Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Exclusive Video: ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ 'ଦୁର୍ନୀତିଗ୍ରସ୍ତ ଅଫିସର ଦିଲ୍ଲୀରେ ଥିଲେ ବି ବନ୍ଧା ହେବେ', ଦେଖନ୍ତୁ...

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Exclusive Video: ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ 'ଦୁର୍ନୀତିଗ୍ରସ୍ତ ଅଫିସର ଦିଲ୍ଲୀରେ ଥିଲେ ବି ବନ୍ଧା ହେବେ', ଦେଖନ୍ତୁ...

Key Points

ଅର୍ଗସ ଟିମ୍‌ର ଗୋଟି ଗୋଟି ପ୍ରଶ୍ନର ସିଧା ସିଧା ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ନିଜେ ନଗଡ଼ା ଯାଇ ସ୍ଥିତି ପରଖିବେ ବୋଲି କହିଛନ୍ତି । 

ଓଡ଼ିଶାରେ ବିଜେପି ସରକାରକୁ ବର୍ଷେ ପୁରୁଛି । ଆଉ ସେଇ ବର୍ଷକରେ କ'ଣ କରିଛନ୍ତି ସରକାର, ତାର ରିପୋର୍ଟ କାର୍ଡ ମଧ୍ୟ ଦେଇଛନ୍ତି । ଅନେକ ଯୋଜନା କରାଯାଇଛି, ଅନେକ ପ୍ରତିଶ୍ରୁତି ପାଳନ କରାଯାଇଛି । ଆଗାମୀ ଦିନରେ ବାକି ଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରାଯିବ ବୋଲି ମଧ୍ୟ କହିଛନ୍ତି ସରକାର । ତେବେ ଏହାରି ଭିତରେ ସରକାର ଯେଉଁ ସବୁ ବିକାଶ ମୂଳକ କଥା କହିଛନ୍ତି ବା ଚର୍ଚ୍ଚା ହେଉଛି ତାହା ବାସ୍ତବରେ କେତେ ସତ, କେତେ ମିଛ ? ସେନେଇ ସିଧା ସଳଖ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛି ଅର୍ଗସ ଟିମ୍ ।

ଓଡ଼ିଶା ଟେଲିଭିଜନ ଇତିହାସରେ ଏହା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି । ଗ୍ରାଉଣ୍ଡ ଜିରୋରୁ ତଥ୍ୟ ସଂଗ୍ରହ କରୁଥିବା ଅର୍ଗସ ଟିମ୍‌ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିଛି । ଆଉ ଗୋଟି ଗୋଟି କରି ଓଡ଼ିଶାର ସବୁ ସମସ୍ୟା କଥା କହିଛି । ସେ ନଗଡ଼ା କଥା ହେଉ କି ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ କଥା ହେଉ । ସେ ଜଳ ସେଚନ କଥା ହେଉ କି ଅଫିସରଙ୍କ ମନମାନୀ କଥା । ସରକାରୀ ତଥ୍ୟ ଓ ବାସ୍ତବ ଚିତ୍ରରେ ତାଳମେଳ ରହୁନଥିବା କଥା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଆଗରେ ପ୍ରକାଶ କରିଛି ଅର୍ଗସ ଟିମ୍‌ ।

ଏମିତିକି ଦୁର୍ନୀତିଖୋର ଅଫିସରଙ୍କ ମନମାନୀ, ବଡ଼ ମାଛଙ୍କୁ କାହିଁକି ଧରାଯାଉନି ? ଯେଉଁ ଅଫିସରଙ୍କ ବିରୋଧରେ ବିଜେପି, ନିର୍ବାଚନ ପୂର୍ବରୁ ଚିତ୍କାର କରୁଥିଲା, ସେମାନେ ଦିଲ୍ଲୀ କାହିଁକି ଗଲେ । ସେମାନଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ ? ଏମିତି ଅନେକ କଡ଼ା ପ୍ରଶ୍ନର ସିଧା ସିଧା ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ।

ଖାଲି ସେତିକି ନୁହେଁ, ବିକଶିତ ଓଡ଼ିଶା ୨୦୨୬ ପାଇଁ ରୋଡମ୍ୟାପ୍‌ କଥା ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ । ସେ ଆହୁରି କହିଛନ୍ତି ସରକାରୀ ତଥ୍ୟ ଓ ତୃଣମୂଳ ସ୍ତରର ସତ ନେଇ ସମୀକ୍ଷା କରାଯିବ । ଆଗକୁ ଆମ ସରକାରରେ ଏଭଳି ଭୁଲ ହେବ ନାହିଁ । ଜଳ ସେଚିତ ଜମି ତଥ୍ୟରେ ତାଳମେଳ ନଥିବା କଥା ମଧ୍ୟ ମାନିଛନ୍ତି ମୁଖ୍ୟମନ୍ତ୍ରୀ । କହିଲେ ଭୁଲ ତଥ୍ୟ ଦେଇଥିବା ଅଫିସରଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ଚିରାଚରିତ ଢ଼ଙ୍ଗରେ ଯେଉଁ ପ୍ରଶ୍ନ ଉତ୍ତର ହେଉଛି ତାହା ଆଗକୁ ପରିମାର୍ଜିତ ହେବ । ଅଫିସରମାନଙ୍କୁ ଏଥିପ୍ରତି ଯତ୍ନବାନ ହେବାକୁ କୁହାଯିବ । ଆଉ ଦୁନୀର୍ନୀତିଗ୍ରସ୍ତ ଅଫିସର ଦିଲ୍ଲୀରେ ଥାନ୍ତୁ କି ଯେଉଁଠି ଥାନ୍ତୁ, ପ୍ରମାଣ ମିଳିଲେ ବନ୍ଧା ହେବେ । ଜେଲ ପଠାଇବା ପାଇଁ ଆମ ସରକାର ଟିକେ ବି ପଛଘୁଞ୍ଚା ଦେବ ନାହିଁ ବୋଲି ସିଧା ସିଧା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ।

ତେବେ ଶେଷରେ ସେ କହିଚନ୍ତି, 'ମୁଁ ତୃଣମୂଳସ୍ତରରୁ ଆସିଛି, ଲୋକଙ୍କ ସମସ୍ୟା ଜାଣିଛି, ଆଉ ସମାଧାନ ବି ଜାଣିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Exclusive: Chief Minister warns 'Corrupt officials will be arrested even if they are in Delhi' | Argus News