Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Scooter Accident / ସ୍କୁଟିରେ ବାଣ ନେଇ ଯାଉଥିବା ବେଳେ ବିସ୍ଫୋରଣ, ୨ ଆହତ

Rashmita Mishra
Browse all articles by Rashmita Mishra
·8 months ago·2 min read
ସ୍କୁଟିରେ ବାଣ ନେଇ ଯାଉଥିବା ବେଳେ ବିସ୍ଫୋରଣ, ୨ ଆହତ

Key Points

ଚାଉଳିଆଗଞ୍ଜରେ ସ୍କୁଟିରେ ବାଣ ବିସ୍ଫୋରଣ
ସ୍କୁଟିରେ ବାଣ ନେଇ ଯାଉଥିବା ବେଳେ ବିସ୍ଫୋରଣ
ବିସ୍ଫୋରଣରେ ୨ ଯୁବକ ଆହତ
କଟକରେ ଗାଡିରେ ନେଉଥିବା ବେଳେ ଫୁଟିଲା ବାଣ

ବେଶ୍ ଧୁମ୍‌ଧାମରେ ସରିଛି ଆଲୋକର ପର୍ବ ଦୀପାବଳି । ଘରେ ଘରେ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି ଦିଓ୍ୱାଲି । ତେବେ ଏହି ଖୁସିର ପର୍ବ କାହା ପାଇଁ ପୁଷମାସ ପାଲଟିଥିବାବେଳେ କାହାପାଇଁ ପାଲଟିଛି ସର୍ବନାଶ । ବିଶେଷ କରି ସିଲଭର ସିଟି କଟକରେ ଘଟିଛି ଅଭାବନୀୟ ଘଟଣା । ବାଇକ୍‌ରେ ବାଣ ବିସ୍ଫୋରଣ ଘଟି ୨ ଗୁରୁତର ହୋଇଛନ୍ତି । ଚାଉଳିଆଗଞ୍ଜ ଥାନା ଅପର୍ଣ୍ଣାନଗରରେ ଏହି ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୨ ଜଣ ଗୁରୁତର SCB ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ଅନୁଯାୟୀ, କଟକ ଚାଉଳିଆଗଞ୍ଜ ଥାନା ଅପର୍ଣ୍ଣାନଗର ନିକଟରେ ଦୁଇ ଜଣ ଯୁବକ ନିଜ ସ୍କୁଟିରେ ବାଣ ନେଇ ଯାଉଥିବା ବେଳେ ଘଟିଛି ଅଘଟଣ।। କିଛି ବାଟ ଯିବା ପରେ ହଠାତ୍ ଗାଡିରେ ହୋଇଥିଲା ବିସ୍ଫୋରଣ । ଶବ୍ଦ ଏତେ ଜୋର୍‌ରେ ଥିଲା ଯେ ଆଖ ପାଖର ଲୋକେ ଘରୁ ବାହାରି ଆସିଥିଲେ । ସଂଙ୍ଗେ ସଂଙ୍ଗ ସେମାନଙ୍କୁ ଉଦ୍ଧାର କରି ଏସସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତେବେ ସଂପୂର୍ଣ୍ଣ ଘଟଣା ରାସ୍ତା କଡରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିଲା ।

ସେପଟେ କଟକ ସହରର ପିଠାପୁର ଡ଼ାଲମିଲ ଲେନରେ ଜଣେ ବ୍ୟକ୍ତିଙ୍କ ଘରେ ଥୁଆ ହୋଇଥିବା କାରରେ ଲାଗିଥିଲା ନିଆଁ। ରାତି ପ୍ରାୟ ୧୦.୩୦ ସମୟରେ ନିଆଁ ଲାଗିବା କ୍ଷଣି ଉଗ୍ର ରୂପ ଧାରଣ କରିଥିଲା । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଏହାପରେ ଦୁଇଟି ଫାୟାର ଗାଡ଼ି ଓ ୧୫ ରୁ ଉର୍ଦ୍ଧ୍ୱ ଅଗ୍ନିଶମ କର୍ମଚାରୀ ମାନେ ପହଞ୍ଚି ଏକ ଘଣ୍ଟା ପରିଶ୍ରମ କରି ନିଆଁକୁ ସମ୍ପୁର୍ଣ୍ଣ ଆୟତ୍ତ କରିଥିଲେ । ବାଣ ପଡ଼ିବା ଯୋଗୁ ନିଆଁ ଲାଗିଥିବା କଥା କହିଛନ୍ତି ଅଗ୍ନିଶମ ଅଧିକାରୀ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Explosion on Scooter Carrying Arrows, Two Injured in Odisha | Argus News