'ମଦ ମୃତ୍ୟୁକୁ ନେଇ ସରକାର କୌଣସି ସତ୍ୟ କି ତଥ୍ୟ ଲୁଚାଇ ନାହାନ୍ତି'

ଭୁବନେଶ୍ୱର: ଟିକିଟି ମଦ ମୃତ୍ୟୁକୁ ନେଇ ଗୃହରେ ଉତ୍ତର ରଖିଲେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମଦ ମୃତ୍ୟୁକୁ ନେଇ ସରକାର କୌଣସି ସତ୍ୟ କି ତଥ୍ୟ ଲୁଚାଇ ନାହାନ୍ତି । ବିରୋଧୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ । ଗତ ୧୯ ତାରିଖରେ ବିଷାକ୍ତ ମଦ ପିଇ ପେଟ ଯନ୍ତ୍ରଣା ହେବାରୁ ୧୯ ଜଣ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ବର୍ତ୍ତମାନ ୪ ଆଇସିୟୁରେ, ୨ ଭେଣ୍ଟିଲେଟରରେ ଆଉ ୭ ଜଣ ୱାର୍ଡରେ ଅଛନ୍ତି ।
୨୧ ରେ ଲୋକନାଥ ବେହେରା ଓ ଜୁଡା ବେହେରାଙ୍କ ଏହି ବିଷାକ୍ତ ମଦ ପିଇବା ଦ୍ୱାରା ଦେହାନ୍ତ ହୋଇଛି । ଏସପିଙ୍କ ନେତୃତ୍ୱରେ ଡାକ୍ତର ଟିମ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛି । ଏହି ଘଟଣାରେ ମିଳିତ ଅବକାରୀ ଚଢ଼ାଉ ପରେ ୨୦ ଲିଟର ମଦ ଜବତ ହେବା ସହ ୬ ଗିରଫ ଓ ଦୁଇ ଜଣ ଅଟକ ଅଛନ୍ତି ।
ଜବତ ହୋଇଥିବା ମଦ ସାମ୍ପୁଲ୍ ଓ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଭିସେରା ରିପୋର୍ଟ ଫରେନସିକ୍ ଲ୍ୟାବ୍ ପଠାଯାଇଛି । ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଗଞ୍ଜାମ ଘଟଣା ପରେ ରାଜ୍ୟ ସାରା ୨୦ ତାରିଖରୁ ଆରମ୍ଭ କରିଛନ୍ତି ସ୍ପେଶାଲ୍ ରେଡ଼୍ ।
ଯେଉଁଥିରେ ବର୍ତ୍ତମାନ ସୁଦ୍ଧା
📱 Get Argus News App
✨୧ - ୨୦ ହଜାର ୭୨୬ ଲିଟର ବେଆଇନ ମଦ ଜବତ କରିଛି ବିଭାଗ ।
୨ - ୩୭୬ ଟି ବେଆଇନ ମଦ ମାମଲା ରୁଜ୍ଜୁ ହୋଇଛି
୩ - ୨୬୭ ଜଣ ଗିରଫ ହୋଇଛନ୍ତି, ୪ ଜଣ ଫେରାର ଅଛନ୍ତି
୪ - ୨୬ ଟି ଗାଡ଼ି ଜବତ ହୋଇଛି
ଏହି ମାମଲାରେ ଯଥାଶୀଘ୍ର ଚାର୍ଜସିଟ୍ ଦାଖଲ କରି ଦଣ୍ଡ ବିଧାନ ପାଇଁ ସରକାର ତତ୍ପର ଅଛନ୍ତି । ଅଭ୍ୟାସ ଗତ ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ସାରା ରାଜ୍ୟରେ ବେଆଇନ ମଦ କାରବାର ଉପରେ ବୁଲଡୋଜର୍ ବଢାଇବାକୁ ଆମ ସରକାର ନିଷ୍ପତି ନେଇଛନ୍ତି ।