Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ସର୍ବ ବୃହତ ଯୋଜନା ସୁଭଦ୍ରାକୁ ନେଇ ସବୁଠି ବଢୁଛି ଉତ୍ସାହ

Odisha

ସର୍ବ ବୃହତ ଯୋଜନା ସୁଭଦ୍ରାକୁ ନେଇ ସବୁଠି ବଢୁଛି ଉତ୍ସାହ

Rashmita Mishra
Browse all articles by Rashmita Mishra
·1 year ago·2 min read
ସର୍ବ ବୃହତ ଯୋଜନା ସୁଭଦ୍ରାକୁ ନେଇ ସବୁଠି ବଢୁଛି ଉତ୍ସାହ

ଅର୍ଗସ ବ୍ୟୁରୋ: କୋଟିଏ ମହିଳାଙ୍କ ଭରସା ଓ ବିଶ୍ବାସ ସାଜିଛି ଗୋଟିଏ ଯୋଜନା ସୁଭଦ୍ରା । ତିନି ଦିନ ପରେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଶୁଭାରମ୍ଭ ହେବାକୁ ଥିବା ଏହି ଯୋଜନାରେ ସାମିଲ ହେବା ଲାଗି ରାଜଧାନୀ ଭୁବନେଶ୍ବରଠୁ ନେଇ ରାଜ୍ୟର କୋଣ ଅନୁକୋଣରେ ମହିଳା ମାନଙ୍କ ମଧ୍ୟରେ ବଢି ଚାଲିଛି ଉତ୍ସାହ । ଲୋକଙ୍କୁ ଅଧିକ ସଚେତନ କରିବା ଲାଗି ଭୁବନେଶ୍ବରର ଏକାମ୍ର ନିର୍ବାଚନ ମଣ୍ଡଳୀରେ ଆଜିଠୁ ଗଡ଼ିଛି ସୁଭଦ୍ରା ରଥ। ଲିଙ୍ଗରାଜ ମନ୍ଦିର ପ୍ରାଙ୍ଗଣରୁ ରଥ ଗଡ଼ିଥିବା ବେଳେ ୫୪ ନମ୍ବର ୱାର୍ଡ ଓ ୫୮ ନମ୍ବର ୱାର୍ଡରେ ବିଧାୟକ ବାବୁ ସିଂ ସୁଭଦ୍ରା ସଚେତନ ରଥ ର ଶୁଭାରମ୍ଭ କରିଛନ୍ତି । ସୁଭଦ୍ରା ରଥ ଗାଁଠୁ ସହର ଚାରିଆଡେ ବୁଲି ଯୋଜନା ବିଷୟରେ ଲୋକଙ୍କୁ ସଚେତନ କରିବା ସହିତ ଉପଯୁକ୍ତ ତଥ୍ୟ ପ୍ରଦାନ କରିବ । ହିତାଧିକାରୀମାନେ ଯେପରି ଭ୍ରମିତ ନ ହେବେ ସେଥିଲାଗି ସରକାର ଏହି ବ୍ୟବସ୍ଥା କରିଛନ୍ତି । ସୁଭଦ୍ରା ଯୋଜନା ଏକ ଐତିହାସିକ ଯୋଜନା ଆଉ ଏଥିରେ ମହିଳା ମାନେ ସ୍ବାବଲମ୍ବୀ ହୋଇ ପାରିବେ ବୋଲି କହିଛନ୍ତି ସ୍ଥାନୀୟ ବିଧାୟକ ବାବୁ ସିଂ। ବିଜେଡି କିନ୍ତୁ ଯୋଜନାକୁ ନେଇ ଉଠାଇଛି ପ୍ରଶ୍ନ 

ସେପଟେ ମାର୍ଗଦର୍ଶିକା ଜାରି ହେଲା ଦିନରୁ ସାରା ଓଡ଼ିଶାରେ ସୁଭଦ୍ରା ଫର୍ମ ବିତରଣ ଓ ପଞ୍ଜିକରଣ ଜୋରସୋର ଆଗେଇ ଚାଲିଛି । ଲୋକମାନଙ୍କ ଉତ୍ସାହକୁ ଲକ୍ଷ୍ୟ କରି ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ବୈଠକ କରାଯାଇ ‘ସୁଭଦ୍ରା’ ଯୋଜନାର କାର୍ଯ୍ୟାନ୍ବୟନକୁ ବିଭିନ୍ନ ସ୍ତରରେ ତଦାରଖ କରୁଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା... ଶୁକ୍ରବାର ସୁଦ୍ଧା ‘ସୁଭଦ୍ରା’ ନିମନ୍ତେ ପଞ୍ଜିକରଣ ପ୍ରାୟ ୫୦ ଲକ୍ଷରେ ପହଞ୍ଚି ସାରିଲାଣି । ସେହିପରି ଏହି ଯୋଜନା ସମ୍ବନ୍ଧୀୟ ଜନସଚେତନତା ସୃଷ୍ଟି କରିବା ପାଇଁ ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ପ୍ରତି ବ୍ଲକ ଓ ଗ୍ରାମ ପଞ୍ଚାୟତରେ ‘ସୁଭଦ୍ରା ସ୍ବାଗତ ସପ୍ତାହ’ ଅନୁଷ୍ଠିତ ହେଉଛି । କାର୍ଯ୍ୟକ୍ରମ ଜରିଆରେ ବ୍ଲକସ୍ତରର ସମସ୍ତ ଅଧିକାରୀ ସମେତ ଅଙ୍ଗନବାଡି କର୍ମୀ, ସୁପରଭାଇଜର, ଏସ୍‌ଏଚ୍‌ଜି ସଦସ୍ୟା, ଆଶାକର୍ମୀମାନେ ଗାଁ ଗାଁରେ ସଭା ଅନୁଷ୍ଠିତ କରାଇ ଲୋକମାନଙ୍କୁ ‘ସୁଭଦ୍ରା’ ଯୋଜନା ସମ୍ବନ୍ଧରେ ସଚେତନ କରୁଛନ୍ତି । 

ପ୍ରତି ଗ୍ରାମ ପଞ୍ଚାୟତରେ ‘ପଥପ୍ରାନ୍ତ ନାଟକ’ ସମେତ ଚିତ୍ରାଙ୍କନ, କୁଇଜ ପ୍ରତିଯୋଗିତା ସହ ପ୍ରତି ଅଞ୍ଚଳର ସଫଳ ମହିଳାଙ୍କୁ ‘ସୁଭଦ୍ରା ଅପା’ର ଆଖ୍ୟା ଦିଆଯିବା ସହ ସଫଳ ମହିଳାଙ୍କ କାହାଣୀକୁ ‘ମୋ ସୁଭଦ୍ରା ଷ୍ଟୋରୀ’ ଭାବେ ପ୍ରତିଷ୍ଠିତ କରିବେ ରାଜ୍ୟ ସରକାର । ସେହିପରି ଯୋଜନାର ଉଦ୍ଦେଶ୍ୟକୁ ସୁଦୂରପ୍ରସାରୀ କରିବା ନିମନ୍ତେ ଆଜି ଠୁ ‘ଘରେ ଘରେ ସୁଭଦ୍ରା’ ବିଷୟବସ୍ତୁ ଉପରେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ପ୍ରବନ୍ଧ, ତର୍କ, ରଙ୍ଗୋଲୀ ଓ ଫଟୋଗ୍ରାଫି ଆଦିର ପ୍ରତିଯୋଗିତା କରାଯାଉଛି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Painting
Sponsored
Excitement is growing everywhere about the biggest scheme Subhadra | Argus News