ବିସ୍ଫୋରକ ଲୁଟ୍ ଘଟଣା, ବଲାଙ୍ଗରେ ପହଞ୍ଚିଲେ ପୋଲିସ ଡିଜି

Key Points
ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ଅଞ୍ଚଳରୁ ବିସ୍ଫୋରକ ଲୁଟ୍ ଘଟଣା
ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ଅଞ୍ଚଳରୁ ବିସ୍ଫୋରକ ଲୁଟ୍ ଘଟଣା । କେ. ବଲାଙ୍ଗ ଥାନାରେ ପହଞ୍ଚିଲେ ପୋଲିସ ଡିଜି ୟାଇ.ବି ଖୁରାନିଆ । ଗତକାଲି ସୁନ୍ଦରଗଡ଼ ବଡ଼ଗାଁ explosive Godownରୁ ୨୦୦ ପେଟି ବିସ୍ଫୋରକ ଧରି ଗାଡ଼ି ଚାଳକ ବାହାରିଥିଲେ । ଏକ ଟ୍ରକ ଯୋଗେ ଝାଡ଼ଖଣ୍ଡ-ଓଡ଼ିଶା ସୀମା ନିକଟବର୍ତ୍ତୀ ବାଙ୍କୋ ପଥର ଖଣିକୁ ଯାଉଥିଲା ଗାଡ଼ି । ବାଙ୍କୋ ଖଣି ନିକଟରେ ହଠାତ୍ ଗାଡିକୁ ୩୦ରୁ ୪୦ ଜଣ ଦୁର୍ବୃତ୍ତ ଆସି ଗାଡ଼ିକୁ ଜଙ୍ଗଲକୁ ନେବାକୁ କହିଥିଲେ ।
ପରେ ଦୁର୍ବୃତ୍ତ ମାନେ ବିସ୍ଫୋରକ ଲୁଟି ନେଇଥିଲେ । ଗାଡ଼ି ଡ୍ରାଇଭରକୁ ଛାଡ଼ି ଦେଇଥିଲେ । କେ.ବଲାଙ୍ଗ ଥାନାରେ ବଣାଇଁ ଏସଡିପିଓ ପହଞ୍ଚି ବିସ୍ଫୋରକ ମାଲିକ ଓ ଗାଡ଼ି ଡ୍ରାଇଭରଙ୍କୁ ପଚରାଉଚରା କରିଛନ୍ତି । ମାଓଗଡ଼ କୁହାଯାଉଥିବା ସରଣ୍ଡା ଜଙ୍ଗଲରେ ମାଓବାଦୀ ସକ୍ରିୟ ରହିଛନ୍ତି । ତେଣୁ ମାଓବାଦୀ ମାନେ ଏ କାମ କରିଥିବା ସନ୍ଦେହ କରାଯାଉଛି । ଘଟଣା ପରେ ସ୍ଥାନୀୟ ଜଙ୍ଗଲରେ ସର୍ଚ୍ଚ ଅପେରେସନ ଜାରି ରହିଛି ।