୍ୟ 2 ଜଣ ଫେରାର ହୋଇଯାଇଛନ୍ତି। ଜଣେ ଦୁବୁର୍ତ୍ତକୁ ପୋଲିସ ଧରିବାରେ ସକ୍ଷମ ହେବା ସହ ତା ନିକଟରୁ ଏକ ବନ୍ଧୁକ ମଧ୍ୟ ଜବତ ହୋଇଛି। ପିକ ଅପ ଭ୍ୟାନରେ ଥିବା 5 ଗାଇଙ୍କୁ ଉଦ୍ଧାର କରାଯାଇଛି। ପିକଭ୍ୟାନକୁ ଛାଡି ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ଦୁର୍ବୁତ୍ତମାନେ ପ୍ରାୟ 3 ରାଉଣ୍ଡ ଗୁଳି ଚାଳନା କରିଥିବା ବେଳେ ଅବକାରୀ ବିଭାଗର କୌଣସି କର୍ମଚାରୀଙ୍କ ଦେହରେ ଗୁଳି ବାଜିନାହିଁ ବରଂ ସିଧା ଯାଇ ଗୁଳି ଅବକାରୀ ବିଭାଗର ଗାଡିରେ ବାଜିଥିଲା।