Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରୋଡ୍‌ ସୋ' ପରେ ମୋଦିଙ୍କ ବଡ଼ ବୟାନ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ରୋଡ୍‌ ସୋ' ପରେ ମୋଦିଙ୍କ ବଡ଼ ବୟାନ

Key Points

  • ରୋଡ୍‌ ସୋ' ପରେ ମୋଦିଙ୍କ ବଡ଼ ବୟାନ
  • କହିଲେ, ଓଡ଼ିଶାରେ ଟର୍ଣ୍ଣିଂ ପଏଣ୍ଟ ଆସୁଛି
  • ବିଜେପି-ବିଜେଡି ସଂପୂର୍ଣ୍ଣ ଅଲଗା

ଅର୍ଗସ ବ୍ୟୁରୋ: ରୋଡ୍‌ ସୋ' ସାରିଲେ, ବଡ଼ ବୟାନ ଦେଲେ ମୋଦି । କହିଲେ, ଏଥର ଓଡ଼ିଶା ନିର୍ବାଚନର ଟର୍ଣ୍ଣିଂ ପଏଣ୍ଟ ଆସୁଛି । ଓଡ଼ିଶାରେ ବିଜେପି ଉପରେ ଲୋକଙ୍କ ଅଦ୍ଭୁତ ବିଶ୍ୱାସ ରହିଛି । ଦେଶର ଅନ୍ୟ ଅଞ୍ଚଳରେ ଏଭଳି ପରିବେଶ ନଥାଏ ହେଲେ ଓଡ଼ିଶାରେ ଭାଷାଗତ ବିଭେଦ ଥିବା ସତ୍ତ୍ୱେ ଲୋକଙ୍କ ସହ ହୃଦୟ ଯୋଡ଼ି ହୋଇ ସାରିଛି । ତେଣୁ ଏଥର ଓଡ଼ିଆ ଲୋକ ଓଡ଼ିଶାରେ ପଦ୍ମ ଫୁଟିବ ବୋଲି କହିଛନ୍ତି ମୋଦି । ଆଉ ନିର୍ବାଚନ ଠିକ୍‌ ପୂର୍ବରୁ ମୋଦିଙ୍କ ଏମିତି ବୟାନକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି ।

ଭୁବନେଶ୍ଵର ଗସ୍ତ ବେଳେ ବଡ଼ ପ୍ରତିକ୍ରିୟା ରଖିଛନ୍ତି ମୋଦି । କହିଛନ୍ତି, ରାଜ୍ୟରେ ଯେଉଁ ସରକାର ଚାଲିଛି ସେ ସରକାର ସହ ଲୋକଙ୍କର କୌଣସିର ସମ୍ପର୍କ ନାହିଁ । ଓଡ଼ିଶାରେ ଚାଲିଥିବା ସରକାର ପାଖରେ ଓଡ଼ିଶା ମାଟିର ବାସ୍ନା କିମ୍ବା ସଂସ୍କୃତି ନାହିଁ । ସାଧାରଣ ଜନତାଙ୍କ ଏହି ସରକାର ସହ କୌଣସି ଭାବେ ସମ୍ପର୍କ ନାହିଁ । ତେଣୁ ଏହା ବିରୋଧରେ ଭୋଟ୍ ପଡ଼ିବ । ଏଥର ଓଡ଼ିଶାରେ ପଦ୍ମ ନିଶ୍ଚିତ ଫୁଟିବ । ଖାଲି ଏତିକି ନୁହେଁ ବରଂ ମେଣ୍ଟ ଚର୍ଚ୍ଚାକୁ ନେଇ ବି ଜବାବ ରଖିଛନ୍ତି ମୋଦି। ବିଜେପି-ବିଜେଡି ସମ୍ପୂର୍ଣ୍ଣ ଭାବେ ଅଲଗା । ନିର୍ବାଚନ ବି ଅଲଗା ଲଢ଼ୁଛନ୍ତି । ତେଣୁ ରାଜ୍ୟରେ ଏଥର ବିଜେପି ପ୍ରତି ଯେଉଁପରି ଭାବରେ ସମର୍ଥନ ବଢୁଛି ସେଥିରୁ ଗୋଟିଏ କଥା ସ୍ପଷ୍ଟ ଏଥର ରାଜ୍ୟରେ ବିଜେପି ସରକାର ହେବ । 

ଭୁବନେଶ୍ଵର ରାସ୍ତାରେ ମୋଦିଙ୍କ ରୋଡ୍‌ ସୋ' । ଲକ୍ଷାଧିକ ଲୋକଙ୍କ ସମାଗମ, ସଂଧ୍ୟା ନଇଁଗଲା ପରେ ପୂରା ଗେରୁଆମୟ ହୋଇଥିଲା ରାଜଧାନୀର ରାଜରାସ୍ତା । ମୋଦିଙ୍କର ଗୋଟିଏ ଝଲକ ପାଇବା ପାଇଁ ସତେ ଯେମିତି ଚାତକ ପରି ଚାହିଁ ରହିଥିଲେ ଲୋକେ । ଆଉ ମୋଦି ବି କାହାକୁ ନିରାଶ କରିନଥିଲେ । ଲୋକଙ୍କୁ ହାତ ହଲାଇ ଅଭିବାଦନ ଗ୍ରହଣ କରିଥିଲେ ।  ତେବେ ମିଶନ ଭୁବନେଶ୍ୱର ସାଙ୍ଗକୁ ମିଶନ ଓଡ଼ିଶା ଲକ୍ଷ୍ୟରେ ଏହି ବିଶାଳ ରୋଡ୍ ସୋ କରିଥିଲେ ମୋଦି । ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ'ରେ ସାମିଲ ହୋଇଥିଲେ ବିଜେପିର ପ୍ରାୟ ୨ ଲକ୍ଷରୁ ଅଧିକ କାର୍ଯ୍ୟକର୍ତ୍ତା । ଭୁବନେଶ୍ୱର ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ସେଠାରୁ କଡ଼ା ସୁରକ୍ଷା ବଳୟରେ ଆସି ରାଜ୍ୟ ବିଜେପି ଅଫିସରୁ ବାଣୀବିହାର ଛକ, ଅଢ଼େଇ କିଲୋମିଟର ଯାଏଁ କରାଯାଇଥିଲା ରୋଡ୍ ସୋ' । ରାସ୍ତାରେ ଦୁଇ ପାର୍ଶ୍ୱରେ ଦୀର୍ଘ ସମୟ ଧରି ଛିଡ଼ା ହୋଇଥିବା ହଜାର ହଜାର ଲୋକଙ୍କ ଅଭିବାଦନ ଗ୍ରହଣ କରିଥିଲେ ମୋଦି...ତେବେ ମୋଦିଙ୍କ ଓଡ଼ିଶା ଗସ୍ତ ଓ ତାଙ୍କ ଟ୍ଵିଟକୁ ନେଇ ଏବେ ଜୋରଦାର ଚର୍ଚ୍ଚା ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Exclusive Interview of Narendra Modi | Argus News